Odisha news

ସି ଆର ପି ଏଫ ବାଟାଲିୟନ ମାଓଗଡରେ ସ୍ୱାସ୍ଥ୍ୟ ଶିବିର

0
ରାୟଗଡା-୬/୨କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନ ରାୟଗଡା ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରାୟଗଡା କଳାହାଣ୍ଡି ସୀମାନ୍ତ ମାଓବାଦୀଙ୍କ ଲାଲଗଡ଼ କୁହାଯାଥିବା ନିୟମଗିରି ପାହାଡ଼ ଅଂଚଳର  ତ୍ରିଲୋଚନପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ କୁଟିଆ କନ୍ଧଙ୍କ ନିମନ୍ତେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଜନଜାତି ପାଇଁ ସାହାରା ହୋଇଛି । ଏହି କାର୍ଯ୍ୟକ୍ରମକୁ ଡ଼ିଆଇଜି କେନ୍ଦ୍ରୀୟ ସୁରକ୍ଷା ବଳ ସମ୍ବଲପୁରଙ୍କ ଦ୍ବାରା ଉଦଘାଟନ କରିଥିଲେ । ରାୟଗଡା ୪ର୍ଥ ସିଆରପିଏଫ ବାଟାଲିୟନ କୋମାଣ୍ଡେଣ୍ଟ ଜତୀନ୍ଦ୍ର କୁମାର ରାଜପୁତ ଡାକ୍ତର ଏ କେ ମହାପାତ୍ର ସି ଏମ ଓ (ଏସ ଜି), ସେକଣ୍ଡ ଇନ କୋମାଣ୍ଡେଣ୍ଟ ସୁଶୀଲ କୁମାର ଠାକୁର ଆଶିଷଟେଣ୍ଟ କୋମାଣ୍ଡେଣ୍ଟ କୁଲଦୀପ ସିଂ ଉପସ୍ଥିତ ରହିଥିଲେ ।ଡାକ୍ତର ସ୍ୱପ୍ନା ନାୟକ ଡାକ୍ତର ନମଇଁ ଗହୀର ଡାକ୍ତର ଇନ୍ଦ୍ରା ନାଥନି ବିଶ୍ୱନାଥପୁର ଡାକ୍ତରଖାନାରେ ଡାକ୍ତର ମାନେ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।ଡାକ୍ତରଙ୍କୁ ପାରା ମେଡିକାଲ ଷ୍ଟାଫ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଜିର ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ତ୍ରିଲୋଚନପୁର ପଂଚାୟତର ଫୁଲଦୁମେରା, ବେଲଗୁଡା, ବେଲଗାର ଓ ତ୍ରିଲୋଚନପୁର ଗ୍ରାମର ପ୍ରାୟ ୨୧୫ ଜଣ ବ୍ୟକ୍ତି ନିଜର ଚକ୍ଷୁ ପରୀକ୍ଷା କରିଥିଲେ ଓ ସେମାନଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା ସି ଆର ପି ଏଫ ଲୋକ ସମ୍ପର୍କ ଅଧିକାରୀ ସରୋଜ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କଲ୍ଯାଣସିଂହପୁର ଓ ବିଜାପୁର ପୋଲିସ ସାଙ୍ଗକୁ ତ୍ରିଲୋଚନପୁର ଓ ବିଜାରପୁର ସି ଆର ପି ଏଫ ଯବାନ ମାନେ ଏହି ଶିବିର ଉପରେ କଡା ନଜର ରଖିଥିଲେ। ଯଦିଓ ଅଘଟଣ ଘଟିବ ସେଥିପାଇଁ ସତର୍କ ରହିଥିଲେ । ଏହି ଅଂଚଳ ବାସୀଙ୍କ ପାଇଁ ମଧ୍ୟ୍ୟ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି କୋମାଣ୍ଡେଣ୍ଟ ରାଜପୁତ ସୂଚନା ଦେଇଛନ୍ତି।

Leave A Reply