Odisha news

ଜାଣନ୍ତୁ କିଏ ରୁଜୀରା ବାନାର୍ଜୀ : ଯାହାଙ୍କର ନାଗରିକତାକୁ ନେଇ ଚାଲିଛି ବିବାଦ

0

ନୂଆଦିଲ୍ଲୀ :ପଶ୍ଚିମ ବଙ୍ଗଳାରେ ମତଦାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜୀରା ସିବିଆଇର ରାଡ଼ାର ରେ ଅଛନ୍ତି l କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜୀରାଙ୍କୁ ସମନ ପଠାଇଛି ଓ ଅବୈଧ କୋଇଲା ତସ୍କରୀକୁ ନେଇ ବିଭିନ୍ନ ପଚରାଉଚରା ଚାଲିଛି l ଏହି ପଚରାଉଚରା ପ୍ରାୟ ଦେଢ଼ଘଣ୍ଟା ଚାଲିଥିଲା l ଏହାପରେ ସି ବି ଆଇ ଟିମ୍ ସେଠାରୁ ଚାଲି ଯାଇଥିଲେ l କୋଇଲା ତସ୍କରୀ ମାମଲାରେ ନାମ ଆସିବା ପରେ ରୁଜୀରାଙ୍କ ନାଗରିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି l

ଥାଇଲାଣ୍ଡର ନାଗରିକତା ଓ ୨୦୧୯ ରେ PIO କାର୍ଡ ଓ ଅନ୍ୟ କାଗଜପତ୍ରକୁ ଅଲଗା ଅଲଗା ତଥ୍ୟ ଦେଇଥିବାକୁ ନେଇ ତାଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି l ଓଭରସିଜ ସିଟୀଜେନ ଅଫ ଇଣ୍ଡିଆ କାର୍ଡ ରଖୁଥିବା ରୁଜୀରା ସେହି ସମୟରେ ଲୋକମାନଙ୍କର ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରିଥିଲେ ଯେତେବେଳେ ୨୦୧୯ ରେ ମାର୍ଚ୍ଚ ମାସରେ ବିମାନ ବନ୍ଦରରେ ସୀମା ଶୁଳ୍କ ଅଧିକାରୀଙ୍କ କାମରେ ବାଧା ଉପୁଯାଇଥିଲେ ଓ ସେହି ମାମଲାକୁ ନେଇ ତାଙ୍କୁ କଥିତ ଭାବରେ ଗିରଫ ମଧ୍ୟ କରାଯାଇଥିଲା l ତାଙ୍କ ବ୍ୟାଗରୁ ମଧ୍ୟ ସୁନା ମିଳିଥିଲା l ବର୍ତ୍ତମାନ ଏହି ମାମଲା କୋର୍ଟରେ ରହିଛି l

କିଛି ତଥ୍ୟ ଅନୁସାରେ ରୁଜୀରଙ୍କ ପିତା ଦିଲ୍ଲୀର ରଜୋରି ଗଡେନରେ ରୁହନ୍ତି ଓ କରୋଲବାଗ ସ୍ଥିତ ମୋବାଇଲ ଗ୍ୟଯେଟ  ଦୋକାନର ମାଲିକ ଅଟନ୍ତି l ତାଙ୍କର ଥାଇଲାଣ୍ଡର ମଧ୍ୟ ଏହି କାରବାର ରହିଥିଲା ,ଯେଉଁଠି ରୁଜୀରା ଜନ୍ମ ହୋଇଥିଲେ l ରୁଜୀରା ଓ ଅଭିଷେକଙ୍କର ଦିଲ୍ଲୀ ସ୍ଥିତ IIPM ରେ ପାଠ ପଢ଼ୁଥିବା ସମୟରେ ଦେଖା ହୋଇ ପ୍ରେମ ହୋଇଥିଲା l ୨୦୧୨ ରେ ଉଭୟ ବିବାହ କରିଥିଲେ l ରୁଜୀରା ବର୍ତ୍ତମାନ ନିଜର ନାଗରିକତାକୁ ନେଇ ବିବାଦକୁ ଆସିଛନ୍ତି l ଗୃହମନ୍ତ୍ରଣାଳୟ ପକ୍ଷରୁ ପଠା ଯାଇଥିବା ନୋଟିସରେ ଦର୍ଶା ଯାଇଛି ଯେ ରୁଜୀରା ୧୫ ଦିନ ମଧ୍ୟରେ ନିଜର ନାଗରିକତାର ସ୍ପଷ୍ଟୀକରଣ କରନ୍ତୁ l

Leave A Reply