Odisha news

ଟିବିଜେଡ୍‌-ଦି ଓରିଜିନାଲ ପକ୍ଷରୁ ରାଉରକେଲାରେ ଏହାର ପ୍ରଥମ ଷ୍ଟୋର ର ଶୁଭାରମ୍ଭ

ଓଡିଶାରେ ନିଜର ଉପସ୍ଥିତିକୁ ସୁଦୃଢ କରିଛି

0

ରାଉରକେଲା : ଇତିହାସ, ସଂସ୍କୃତି ଓ ବିଳାସପୂର୍ଣ୍ଣତାକୁ ଏକତ୍ରିତ କରୁଥିବା ଏକ ସ୍ମରଣୀୟ ଅବସରରେ ଭାରତର ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡ, ଟିବିଜେଡ୍‌-ଦି ଓରିଜିନାଲ ଓଡିଶାର ଇସ୍ପାତ ରାଜଧାନୀ ରାଉରକେଲାଠାରେ ନିଜର ବିଶାଳ ପ୍ରବେଶକୁ ପାଳନ କରିଛି । ଏହା ଓଡିଶାରେ ଟିବିଜେଡ୍‌-ଦି ଓରିଜିନାଲର ଶୁଭାରମ୍ଭକୁ ଚିହ୍ନଟ କରିଛି ଯାହାକି, ରାଉରକେଲାର ଉଦିତ୍‌ନଗରରେ ଅବସ୍ଥିତ ରହିଛି । ଆଜି ଭାରତର ୨୭ଟି ସହରରେ ୩୫ଟି ଷ୍ଟୋର ସହିତ ଟିବିଜେଡ୍‌-ଦି ଓରିଜିନାଲ  ଗୁଣବତା ଓ କାରିଗରୀ କ୍ଷେତ୍ରରେ ନୂତନ ବେଂଚ୍‌ମାର୍କ ସ୍ଥାପନ କରିବା ବଜାୟ ରଖିଛି । ଏହାର ବିରାସତ ସହ ତାଳ ଦେଇ ରାଉରକେଲା ଷ୍ଟୋର୍  ହୀରା ଅଳଙ୍କାରର ଏକ ଆକର୍ଷଣୀୟ କଲେକ୍ସନକୁ ପ୍ରଦର୍ଶିତ କରିବାକୁ ଯାଉଛି, ଯାହାକୁ ଟିବିଜେଡ୍‌-ଦି ଓରିଜିନାଲର ନିଜସ୍ୱ ଷ୍ଟେଟ-ଅଫ୍‌-ଦି-ଆର୍ଟ ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟି ଗୁଡିକରେ ନିର୍ମାଣ କରାଯାଇଛି । ଏହା ସର୍ବୋଚ୍ଚ ଗୁଣବତା ଓ ଡିଜାଇନର ସ୍ୱତନ୍ତ୍ରତା ସୁନିଶ୍ଚିତ କରୁଛି, ଯାହାକି ଉତ୍କର୍ଷତା ପାଇଁ ବ୍ରାଣ୍ଡର ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଏହି ସମୃଦ୍ଧ ସହରରେ ପ୍ରବେଶ ସହିତ ଉକ୍ତ ବ୍ରାଣ୍ଡ ନିଜ ସହ ଅତୁଳନୀୟ ଗୁଣବତା ଓ କାଳଜୟୀ ଡିଜାଇନଗୁଡିର ଏକ ପ୍ରତିଶ୍ରୁତି ଆଣୁଛି ।  ଏହି ଅବସରରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଲଂଚ୍ ଅଫରଗୁଡିକୁ ଉନ୍ମୋଚନ କରାଯାଇଛି, ଯାହା ଆମର ଗ୍ରାହକଙ୍କ ପାଇଁ ଆମର ଦର୍ଶନ ସହ ଜଡିତ ‘ସଠିକ୍ ପସନ୍ଦ, ସଠିକ ମୂଲ୍ୟ’ ଆଣୁଛି ।

ଏହି ଷ୍ଟୋର୍‌ର ଶୁଭାରମ୍ଭ ଅବସରରେ ନିଜର ଉତ୍ସାହ ବ୍ୟକ୍ତକରି ଟିବିଜେଡ୍‌-ଦି ଓରିଜିନାଲର ସିଏମ୍‌ଡି, ଶ୍ରୀକାନ୍ତ ଜବେରୀ କହିଛନ୍ତିଯେ, “ ରାଉରକେଲାରେ ଆମର ପ୍ରଥମ ଷ୍ଟୋର ଓ ଓଡିଶାରେ ଆମର ୨ୟ ଷ୍ଟୋର୍ ଖୋଲିବା ଆମ ପାଇଁ ଏକ ଅତ୍ୟଧିକ ଗର୍ବର ମୁହୂର୍ତ ଅଟେ ।  ଆମର ସ୍ୱତନ୍ତ୍ର କଲେକ୍ସନ ପ୍ରଦାନ କରିବା ଏବଂ ଏକ ସ୍ୱଚ୍ଛ ଓ ଗ୍ରାହକ-ଅନୁକୂଳ ଆଭିମୁଖ୍ୟ ମାଧ୍ୟମରେ ଅତୁଳନୀୟ ସପିଂ ଅନୁଭୂତି ବିକଶିତ କରିବା ପାଇଁ ସକ୍ଷମ ହୋଇଥିବାରୁ ଆମେ ଖୁବ୍ ଆନନ୍ଦିତ । ଏହା  ଦେଶବ୍ୟାପୀ ‘ଟିବିଜେଡ୍‌-ଦି ଓରିଜିନାଲ’ ଅନୁଭୂତି ପ୍ରଦାନ କରିବାର ଆମର ଲକ୍ଷ୍ୟ ଦିଗରେ ଆଉ ଏକ ଅଗ୍ରଗାମୀ ପଦକ୍ଷେପ ଅଟେ ।” ଏହି ଅବସରରେ ଆୟୋଜିତ ସାମ୍ମାଦିକ ସମ୍ମିଳନୀରେ ବ୍ୟବସାୟ ପାର୍ଟନର ଶ୍ରୀ କୁଶାଲ ଦଧିଚି ଏବଂ ଏରିଆ ବିଜନେସ ମ୍ୟାନେଜର(ପୂର୍ବ) ସୁପର୍ଣ୍ଣ ଚୌଧୁରୀ ଯୋଗଦେଇ କମ୍ପାନୀ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ୧୬୦ ବର୍ଷ ପାଇଁ ଟିବିଜେଡ୍‌-ଦି ଓରିଜିନାଲ ଉତ୍କର୍ଷତା, ପରମ୍ପରା ଓ ଉଦ୍ଭାବନ ସହ ସମକକ୍ଷ ରହି ସମ୍ପୁର୍ଣ୍ଣ ଦେଶବ୍ୟାପୀ ଅଳଙ୍କାର ପ୍ରେମୀଙ୍କ ହୃଦୟ ଜିତିଆସିଛି । ୧୮୬୪ରେ  ମୁମ୍ବାଇର ବ୍ୟସ୍ତବହୁଳ ଲେନ ଜବେରୀ ବାଜାର ରେ ଟିବିଜେଡ୍‌-ଦି ଓରିଜିନାଲର  ଶୁଭାରମ୍ଭ ହୋଇଥିଲା । ବିଗତ ଦଶନ୍ଧିଗୁଡିକରେ ଏହି ବ୍ରାଣ୍ଡ  ଅଳଙ୍କାର ଶିଳ୍ପରେ ବିଶ୍ୱାସର ଏକ କିରଣ  ଭାବେ ବିକଶିତ ହୋଇଛି ।

ଏହି ଅବସରରେ ଟିବିଜେଡ୍‌-ଦି ଓରିଜିନାଲ ପକ୍ଷରୁ ବିବାହ ବ୍ରାଇଡାଲ ଏଡିଟ କଲେକ୍ସନ ୨୦୨୪ର ଉନ୍ମୋଚନ କରାଯାଇଛି ଯାହା, ନିଜର ସ୍ମରଣୀୟ ଅବସର ପାଇଁ ଅଳଙ୍କାର ସନ୍ଧାନ କରୁଥିବା ସମସ୍ତ ବଧୁଙ୍କ ପାଇଁ ଆନନ୍ଦଦାୟକ ହେବ । ରାଉରକେଲା ଷ୍ଟୋର ହେଉଛି ଅଳଙ୍କାରପ୍ରେମୀଙ୍କ ପାଇଁ ଏକ ସ୍ୱର୍ଗ, ଯେଉଁଠାରେ ଅଭିନବ ଓ ଆକର୍ଷଣୀୟ ଡିଜାଇନଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ମହଜୁଦ ରହିଛି । କଂଟେମ୍ପରାରୀ ପିସ୍‌ରୁ ଆରମ୍ଭ କରି ପାରମ୍ପରିକ ଅଳଙ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ ଅଳଙ୍କାର ଉତ୍କର୍ଷତା ପ୍ରତି ଟିବିଜେଡ୍‌- ଦି ଓରିଜିନାଲର ଉତ୍ସର୍ଗୀକୃତତାର ପ୍ରମାଣ ଅଟେ । ଗ୍ରାହକମାନେ ବ୍ୟକ୍ତିଗତ ଧ୍ୟାନ ପାଇପାରିବେ, ଯାହା ସେମାନଙ୍କର ପସନ୍ଦ ଭଳି ସ୍ୱତନ୍ତ୍ର ଏକ ସପିଙ୍ଗ ଅଭିଜ୍ଞତା ସୁନିଶ୍ଚିତ କରୁଛି । ଟିବିଜେଡ- ଦି ଓରିଜିନାଲର ବ୍ରାଇଡାଲ କଲେକ୍ସନ ହେଉଛି ଭାରତୀୟ ଐତିହ୍ୟ ଓ ଆଧୁନିକ କାରିଗରୀର ଏକ ସମନ୍ୱିତ ମିଶ୍ରଣ ଯାହାକୁ ପ୍ରତ୍ୟେକ ବଧୁଙ୍କୁ ଆକର୍ଷିତ କରିବା ପାଇଁ ଡିଜାଇନ କରାଯାଇଛି । ଏହି କଲେକ୍ସନରେ ଆକର୍ଷଣୀୟ ଏନ୍‌ଗେଜମେଂଟ ରିଙ୍ଗ୍‌, ସୁନ୍ଦର ବ୍ୟାଙ୍ଗେଲ ଓ କଙ୍ଗନ, ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ନେକ୍‌ଲେସ ଆଦି ସାମିଲ ରହିଛି । ପ୍ରତ୍ୟେକ ପିସ୍ ଟିବିଜେଡ୍‌-ଦି ଓରିଜିନାଲ ପ୍ରମାଣିତ ଏବଂ ବିଆଇଏସ୍ ହଲ୍‌ମାର୍କ ବହନ କରୁଛି, ଯାହା ଶୁଦ୍ଧତା ଓ ଗୁଣବତାକୁ ସୂଚିତ କରୁଛି ।

Nalco

Leave A Reply