Odisha news

ରିଲାଏନ୍ସ ଜୁଏଲ୍ସର ନୂଆ ଭାଲେଣ୍ଟାଇନ କଲେକ୍ସନ ‘ଇଟର୍‌ନିଟି’ ଉନ୍ମୋଚିତ

ଆଧୁନିକ ସମୟର ପ୍ରେମ ଓ ରୋମାନ୍ସର ସଂଜ୍ଞା ବହନ କରୁଥିବା ଗହଣାର ଏକ ଫାଶନେବଲ୍ କଲେକ୍ସନ

ଭୁବନେଶ୍ୱର,୧୧|୨: ଭାରତର ଅନ୍ୟତମ ସର୍ବାଧିକ ନିର୍ଭରଯୋଗ୍ୟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍ସ ଏହାର ନୂତନ ଭାଲେଣ୍ଟାଇନ୍‌ସ ଡେ କଲେକ୍ସନ ‘ଇଟର୍‌ନିଟି’ ଉନ୍ମୋଚନ କରିଛି । ଏହି କଲେକ୍ସନରେ ଶାଶ୍ୱତ ପ୍ରେମର ଭାବଧାରାକୁ ସନ୍ନିବେଶିତ କରାଯାଇଛି ଏବଂ ଆପଣ ଚିରକାଳ ଯାହାଙ୍କର ଉପସ୍ଥିତି କାମନା କରୁଛନ୍ତି, ସେହି ପ୍ରିୟତମାଙ୍କ ପାଇଁ ଏହା ଏକ ଆଦରଣୀୟ ଉପହାରଯୋଗ୍ୟ ଗହଣା ହୋଇଛି ।

‘ଇଟର୍‌ନିଟି’ କଲେକ୍ସନ ପ୍ରେମ ଓ ଆତ୍ମୀୟତାକୁ ଗୁରୁତ୍ୱ ଦେଉଛି ଯାହା ଗ୍ରାହକଙ୍କ ପ୍ରିୟତମାଙ୍କ ପାଇଁ ସେମାନଙ୍କ ଅନୁଭବକୁ ଚିରନ୍ତନ କରିବ । ଏହି କଲେକ୍ସନର ପ୍ରତ୍ୟେକ ଗହଣା ଡିଜାଇନ ପ୍ରେମକୁ ଅଧିକ ନିବିଡ କରିବାକୁ ଏକ ବିରଳ କଳାକୃତି ସଦୃଶ ହୋଇଛି । ଏହି ସ୍ୱତନ୍ତ୍ର କଲେକ୍ସନରେ ୧୪ କ୍ୟାରେଟ ସୁନାରେ ତିଆରି ଏବଂ ଝଲମଲ କରୁଥିବା ହୀରା ଖଚିତ ଅତିସୁନ୍ଦର ଷ୍ଟାଇଲିଶ୍ ମୁଦି, ପେଣ୍ଡାଣ୍ଟ ଏବଂ କାନର (ଇୟର ରିଙ୍ଗ୍‌) ରହିଛି ଯାହା ଆଖିକୁ ରମଣୀୟ ଦେଖାଯିବା ସହିତ ଆଧୁନିକ ସମୟର ଭାରତୀୟ ମହିଳାଙ୍କ ପାଇଁ ସଠିକ୍ ଆଭୂଷଣ ହୋଇଛି ।

ହ୍ୱାଇଟ ଗୋଲ୍‌ଡ ଭଳି ବିଭିନ୍ନ ସମକାଳୀନ ଓ ଆଧୁନିକ ସ୍ୱର୍ଣ୍ଣ ରଙ୍ଗରେ ପ୍ରସ୍ତୁତ ଡିଜାଇନଗୁଡିକ ଛୋଟ ଛୋଟ ହୀରାକୁ ନେଇ ଅତି ସୂକ୍ଷ୍ମ ଭାବରେ ତିଆରି ହୋଇଛି, ଯାହା ସେହି ଡିଜାଇନଗୁଡିକୁ ଉଭୟ ଫର୍ମାଲ ୱିଅର ଏବଂ କାଜୁଆଲ ଉତ୍ସବାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ କରିପାରିଛି । କଲେକ୍ସନର ମୂଲ୍ୟବର୍ଗ ମଧ୍ୟ ଆଉଏକ ଆକର୍ଷଣ ହୋଇଛି, କାରଣ ଏହା ମାତ୍ର ୪୫୦୦ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ଉକ୍ତ କଲେକ୍ସନକୁ ଏକ ସୁଲଭ ଉପହାର ବିକଳ୍ପକରି ଗଢିତୋଳୁଛି । ଇଟର୍‌ନିଟି କଲେକ୍ସନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ ଏବଂ ରାଉରକେଲା ସମେତ ସମଗ୍ର ଭାରତରେ ଥିବା ସମସ୍ତ ରିଲାଏନ୍ସ ଜୁଏଲ୍‌ସ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି ।

ନୂଆ କଲେକ୍ସନ ସମ୍ପର୍କରେ ପ୍ରକାଶକରି ରିଲାଏନ୍ସ ଜୁଏଲ୍‌ସର ମୁଖପାତ୍ର କହିଛନ୍ତି, “ଆମେ ଯେତେବେଳେ କାହାକୁ ଗହଣା ଉପହାର ଦେଉ, ସେତେବେଳେ ତାହା ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ଏହା ପ୍ରେମ, ପ୍ରତିବଦ୍ଧତା ଏବଂ ଅନ୍ୟ ଅପ୍ରକାଶ୍ୟ ଭାବପ୍ରବଣତା, ସ୍ନେହ ଏବଂ ଆଜୀବନ ପ୍ରତିବଦ୍ଧତାର ଅଭିବ୍ୟକ୍ତି ହୋଇଥାଏ । ଆମେ ଆମର ନୂଆ କଲେକ୍ସନ ‘ଇଟର୍‌ନିଟି’ ଜରିଆରେ ଠିକ୍ ଏହା ହିଁ ପରିପ୍ରକାଶ କରିବାକୁ ଚାହିଁଛୁ । ଇଟର୍‌ନିଟି ଅର୍ଥ ଚିରନ୍ତନ ଏବଂ ତାହାହିଁ ପ୍ରେମର ଅନୁଭବ । ଭାଲେଣ୍ଟାଇନ୍‌ସ ଡେ ଭଳି ଏକ ସ୍ୱତନ୍ତ୍ର ଅବସରରେ ଆପଣଙ୍କ ପ୍ରିୟତମାଙ୍କୁ ସୂକ୍ଷ୍ମ ଭାବରେ ପ୍ରସ୍ତୁତ କରାଯାଇଥିବା ଗହଣା ଉପହାର ଦେଇ ସେମାନେ କେତେ ସ୍ୱତନ୍ତ୍ର ତାହା ସେମାନଙ୍କୁ ଜଣାଇବାଠାରୁ ଆଉ ଅଧିକ ଭଲ କ’ଣ ହୋଇପାରିବ ।”

Comments are closed.