Odisha news

ନବବଧୁ ହତ୍ୟା ଅଭିଯୋଗ ଆଣିଲେ ଝିଅର ପିତା  

0
ସାଲେପୁର :-ସାଲେପୁର ଥାନା ଅନ୍ତର୍ଗତ ନନ୍ଦୋଳ ଗ୍ରାମରେ ନବବଧୂ ହତ୍ୟା ଅଭିଯୋଗ l  ଘଟଣାରୁ ପ୍ରକାଶ ସାଲେପୁର ଥାନା ବଣହରା ଗ୍ରାମର   ତ୍ରୈଲୋକ୍ୟ କାଣ୍ଡିଙ୍କ ଝିଅ ସୁନିତା କlଣ୍ଡି ୨୦୨୦ ମସିହାରେ ନନ୍ଦୋଳ ଗ୍ରାମର ବିଜୟ ଭୋଇଙ୍କ ପୁଅ ଦିଲୁ ଭୋଇକୁ ବୈଦିକ ରୀତିରେ ବିବାହ କରିଥଲେ। ବିବାହର ପ୍ରାୟ ଛଅ ମାସ ପରେ ଝିଅର ସ୍ବାମୀ ଶଶୁର ଓ ମାମୁଁ ଅଧିକ ପଚାଶ ହଜାର ଟଙ୍କା ଦାବି କରିବା ସହ ଝିଅକୁ ମାଡ଼ ମାରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିଲେ। ଗତ ଫେବୁଆରୀ ପଚିଶି ତାରିଖରେ ଝିଅ ବାପଘରେ ପହଞ୍ଚି ମୋତେ ପଚାଶ ହଜାରେ ଟଙ୍କା ନଦେଲେ ସେମାନେ ମୋତେ ଜୀବନରୁ ଶେଷ କରିଦେବେ ବୋଲି କହିଥିଲl l ଜ୍ବାଇଁ ବାରମ୍ବାର ଫୋନ କରିବାରୁ ମୁଁ ଝିଅକୁ ତା ଶାଶୁ ଘରେ ଛାଡ଼ିଦେଇ ଆସିଥିଲି। ଆଜି ଦିନ ପ୍ରାୟ ୧ ଘଟିକା ସମୟରେ ଲୋକଙ୍କ ଠାରୁ ମୋ ଝିଅକୁ ସେମାନେ ମାରିଦେଇଛନ୍ତି ବୋଲି ଜାଣିବାକୁ ପାଇଲି ବୋଲି ଝିଅର ପିତା ତ୍ରୈଲୋକ୍ୟ କlଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ସାଲେପୁର ପୋଲିସ ଶବକୁ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା  ନମ୍ୱର ୯୯/୨୪ ରୁଜୁ କରି ଝିଅର ସ୍ବାମୀ ଦିଲୁ ଭୋଇକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବାର ସାଲେପୁର ଥାନା ଅଧିକାରୀ ମୋନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।। (ଫଟ
Nalco

Leave A Reply