Odisha news

ସ୍ୱାମୀ ହତ୍ୟା କଲା ସ୍ତ୍ରୀକୁ

0

ରାୟଗଡା,୧୨ ।୨ପାରିବାରିକ କଳହରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ନେଲା ଅମୂଲ୍ୟ ଜୀବନ । ନିଜ କ୍ରୋଧକୁ ଆୟତ ନ କରିପାରି ଏକ ଟାଙ୍ଗିଆ ଦ୍ୱାରା ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ସଦର ମହକୁମା ୭ କି.ମି ଦୂରସ୍ଥିତ କଡିଙ୍ଗଗୁଡା ଗ୍ରାମରେ । ସୂଚନା ମୁତାବକ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗତ କିଛି ଦିନ ହେଲା କଳହ ଲାଗି ରହିଥିଲା । ଗତକାଲି ରାତିରେ ସ୍ତ୍ରୀ ବାନାଇ ଜାକାକା ଶୋଇଥିବା ସମୟରେ ସ୍ୱାମୀ ସତାନା ଜାକାକା ଏକ ଟାଙ୍ଗିଆ ଦ୍ୱାରା ସ୍ତ୍ରୀକୁ ବେକ ଏବଂ ମୁଣ୍ଡକୁ ଆଘାତ କରିଥିଲା । ବାରମ୍ବାର ଆକ୍ରମଣ ଦ୍ୱାରା ସ୍ତ୍ରୀ ବାନାଇ ଜାକାକାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏ ନେଇ ସତାନା ଜାକାକା ଗାଁ ଠାରୁ ୭ କିଲୋମିଟର ଦୂର ଟାଉନ ଥାନାକୁ ଆସି ନିଜ ଘଟାଇଥିବା ହତ୍ୟାକାଣ୍ଡକୁ ପୋଲିସ ଆଗରେ ବୟାନ କରିଥିଲା । ସତାନାର ବୟାନକୁ ଆଧାର କରି ରାୟଗଡା ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ବାନାଇକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ଗଭୀର କ୍ଷତ ଏବଂ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ବାନାଇ ଜାକାକାର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ସ୍ୱାମୀ ସାତନା ଜାକାକାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମ ମୋହନ ସାହୁ ପ୍ରକାଶ କରିଥିଲେ ।

Har Ghar Tiranga

Leave A Reply