Odisha news

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ୱତୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗରର କ୍ରମାଗତ ୩୨ ବର୍ଷ ଧର ଶତପ୍ରତିଶତ ସଫଳତା ସହ ରାଜ୍ୟସ୍ତରରେ ଇ୧ ଏକ୍ସବୟର ରେ ପ୍ରଥମ ସ୍ଥାନ

0

୨୬/୦୫/୨୦୨୪ରେ ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୨ ବର୍ଷ ଧରି ୧୦୦% ସଫଳତା ହାସଲ କରିଆସୁଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୩୮୩ ଜଣ ଛାତ୍ର/ଛାତ୍ରୀମାନେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ଅବ ୀର୍ଣ୍ଣ ହୋଇଥିବା ମୋଟ ୩୮୩ ଛାତ୍ର/ଛାତ୍ରୀଙ୍କ ମଧ୍ୟରୁ ଇ୧ ଏକ୍ସବୟର ଅର୍ଥାତ୍ ୯୦%ରୁ ଉଦ୍ଧ୍ୱର୍ରେ ୫୪ ଜଣ, ଇ୨ ଏକ୍ସବୟର ଅର୍ଥାତ୍ ୮୦%ରୁ ଉଦ୍ଧ୍ୱର୍ରେ ୧୩୧ ଜଣ, ଏବଂ ଈ୧ ଏକ୍ସବୟର ଅର୍ଥାତ୍ ୭୦%ରୁ ଉଦ୍ଧ୍ୱର୍ରେ ୧୧୪ ଜଣ, ଉ ିର୍ଣ୍ଣ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ଆୟୁଶ ଆଶୁତୋଷ ବେହରା ମୋଟ ୫୮୨ ମାର୍କ (୯୭%), ଦ୍ୱିତୀୟ ସ୍ଥାନରେ ଏସ୍. ନିହାର ରଞ୍ଜନ ପାତ୍ର ୫୭୮ ମାର୍କ (୯୬.୩୩%), ତୃତୀୟ ସ୍ଥାନରେ ମିଳିତ ଭାବେ ପ୍ରଭୂସ୍ମିତା ପଣ୍ଡା ଓ ପ୍ରିୟଙ୍କା ଚୌଧୁରି ମୋଟ ୫୭୨ ମାର୍କ (୯୫.୩୩%). ଚତୁର୍ଥ ସ୍ଥାନରେ ଶ୍ନିଗ୍ଧା ରାଣି ପ୍ରଧାନ ମୋଟ ୫୭୧ ମାର୍କ (୯୫.୧୭%), ପ ମ ସ୍ଥାନରେ ସ୍ନେହା ଶ୍ରିିତା ପଣ୍ଡା ମୋଟ ୫୭୦ ମାର୍କ (୯୫%), ଷଷ୍ଠ ସ୍ଥାନରେ ବିଶାଖା ତରାଇ ମୋଟ ୫୬୭ ମାର୍କ (୯୪.୫୦%), ସପ୍ତମ ସ୍ଥାନରେ ମିଳିତ ଭାବେ ଅପର୍ଣ୍ଣା ଆଚାରୀ ଓ ପ୍ରଜ୍ଞା ପ୍ରିୟଦର୍ଶନୀ ମୋଟ ୫୬୬ ମାର୍କ (୯୪.୩୩%), ଅଷ୍ଟମ ସ୍ଥାନରେ ଧୃତୀବଲ୍ଲଭ ପଣ୍ଡା ମୋଟ ୫୬୦ ମାର୍କ (୯୩.୩୩%), ନବମ ସ୍ଥାନରେ ମିଳିତଭାବେ ଅମିତ କୁମାର ପଣ୍ଡା ଓ ସତ୍ୟପ୍ରିୟା ବେହେରା ମୋଟ ୫୫୯ ମାର୍କ (୯୩.୧୭%) ଓ ଦଶମ ସ୍ଥାନରେ ଦିବ୍ୟାଂଶୁ ପ୍ରଧାନ ମୋଟ ୫୫୮ ମାର୍କ (୯୩%) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ବିରଳ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଶ୍ରୀ ଜିବାନନ୍ଦ ତ୍ରିପାଠୀ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟା ଶ୍ରୀମତି ପ୍ରଣତି ସାମଲ ଓ ବାସନ୍ତି ବେହେରା ଉପଦେଷ୍ଟା ଡ.ଶ୍ରୀକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢ଼ୀ, ବି.ଗଜପତି ରାଓ ଓ ଶ୍ରୀ ହରିକୃଷ୍ଣ ପାଢ଼ୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply