ଭାରତରେ ଅନେକ ନଦୀ ବହି ଯାଇଛି, ପାଖାପାଖି ସମସ୍ତ ନଦୀ ଗୋଟିଏ ରାଜ୍ୟ ସହିତ ଆଉ ଗୋଟିଏ ରାଜ୍ୟ କୁ ଯୋଡ଼ିଛି l କିଛି ନଦୀଙ୍କୁ ତାଙ୍କ ରାଜ୍ୟର ଜୀବନ ରେଖା ମଧ୍ୟ କୁହାଯାଇ ଥାଏ l ଆମ ଦେଶ ଭାରତରେ ଏଭଳି ଗୋଟିଏ ନଦୀ ରହିଛି ଯାହା ଭାରତକୁ ୨ ଭାଗରେ ଭାଗ କରିଛି l ରିପୋର୍ଟ ଅନୁସାରେ ନର୍ମଦା ନଦୀ ଭାରତକୁ ୨ଟି ଭାଗରେ ବିଭକ୍ତ କରିଛି, ଭାରତର କେନ୍ଦ୍ରୀୟ ଉଚ୍ଚ ଭୂମି ଓ ଦକ୍ଷିଣ ଉଚ୍ଚ ଅଂଚଳ ରେ ବିଭାଜିତ କରିଛି l ନର୍ମଦା ନଦୀ ମଧ୍ୟପ୍ରଦେଶ ରାଜ୍ୟରୁ ବାହାରିଛି l ୩ଟି ରାଜ୍ୟ ଦେଇ ଏହି ପବିତ୍ର ନଦୀ ପ୍ରବାହିତ ହୋଇ ଯାଇଛି l ଏହି ୩ଟି ରାଜ୍ୟ ହେଲା ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟ ଦେଇ ପ୍ରବାହିତ ହୋଇଛି l ଏହି ନଦୀ ଭାରତର ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ପ୍ରବାହିତ ହୋଇଥିବା ନଦୀ ଅଟେ l ନର୍ମଦା ନଦୀ ସେହି ନଦୀ ମାନଙ୍କ ମଧ୍ୟରେ ଅଟେ ଯିଏକି ଓଲଟା ପ୍ରବାହିତ ହୋଇଛି l ଭାରତର ୭ଟି ପ୍ରମୁଖ ନଦୀ ମାନଙ୍କ ମଧ୍ୟରୁ ନର୍ମଦା ନଦୀ ଗୋଟିଏ l ନର୍ମଦା ନଦୀ ମେଖଲ ପର୍ବତ ର ଅମରକଣ୍ଟାକ ଶିଖରରୁ ବାହାରିଛି l ନର୍ମଦା ନଦୀ ଓଲଟା ପ୍ରବାହିତ ହେଉଥିବାର କାରଣ ହେଲା ରିଫଟ ଭ୍ୟାଲି l ରିଫ୍ଟ ଭ୍ୟାଲି ର ଅର୍ଥ ନଦୀ ବିପରୀତ ଦିଗରେ ଢଳି ରହିଛି l ତେଣୁ ନର୍ମଦା ନଦୀ ଓଲଟା ପ୍ରବାହିତ ହୋଇଥାଏ ବୋଲି କୁହାଯାଇଛି l ଓଲଟା ପ୍ରବାହିତ ପଛରେ ଧାର୍ମିକ କାରଣ ମଧ୍ୟ ରହିଛି l ପୌରାଣିକ ମାନ୍ୟତା ଅନୁସାରେ ନର୍ମଦା ନଦୀ ଓ ସ୍ଵର୍ଣ ଭଦ୍ରା ନଦୀ ର ବିବାହ ହେବାକୁ ଯାଉଥିଲl l କିନ୍ତୁ ବିବାହ ପୂର୍ବରୁ ନର୍ମଦା ନଦୀ ଜାଣିପାରି ଥିଲା ଯେ ସ୍ୱର୍ଣ୍ଣାଭଦ୍ରା ର ମିଳାମିଶା ନର୍ମଦା ର ଦାସୀ ଜୁହିଳା ସହିତ ରହିଛି l ତେଣୁ ନର୍ମଦା ନଦୀ ବିବାହ କାର୍ଯ୍ୟକୁ ଛାଡି ଓଲଟା ଦିଗରେ ପ୍ରବାହିତ ହୋଇ ଯାଇଥିଲେ ଓ ଅଜନ୍ମ କୁଆଁରୀ ରହିବାର ପ୍ରତିଜ୍ଞା କରିଥିଲେ l ନର୍ମଦା ନଦୀ କୁ ଗୁଜୁରାଟ ଓ ମଧ୍ୟପ୍ରଦେଶ ର ଜୀବନ ରେଖା ବୋଲି କୁହାଯାଇ ଥାଏ l