Odisha news

ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ ଏହିସବୁ ଭୁଲ , ତେଣୁ କିଛିଟା କଥାକୁ ଗୁରୁତ୍ୱ ଦେବା ଜରୁରୀ

0

କୌଣସି ଗୋଟିଏ ସମ୍ପର୍କ ତିଆରି କରିବା ପାଇଁ ମଣିଷ କୁ ବର୍ଷ ବର୍ଷ ସମୟ ଲାଗି ଯାଇଥାଏ l କିନ୍ତୁ ଭାଙ୍ଗିବାକୁ ମାତ୍ର ୫ମିନିଟ ସମୟ ଲାଗିଥାଏ l ଯେକୌଣସି ଅସଫଳ ସମ୍ପର୍କ ହୋଇଥାଉ ତାହା ପଛରେ ରହିଥାଏ ଅନେକ କାରଣ l ସେଥିରେ କିଛି ରହିଥାଏ ଛୋଟ କାରଣ ଆଉକିଛି ରହିଥାଏ ବଡ଼ କାରଣ l ତେଣୁ ସେଥିପ୍ରତି କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ l

– ମଣିଷ ଯଦି ପ୍ରତ୍ୟେକ ସମ୍ପର୍କ କୁ ନେଇ ସମ୍ବେଦନଶୀଳ ଅଟେ, ତେବେ ଛୋଟ ଛୋଟ କଥାକୁ ଅଣଦେଖା କରିବା ନିହାତି ଜରୁରୀ l କାହିଁକି ନା ବେଳେବେଳେ ମୂଲ୍ୟହୀନ କଥାରେ ମଧ୍ୟ ଘର ଭାଙ୍ଗି ଯାଇଥାଏ l ତେଣୁ ସମ୍ପର୍କ କୁ ଗୋଟିଏ ଯୁଦ୍ଧ ମୈଦାନ କିମ୍ବା ଜିତିବା ଜରୁରୀ ବୋଲି ଭାବିବା ଉଚିତ ନୁହେଁ l

– କଦାପି ସମ୍ପର୍କ କୁ ଜିତିବା ଉଚିତ ନୁହେ, ଏହାଦ୍ୱାରା ସମ୍ପର୍କ ଭାଙ୍ଗି ଯାଇଥାଏ l ଏବଂ ଗୋଟିଏ ସୁନ୍ଦର ଜୀବନ ମଧ୍ୟ ନଷ୍ଟ ହୋଇଯାଇଥାଏ l କଦାପି ନିଜ ପାର୍ଟନର ଅସୁବିଧାରେ ପକାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ l

– ସେ ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି ତାହାକୁ ନେଇ ସବୁବେଳେ ସଚୋଟ ରହିବା ଜରୁରୀ l ତେଣୁ ପ୍ରତ୍ୟେକ ମଣିଷ ଙ୍କର ଭାବନା ର କଦର କରିବା ଜରୁରୀ ଓ ସେଥିପ୍ରତି ଗୁରୁତ୍ୱ ଦେବା ମଧ୍ୟ ଜରୁରୀ l

– ନିଜ ସମ୍ପର୍କ ରେ କୌଣସି ବାହାର ଲୋକକୁ ପଶିବାକୁ ଦିଅନ୍ତୁ ନାହିଁ, ଏହାଦ୍ୱରା ସମ୍ପର୍କ ଆହୁରି ଖରାପ ହୋଇଥାଏ l ଏବଂ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l ତେଣୁ ସେ ଯାହାବି ମନରେ ଗ୍ଲାନି ଅଛି ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ l

– ସବୁ ମଣିଷ ସେ ଯେଉଁ ସମ୍ପର୍କ ହୋଇଥାଉ ନା କାହିଁକି, ନିଜ ସମ୍ପର୍କ କୁ ସର୍ବ ପ୍ରଥମେ ଗୁରୁତ୍ୱ ଦେବା ଜରୁରୀ l ସବୁ ସମ୍ପର୍କ ର କିଛି ନା କିଛି ମୂଲ୍ୟ ଥାଏ l

Nalco

Leave A Reply