ସାଲେପୁର,୨୭/୩ଓଡ଼ିଆ ଘରର ବାରମାସେ ତେରପର୍ବ l ଭିନ୍ନ ଭିନ୍ନ ମାସରେ ବିଭିନ୍ନ ଦେବଦେବୀ ମାନଙ୍କର ପୂଜା ଓଡ଼ିଆ ଘରମାନଙ୍କରେ ହୋଇଥାଏ l ଏହି ରୀତିରେ ପବିତ୍ର ମୀନ ସଂକ୍ରାନ୍ତି ଠାରୁ ପଣାସଂକ୍ରାନ୍ତି ପର୍ଯ୍ୟନ୍ତ ମାଆ ଶାରଳା, ମଙ୍ଗଳା ଓ ହରଚଣ୍ଡୀ ଙ୍କ ଘଟକୁ ଧରି ମାଆଙ୍କ ସେବକ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥାନ୍ତି l ସେହି ମାଆଙ୍କ ସେବାକାରୀ ମାନଙ୍କୁ ଘଣ୍ଟପାଟୁଆ ବୋଲି କୁହାଯାଇଥାଏ l ଏହି କ୍ରମରେ ସାଲେପୁର ଗ୍ରାମାଞ୍ଚଳରେ ଏବେ ମାଆ ହରଚଣ୍ଡୀଙ୍କ ଘଟକୁ ଧରି ଘଣ୍ଟପାଟୁଆ ଆସି ଘରେ ଘରେ ଭୋଗ ଖାଉଥିବା ବେଳେ ଲୋକମାନେ ମାଆଙ୍କ କୃପା ଲାଭ କରୁଛନ୍ତି l ଏହି ଘଣ୍ଟପାଟୁଆ ମାନଙ୍କ ମଧ୍ୟରେ ମାଆଙ୍କ ସେବକ ସମୀର କୁମାର ରାଉଳ ରହିଥିବା ବେଳେ ସହଯୋଗୀ ଭାବେ କୃଷ୍ଣକାନ୍ତ ଷଡ଼ଙ୍ଗୀ ଓ ଆଲୋକ କୁମାର ଦାଶ ରହିଛନ୍ତି l ଆମ ପ୍ରତିନିଧି ପଚାରିବାରେ ମାଆଙ୍କ ସେବକ ସମୀର କୁମାର ରାଉଳ କହନ୍ତିକି ମାଆଙ୍କ ଘଟକୁ ଆମେମାନେ ଆମ ପୂର୍ବପୁରୁଷ ସମୟରୁ ଏହିପରି ଭାବେ ଗାଁଆକୁ ଆଣି ସମସ୍ତଙ୍କ ଦୁଆରକୁ ନେଇ ମାଆଙ୍କୁ ଭୋଗ ଲଗାଇଥାଉ ଓ ମାଆ ସମସ୍ତଙ୍କ ମଙ୍ଗଳ ସାଧନ କରିଥାନ୍ତି l ଏହି ପରମ୍ପରା ଶହଶହ ବର୍ଷର ଆଜି ମୁଁ ଆସୁଛି ଆଗରୁ ମୋ ବାପା, ଜେଜେ ମଧ୍ୟ ଏମିତି ଆସୁଥିଲେ ବୋଲି କହିଛନ୍ତି l