Odisha news

ସ୍ୱୟଂ  ସହାୟକ ଗୋଷ୍ଟି ରୁ ୨୦ ଲକ୍ଷ ଠକେଇ ଅଭିଯୋଗ ରେ ମହିଳା କୋର୍ଟ ଚାଲାଣ

0
ସାକ୍ଷୀଗୋପାଳ :  ଜୈନିକା  ମହିଳା ଦୁଇଟି  ସ୍ୱୟଂ  ସହାୟକ ଗୋଷ୍ଠୀ ରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ର ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ମହିଳାଙ୍କୁ ସତ୍ୟବାଦୀ  ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ସତ୍ୟବାଦୀ ଥାନା ଅନ୍ତର୍ଗତ ଭୀମଦାସପୁର ଗ୍ରାମ ର ମମତା ସ୍ୱୟଂ  ସହାୟକ ଗୋଷ୍ଠୀ ଓ ଦୁଲଣା ସ୍ୱୟଂ  ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ  ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ମଧୁସୂଦନ ବରାଳ ଙ୍କ ଘରକୁ ଗତ ୮ ମାସ ତଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ତାଙ୍କ ମାମୁ ଝିଅ ଭଉଣୀ  ପ୍ରଭାତୀ ବିଶ୍ୱାଳ ଆସି ଦୁଇ ମାସ ରହିବା ପରେ ସେହି ଗ୍ରାମରେ ଥିବା ମାମୁ ପୁଅ ଭାଇ ମଧୁସୂଦନ ବରାଳ ଓ ବିଶ୍ଵନାଥ ବରାଳ ଙ୍କୁ ସାଙ୍ଗରେ ଧରି ମମତା ସ୍ୱୟଂ  ସହାୟକ ଗୋଷ୍ଠୀ ଏବଂ ଦୁଲଣା ସ୍ୱୟଂ  ସହାୟକ ଗୋଷ୍ଠୀ ର ସମସ୍ତ ସଦସ୍ୟଙ୍କ ଠାରୁ ଗ୍ରାମରେ ପେଟ୍ରୋଲ ପମ୍ପ ଓ ପ୍ଲାଟିଂ ବେପାର ରେ ଲଗାଇ ସେମାନଙ୍କୁ ପଇସା ଵାଲା କରିଦେବା ପ୍ରତିଶ୍ରୁତି ଦେବା ସହ ଆହୁରି ବିଭିନ୍ନ ମିଥ୍ୟ ପ୍ରଲୋଭନ ଦେଖାଇ ସେମାନଙ୍କ ବିଶ୍ୱାସ ଜନ୍ମଇ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହାର କିଛିଦିନ ପରେ ସଂପୃକ୍ତ ମହିଳା ଙ୍କ ଦେଖା ଦର୍ଶନ ନମିଳିବା ସାଙ୍ଗକୁ କୌଣସି ଯୋଗା ଯୋଗ ମଧ୍ୟ ନଥିଲା ।ଏଥିରେ ସନ୍ଦେହ ସୃଷ୍ଟି ହେବାରୁ ବାରମ୍ବାର ଫୋନ ଦ୍ୱାରା ଯୋଗ ଯୋଗ ପରେ ସମ୍ପୃକ୍ତ ମହିଳା ଜଣକ ମୁଁ କୌଣସି ଟଙ୍କା ଦେବିନି ବୋଲି ରୋକ ଠୋକ ମନା କରିଦେଇଥିଲେ।ତାଙ୍କର ଏହି କଥାରେ ମ୍ରିୟମାଣ ହୋଇ ମମତା ସ୍ୱୟଂ  ସହାୟକ ଗୋଷ୍ଠୀ ଓ ଦୁଲଣା ସ୍ୱୟଂ  ସହାୟକ ଗୋଷ୍ଠୀ ପକ୍ଷରୁ ପୂଜା ପ୍ରଧାନ ,ଲିଜା ପ୍ରଧାନ ,ସୁମିତ୍ରା ବରାଳ ,ସଖି ସ୍ୱାଇଁ ଙ୍କ ସମେତ ଉଭୟ ଗୋଷ୍ଠୀ ର ସମସ୍ତ ସଦସ୍ୟ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଗୁରୁତର ସହ ନେଇ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଅଭିଯୁକ୍ତ ପ୍ରଭାତୀ ବିଶ୍ୱାଳ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ସତ୍ୟବାଦୀ ଥାନାରେ ଏ ସମ୍ପର୍କରେ ୩୮୮/୨୩ ଏକ  ମାମଲା ରୁଜୁ କରାଯାଇଛି ।

Leave A Reply