Odisha news

ମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ ଦୁବୁର୍ତ 

0
ସାଲେପୁର  :-ସାଲେପୁର ବ୍ଲକ ଅଧିନସ୍ତ ଛାଣିପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ିଆଙ୍କ ଅସ୍ମିତାର ପରିଚୟ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିକୁ କେହି ଭାଙ୍ଗି ବିକୃତ କରି ତଳେ ପକାଇଦେଇଥିବା  ଦେଖିବାକୁ ମିଳିଛି। ଘଟଣା ରୁ ପ୍ରକାଶ ବୋଦlମୁଣ୍ଡାଇ ଗ୍ରାମର କାଳିଆ ପରମହଂସ ରମକୃଷ୍ଟ ସାହୁ ଜଣେ ମଧୁବାବୁ ପ୍ରେମୀ । ସେ ନିଜ ଉଦ୍ୟମରେ ଛାଣିପୁର-ବୋଦାମୁଣ୍ଡାଇ ରାସ୍ତା ପାର୍ଶ୍ଵରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥଲେ । ମଧୁବାବୁଙ୍କ ନିଜ ଜନ୍ମମlଟିରେ ତାଙ୍କ ମୂର୍ତ୍ତିକୁ ଭାଙ୍ଗି ବିକୃତ କରି ତଳେ ପକାଇବା ଏକ ଦୁର୍ଭାଗ୍ୟର ବିଷୟ। ଅଥଚ ସେହି ରାସ୍ତା ଦେଇ ବହୁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟକ୍ତି ଯାଉଥିଲେବି କାହାର ନଜର ଏହି ମୂର୍ତ୍ତି ଉପରେ ନପଡ଼ିବା ଦୁଃଖ ଓ ପରିତାପର ବିଷୟ। ଏଭଳି ମହାପୁରୁଷଙ୍କ ପ୍ରତି ଏହା ଯେ କେତେ ଅସମ୍ମାନ ତାହା ସାଧାରଣରେ ଚର୍ଚ୍ଚା ହେଉଛି ।ଏଭଳି କାଣ୍ଡ ଭିଆଇଥିବା ଦୁବୃର୍ତ୍ତ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି
Nalco

Leave A Reply