Odisha news

ମିଶନ ଶକ୍ତି ଯୋଜନା ରେ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ର ଶୁଭାରମ୍ଭ କଲେ ବିଧାୟକ

0
ସାଲେପୁର : ମଧୁସୂଦନ ମଣ୍ଡପ ଠାରେ ମିଶନ ଶକ୍ତି ଯୋଜନା ରେ ଋଣ ନେଇ ସୁଧ ପରିଶୋଧ କରିଥିବା ସାଲେପୁର ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ମିଶନ ଶକ୍ତି ସଭାନେତ୍ରୀ ତୃପ୍ତିରେଖା ପରିଡ଼ା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସର୍ବଦା ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ତେଣୁ ଆପଣ ମାନେ ଏହି ଯୋଜନା କୁ ସଠିକ ଭାବେ ଉପଯୋଗ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ।ଏଥି ସହିତ ସତକଡା ସୁନ ପ୍ରତିଶତ ସୁଧରେ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ପ୍ରଦାନ ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ବି ଡି ଓ ଖଗେଶ୍ବର ପାତ୍ର, ସି ଡି ପି ଓ ସୁଷମା ବେହେରା,ସାଲେପୁର ଷ୍ଟେଟବ୍ୟାଙ୍କ ର ଚିଫ ମ୍ୟାନେଜର ସଙ୍ଘମିତ୍ରା ବାରିକ, ୪୫ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସେଠୀ,୪୬ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ଯୋଗଦେଇ ମା ମାନଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ  ବିଧାୟକ ଶ୍ରୀ ବେହେରା ୫୧ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସୁଧ ବାବଦ କୁ ଆଠ ଲକ୍ଷ ଏକାଅସି ହଜାର ଟଙ୍କା ଫେରସ୍ତ କରିଥିଲେ।ଅଠର ଟି ପଞ୍ଚାୟତ କମ୍ୟୁନିଟି କ୍ୟାଡ଼ର ସି ଆର ପି ,ଏମ ବି କେ ଓ ବ୍ୟାଙ୍କ ମିତ୍ର ମାନଙ୍କୁ ଇଉନିଫର୍ମ ବାବଦକୁ ଏକ ହଜାର ଟଙ୍କା, ମୋବାଇଲ ପାଇଁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ନଅ ଜଣ ବ୍ୟାଙ୍କ ମିତ୍ର ଙ୍କୁ ଲାପଟପ ପ୍ରଦାନ କରିଥିଲେ।ବି ପି ଏମ ସୁମିତ୍ରା ପରିଡା, ବି ପି ସି ପ୍ରତିମା ବେହେରା, ବ୍ଲକ ମିଶନ ଶକ୍ତି ସମ୍ପାଦିକା ନଳିନୀପ୍ରଭା ସାହୁ, ବାଲିସାହି ପଞ୍ଚାୟତ ସମିତି ସଭ୍ୟା ଗୌତମୀ ମଲ୍ଲିକ, ଚନ୍ଦ୍ରଦେଇପୁର ପଞ୍ଚାୟତ ସମିତି ସଭ୍ୟା ପୁସ୍ପିତା ଭୁଆଁ ପ୍ରମୁଖ ଉପସ୍ଥିତ ଥିଲେ।
Nalco

Leave A Reply