Odisha news

ଫାଇଭ ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ ପାଇଲେ

0

ସାକ୍ଷୀଗୋପାଳ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ଗତକାଲି ଜନସାଧାରଣଙ୍କ ଅଭିଯୋଗ ଶୁଣିବାକୁ ସତ୍ୟବାଦୀ ଆସିଥିଲେ l  ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ସଭା ମଞ୍ଚ ନିକଟରେ  ତାଙ୍କ ଉପରକୁ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଡାଲ ପଞ୍ଚାୟତର ହରିପୁର ଗ୍ରାମର ଭାସ୍କର ସାହୁ କାଳିମାଡ଼ କରିଥିଲେ ।  l ଏହି ଘଟଣା ପରେ ଉପସ୍ଥିତ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବା ପୂର୍ବରୁ ସତ୍ୟବାଦୀ ପୁଲିସ ଭାସ୍କର ସାହୁଙ୍କୁ ସୁରକ୍ଷିତ ଭାବେ ଭିଡ଼ରୁ ଆଣି ନିଜ ହେପାଜତରେ ରଖିଥିଲେ । ଆଜି ସକାଳେ  ଭାସ୍କର ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି  ସତ୍ୟବାଦୀ ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ତାଙ୍କ ବଡ଼ ଭାଇ ଧନେଶ୍ୱର ସାହୁ ଓ ଗ୍ରାମର ୫ ଜଣ ମୁରବୀଙ୍କ ଉପସ୍ଥିତିରେ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିଲେ । ଶୁଣିବାକୁ ମିଳୁଛି ଯେ ଭାସ୍କରଙ୍କୁ ଛାଡିବା ପାଇଁ ପୁଲିସକୁ କୁଆଡେ ୫ଟି ସଚିବଙ୍କ ନିର୍ଦ୍ଦେଶ ମିଳିଛି। ଏସମ୍ପର୍କରେ ଭାସ୍କର ସାହୁଙ୍କ ବଡଭାଇ ରତ୍ନାକର ସାହୁ ଜାଣିବା ପରେ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି କାଳିମାଡ ଘଟଣାକୁ ନିନ୍ଦା କରିଛନ୍ତି। ଏତେ ବଡ ଘଟଣା ପରେ ବି ଭାସ୍କରଙ୍କୁ ୫ଟି ସଚିବ କ୍ଷମା କରିଛନ୍ତି। ଯାହାକୁ ନେଇ ରତ୍ନାକର ଭାବବିହ୍ବଳ ହୋଇପଡିଥିଲେ। ଏହାସହ ସୁରକ୍ଷିତ ଭାବେ ନିଜ ଭାଇକୁ ଫେରିପାଇଥିବାରୁ ସେ ପୁରୀ ପୁଲିସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।l

ଏ ସମ୍ପର୍କରେ ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରାଙ୍କ ସହିତ ଯୋଗାଯୋଗ କରାଯାଇଥିଲା l ଅଭିଯୁକ୍ତ ଭାସ୍କର ସାହୁ ଘଟଣା ସମ୍ପର୍କରେ ଅନୁଶୋଚନା ଓ ଦୁଃଖ ପ୍ରକାଶ କରିଥିଲେ l ତାଙ୍କ ପାରିବାର ସଦସ୍ୟ ମାନେ  ଘଟଣାକୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରିଥିଲେ l  ଫଳରେ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପରିବାର ସଦସ୍ୟ ଓ ଗ୍ରାମର ମୁରବୀ ମାନଙ୍କ ଉପସ୍ଥିତିରେ ଛାଡି ଦିଆ ଯାଇଅଛି ବୋଲି ଆଇ ଆଇ ସି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ l
Nalco

Leave A Reply