ସାକ୍ଷୀଗୋପାଳ : ସତ୍ୟବାଦୀ ଉଚ୍ଚବିଦ୍ୟାଳୟ, ସାକ୍ଷୀଗୋପାଳ ପରିସରରେ ” ନିଶାକୁ ନା’ ସଚ଼େତନତା ଧର୍ମୀ କାର୍ଯ୍ୟ କ୍ରମଟି ରମେଶ ଚ଼ନ୍ଦ୍ର ପଣ୍ଡାଙ୍କ ମନୋଜ୍ଞ ସଂଯୋଜନା ଏବଂ ମାର୍ମିକ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇ ଅଛି । ପ୍ରଥମେ ଚାରା ରୋପଣ , ପଞ୍ଚସଖାଙ୍କୁ ମାଲ୍ୟାର୍ପଣ ଉତ୍କଳମଣିଙ୍କ ଶେଷ ଶଯ୍ୟାରେ ପ୍ରାର୍ଥନା କରାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଡ଼. ବୃନ୍ଦାବନ ଚନ୍ଦ୍ର ରଥ, ଉତ୍କଳମଣି ସ୍କୃତି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ , ସମ୍ମାନନୀୟା ଶୁଭମ ପ୍ରଧାନ, ବ୍ଲକ ଶିକ୍ଷାଧିକାରୀ ସତ୍ୟବାଦୀ, ସ୍କୃତି ଶେଖର ସାହୁ, ସଂପାଦକ ଓଡ଼ିଶା ସ୍ୱାସ୍ଥ୍ୟସେବାସଂଘ , ଭୁବନେଶ୍ଵର , I ନବଘନ ଶତପଥୀ ,ସଂପାଦକ ଭାରତ ବିକାଶ ପରିଷଦ , ସତ୍ୟବାଦୀ ।ଶ୍ରୀ ଚରଣ ସାହୁ , ଅବସରପ୍ରାପ୍ତ ଶିକ୍ଷକ। ବିଜୟ କୁମାର ପରିଡ଼ା ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ| ହରପ୍ରିୟା କର , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ମନୋରଞ୍ଜନ ମିଶ୍ର , ପ୍ରଧାନଶିକ୍ଷକ ହରଚଣ୍ଡୀ ଉଚ୍ଚ ବିଦ୍ୟାଳୟ , ଗଂଗାନାରାୟଣପୁର । ମାନସ ରଞ୍ଜନ ପଟ୍ଟନାୟକ ,ପ୍ରଧାନଶିକ୍ଷକ ସତ୍ୟବାଦୀ ଉଚ୍ଚବିଦ୍ୟାଳୟ | ବିଶ୍ୱରଞ୍ଜନ ଦାସ, ଶିକ୍ଷକ । ପ୍ରଶାନ୍ତ କୁମାର ତ୍ରିପାଠି ,ବିଶ୍ଵନାଥପୁର ଉଚ୍ଚ ବିଦ୍ୟାଳୟ ସତ୍ୟବାଦୀ । ସିଟି ସ୍କୁଲ୍ ର ଅଧ୍ୟାପକ ଓ ବିଦ୍ୟାର୍ଥୀ ଗଣ ଯୋଗଦେଇ ନିଶାକୁ ନା କହି ବିଦ୍ୟାର୍ଥୀମାନେ ନିଶାମୁକ୍ତ ବିଦ୍ୟାର୍ଥୀ । ନିଶାମୁକ୍ତ ବିଦ୍ୟାଳୟ, ନିଶାମୁକ୍ତ ପରିବାର ଗଠନ ପାଇଁ ଶପଥ ନେଇ ଥିଲେ । ବିଦ୍ୟାର୍ଥୀମାନେ ନିଶାର କୁପରିଣତି ବିଷୟରେ ସଚେତନ ହେଲେ ଓ ନିଶାକୁ ନା କହିଲେ ଦେଶର ଅମୂଲ୍ୟ ସମ୍ପଦ ଯୁବ ଶକ୍ତି ସୁନାଗରୀକରେ ପରିଣତ ହୋଇ ପାରିବେ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ବିଦ୍ୟାର୍ଥୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l କୃତୀ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ