Odisha news

ମାଓବାଦୀଙ୍କ ଲଙ୍କା କାଣ୍ଡ, ନିୟମଗିରିରେ ରାସ୍ତା ନିର୍ମାଣ ନିୟଜିତ ୪ଟି ମେସିନକୁ ପୋଡିଦେଲେ ଏବଂ ଠିକାକ୍ଯାମ୍ପ ଧ୍ବଂସ କରିବା ସହ ଦୁଇ ଜଗୁଆଳିଙ୍କୁ ନିସ୍ତୁକ ପିଟିଲେ

0

ରାୟଗଡା-ମାଓବାଦୀଙ୍କ ଲଙ୍କା କାଣ୍ଡ ନିୟମଗିରିରେ ରାସ୍ତା ନିର୍ମାଣ ନିୟଜିତ ୪ଟି ମେସିନକୁ ପୋଡିଦେଲେ ଏବଂ ଠିକାକ୍ଯାମ୍ପ ଧ୍ବଂସ କରିବା ସହ ଦୁଇ ଜଗୁଆଳିଙ୍କୁ ନିସ୍ତୁକ ପିଟିଲେ ନିୟମଗିରିର ପାହାଡ଼ ଉପାତ୍ଯକାରେ ନିଜର ବର୍ବରତା ଦେଖାଇଛନ୍ତି। କିଛି ଦିନ ନିରବତା ପରେ ମାଓବାଦୀ ସଙ୍ଗଠନ ଖୁବ ସକ୍ରିୟ ହୋଇଉଠିଛନ୍ତି। ନିଜର ସ୍ଥିତି ଜାହିର କରିବା ପାଇଁ ଗୋଟିଏ ଠିକାକ୍ଯାମ୍ପକୁ ଧ୍ବଂସ କରି ଛାରକାର କରିଛନ୍ତି। ଦୁର୍ଗମ ପାହାଡ ଉପତ୍ୟକାରେ ବିଳମ୍ବିତ ରାତିରେ ବର୍ବର ଲଙ୍କାକାଣ୍ଡ ଭିଆଇଛନ୍ତି। ରାସ୍ତା ନିର୍ମାଣକୁ ବିରୋଧ କରି ୪ଟି ଗାଡ଼ିକୁ ପୋଡ଼ିଦେଇଛନ୍ତି ଲାଲବାହିନୀ, ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାରସାଲି ପଞ୍ଚାୟତ ଗୁମା ଗାଁ ନିକଟରେ। ବ୍ଲକର ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମା ଗ୍ରାମକୁ ରାସ୍ତା ନିର୍ମାଣ ହେଉଥିଲା, ଅଭିଯୋଗ ଅନୁସାରେ ରାତି ପ୍ରାୟ ୧୨ ବେଳେ ୬୦ରୁ ଉର୍ଦ୍ଧ ମାଓବାଦୀ ଆସି ପ୍ରଥମେ ୨ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରି ମୋବାଇଲ ଛଡ଼ାଇ ନେଲା ପରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇଥିଲେ, ଏଥିରେ ରହିଛି ଦୁଇଟି ଜେସିବି, ଗୋଟିଏ ରାଲର ଓ ଗୋଟିଏ ମିକଚେର ମେସିନକୁ ପୋଡ଼ିଦେଲେ, ଘଟଣା ସ୍ଥଳରେ ତିନଟି ପୋଷ୍ଟର ଲଗାଇଛନ୍ତି। ନିୟମଗିରି ପାହାଡ଼ରେ ରାସ୍ତା ନିର୍ମାଣ କରିବା ସହ  ବେଦାନ୍ତ କମ୍ପାନୀ ଖଣି ଉତ୍ତଳନ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିବା ସହ ସିପିଆଇ ମାଓବାଦୀ ରାୟଗଡ଼ା ଏରିଆ କମିଟି ବୋଲି ଉଲ୍ଲେଖ ରହିଛି। ଏହି କାର୍ଯ୍ୟ ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ (RD) ଦ୍ବାରା ୧୦ କୋଟି ଟଙ୍କା ଅଟକଳରେ ନିର୍ମାଣ ଚାଲିଥିଲା, ଏହାପୂର୍ବରୁ ଦୁଇଥର ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ କରି ପୋଡିଦେଇଥିଲେ । ପରେ ନିୟମଗିରି ପାହାଡ ପରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ୧୦ କୋଟି ଟଙ୍କା ଅଟକଳରେ ଚାଲିଥିଲା ରାସ୍ତା ନିର୍ମାଣ । ଏବଂ ଏହି ଅଞ୍ଚଳର କାର୍ଯ୍ୟ କରିବା ପାଇଁ କେଉଁ ଠିକାଦାର ଇଚ୍ଛା  ପ୍ରକାଶ କରନ୍ତି ନାହିଁ। ତେଣୁ  ଜିଲ୍ଲା ପ୍ରଶାସନର ପୋଲିସ ବିଭାଗ ତରଫରୁ ସୁରକ୍ଷା ଦେଇ ଆସୁଥିବା ବେଳେ ଏଭଳି ଘଟଣା ଘଟାଇଛନ୍ତି ମାଓବାଦୀ। ଏବିଷୟରେ ଆରକ୍ଷୀ ଅଧିକ୍ଷକ ଡ଼ଃ  ଶ୍ରବଣ ବିବେକ ଏମ୍  କହିଛନ୍ତି ଆମର କମ୍ବିଙ୍ଗ ଜୋରଜାର ଚାଲିଛି  କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଏରିଆ ତେଣୁ କମ୍ବିଙ୍ଗରେ ଅସୁବିଧା ହେଉଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି କହିଛନ୍ତି।

Leave A Reply