ରାୟଗଡା,୨୦ ।୨(Rabindra Patkhandal)-ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଜାତୀୟ ସଡକ ନିରାପତ୍ତା ମାସ ଭାବରେ ମାସେବ୍ୟାପୀ ଅଭିଯାନ ଦେଶବ୍ୟାପୀ ସଡକ ସୁରକ୍ଷା-ଜୀବନ ରକ୍ଷା ବିଷୟବସ୍ତୁକୁ ନେଇ ପାଳନ କରାଯାଇଥିଲା । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ଭାବରେ ୟୁଏଆଇଏଲ୍ ମାସେବ୍ୟାପୀ ଅଭିଯାନକୁ ସୁରକ୍ଷା ଏବଂ ଯାତାୟତ ଭଳି ସାମାଜିକ କାରଣକୁ ନେଇ ପାଳନ କରିଥିଲା । ଏହି ପ୍ରୟାସକୁ ଅଧିକ ଆଗେଇନେବା ପାଇଁ ବିବିଧ କ୍ଷେତ୍ରରେ କାର୍ଯ୍ୟକରୁଥିବା ସଚେତକ ଦଳଗୁଡିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରଥମ ସପ୍ତାହରେ ନିରାପତ୍ତା ସମ୍ପର୍କିତ ବ୍ୟାନର, ସଡକ ନିରାପତ୍ତା ଉପରେ ସୂମହ ଆଲୋଚନା ଏବଂ ସମସ୍ତ କର୍ମଚାରୀଙ୍କୁ ନିରାପତ୍ତା ସମ୍ପର୍କିତ ସଚେତନତା ସୃଷ୍ଟିକାରୀ ପ୍ରଚାରପତ୍ର ବଣ୍ଟନ ସହିତ ଆରମ୍ଭ ହୋଇଥିଲା ।
ନିରାପତ୍ତା ବିଭାଗ ପକ୍ଷରୁ ପ୍ରକଳ୍ପ ଅଞ୍ଚଳରେ ଗାଡିଗୁଡିକର ପରୀକ୍ଷା କରାଯିବା ସହିତ ରାୟଗଡା ଆରଟିଓଙ୍କ ଦ୍ୱାରା ନିରାପତ୍ତା ମାସ ପାଳନର ପ୍ରଥମ ସପ୍ତାହରେ ଡ୍ରାଇଭରମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦ୍ୱିତୀୟ ସପ୍ତାହରେ ଶକ୍ତି ପ୍ରକଳ୍ପ, ପ୍ରକଳ୍ପ ଏବଂ ଅର୍ଥ ବିଭାଗଗୁଡିକରେ ସଡକ ନିରାପତ୍ତା ସମ୍ପର୍କିତ ସମୂହ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିସହିତ ରୋଡ ସେଫ୍ଟି ମିଶନ, ମୁମ୍ବଇ ପକ୍ଷରୁ ଅପରେଟର ଏବଂ କର୍ମଚାରୀଙ୍କୁ ସଡକ ନିରାପତ୍ତା ତାଲିମ ପ୍ରଦାନ କରାଯାଇଥିଲା । ତୃତୀୟ ସପ୍ତାହରେ ବିଶୋଧନାଗାର ଅଞ୍ଚଳରେ ଗାଡିଗୁଡିକର ଯାଞ୍ଚ କରାଯାଇଥିଲା । ସଡକ ନିରାପତ୍ତା ଉପରେ ସ୍ଲୋଗାନ, କୁଇଜ ଆଦି ବିଭିନ୍ନ ପ୍ରତିଯୋଗିତା ସଦସ୍ୟ ଏବଂ କର୍ମଚାରୀଙ୍କ ପାଇଁ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅତ୍ୟନ୍ତ ଆଗ୍ରହର ସହିତ ପ୍ରାୟ ୧୦୦ ଜଣ ଅଂଶଗ୍ରହଣ କରିଥିଲେ । ଚତୁର୍ଥ ସପ୍ତାହରେ ସ୍କୁଲ ବସ୍ ଏବଂ ପରିବହନ ଗାଡିଗୁଡିକର ଯାଞ୍ଚ ସହିତ ସଡକ ମାର୍ଗ ପରିବର୍ତ୍ତନ ଭଳି କେତେକ ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ୟୁଏଆଇଏଲ୍ର ୟୁନିଟ ହେଡ୍ ଶ୍ରୀ ବେଗ୍ ପ୍ରକାଶ କରିଥିଲେ ଯେ ହେଲ୍ମେଟ ପିିନ୍ଧିବା, ଯାନର ବେଗ ସୀମାରେ ବଜାୟରଖିବା, ଟ୍ରାଫିକ ଏବଂ ସଡକ ନିରାପତ୍ତା ସଙ୍କେତଗୁଡିକର ସଠିକ ଅନୁପାଳନ ସହିତ ଏ ସମ୍ପର୍କରେ ସଚେତନତା ପ୍ରସାର ତଥା ଜନସାଧାରଣଙ୍କୁ ଅବଗତ କରାଇ ସଡକ ନିରାପତ୍ତା ସଂସ୍କୃତି ପ୍ରତି ଅବଦାନ ରଖିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଏବଂ କର୍ମଚାରୀଙ୍କ ଦାୟିତ୍ୱ ଅଟେ ବୋଲି କହିଥିଲେ ।