Odisha news

ସିଆରପିଏଫ ଆଇ.ଜି.ପି ମାଓ ସ୍ଥିତିର ସମୀକ୍ଷା କଲେ

0

ରାୟଗଡା,୨୫ ।୬(Rabindra patkhnadal)- ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ସିଆରପିଏଫ ଆଇ.ଜି ପି (ଓଡିଶା ରେଜଂ) ସଂଗ୍ରାମ କେଶରୀ ମହାନ୍ତି । ରାୟଗଡା ସଦର ମହକୁମା ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ଠାରେ ପହଂଚି ରାୟଗଡା ଜିଲ୍ଲାରେ ମାଓବାଦୀ ମାନଙ୍କ ସ୍ଥିତି ଉପରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ ।

ବର୍ତମାନ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଯଥେଷ୍ଟ କମିଥିବା ଶ୍ରୀମହାନ୍ତି ପ୍ରକାଶ କରିଥିଲେ । ତ୍ରିଲୋଚନପୁରରେ ନୂଆ ସିଆରପିଏଫ କ୍ୟାମ୍ପ ହେବା ଦ୍ୱାରା ମାଓବାଦୀଙ୍କ କାର୍ଯ୍ୟକଳାପ ଯଥେଷ୍ଟ କମିଥିବା ପ୍ରକାଶ କରିବା ସହ କଲ୍ୟାଣସିଂହପୁର ନିୟମଗିରି ଅଂଚଳରେ କିଛି ମାତ୍ରାରେ ମାଓବାଦୀ ଗତିବିଧି ଥିବା ଶ୍ରୀମହାନ୍ତି ସୂଚନା ଦେଇଥିଲେ । ସିଆରପିଏଫ ତରଫରୁ କରାଯାଉଥିବା ଜନସଂପର୍କ ଶିବିର ଯୋଗୁଁ ଲୋକେ ସିଆରପିଏଫର ବିଶ୍ୱାସଭାଜନ ହୋଇପାରୁଛନ୍ତି, ଯ ଦ୍ୱାରା ମାଓବଦୀ ମାନେ ନିରୀହ ଲୋକମାନଙ୍କୁ ମାଓ ସଂଗଠନରେ ସାମିଲ କରିପାରୁନାହନ୍ତି ।

ସିଆରପିଏଫ ମାଓ ଦମନ କାର୍ଯ୍ୟେରେ ଲିପ୍ତ ରହିବା ସହ ସୁସ୍ଥ ପରିବେଶ ପାଇଁ ଚଳିତ ବର୍ଷ ୭୦ ହଜାର ଚାରା ରୋପଣ କରିବା ପାଇଁ ଯୋଜନା ମଧ୍ୟ କରିଛି । ଏଥି ସହ କରୋନା ମହାମାରୀ ଭଳି ବିପତି ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସିଆରପିଏଫ ଜାବନ ମାନେ କାର୍ଯ୍ୟରତ ଥିଲେ । ଗାଁ ଗାଁ ବୁଲି ଲୋକଙ୍କୁ ରନ୍ଧାଖାଦ୍ୟ ବଂଟନ ସହ କରୋନା ମହାମାରୀ ସଂପର୍କରେ ସଚେତନ କରାଇଥିଲେ ।

କରୋନା ମହାମାରୀ ମୁକାବିଲା ନିମନ୍ତେ ସମସ୍ତ ସିଆରପିଏଫ ବାଟାଲିୟନକୁ ଆସିଥିବା ୧ ଲକ୍ଷ ୩୫ ହଜାର ଟଙ୍କାର ମାସ୍କ, ସାବୁନ, ସାନିଟାଜର ବଂଟନ କରାଯାଇଥିଲା । କୋରନା ମହାମାରୀ ଯୋଗୁଁ ଯବାନ ମାନଙ୍କୁ ମନୋବଳ ଭାଙ୍ଗି ନାହିଁ ଯେପରି ଆଗରୁ ପେଟ୍ରୋଲିଂ ଚାଲୁଥିଲା ଏବଂ ମଧ୍ୟ ସେପରି ପେଟ୍ରୋଲିଂ ଚାଲୁଥିବା ପ୍ରକାଶ କରିଥିଲେ ଶ୍ରୀମହାନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ରେଂଜ ଡିଆଇଜିପ ଏସ.ଡି.ପାଣ୍ଡେ, ରେଂଜ ଅଫିସ କମାଣ୍ଡେଂଟ ବଳରାମ ବେହେରା, କମାଣ୍ଡେଂଟ ୱାଇ.କେ.ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply