Odisha news

ଦଶହରା ରେ ଅଦ୍ଭୁତ ରାବଣ ପୋଡି : ମହିଳା ପୋଡିଲେ ରାବଣ ରୂପି ଶ୍ୱଶୁର ଘର ସଦସ୍ୟ ଙ୍କ ପ୍ରତିମୂର୍ତ୍ତି  

0

ବର୍ତମାନ ଦଶହରା ପର୍ବ ସରି ଯାଇଛି ଏବଂ ହିନ୍ଦୁ ମାନ୍ୟତା ଅନୁସାରେ ବିଜୟାଦଶମୀ ଦିନ ରାବଣ ଦହନ କାର୍ଯ୍ୟ ମଧ୍ୟ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇ ଯାଇଛି ସାରା ଭାରତ ବର୍ଷରେ l ଏବଂ ଠିକ ଏହି ସମୟ ରେ ଉତ୍ତରପ୍ରଦେଶ ର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ସୂଚନା ଯୋଗ୍ୟ ଦଶହରା ଦିନ ସନ୍ଧ୍ୟା ସମୟ ରେ ଜଣେ ମହିଳା ରାବଣ ବେଶରେ ନିଜର ସ୍ୱାମୀ, ଶାଶୁ ଓ ନଣନ୍ଦ ଙ୍କ ଆକୃତି ନିର୍ମାଣ କରି ଜଳାଇଛନ୍ତି l

ସୂଚନା ଯୋଗ୍ୟ ଯେ ଶନିବାର ଦିନ ସାରା ଭାରତରେ ବିଜୟାଦଶମୀ ପର୍ବ ଧୂମଧାମ ରେ ପାଳନ ହୋଇଯାଇଛି, କିନ୍ତୁ ଉତ୍ତରପ୍ରଦେଶ ର ହମିରପୁର ଜିଲ୍ଲା ସ୍ଥିତ ମୂଷକରା ଅଂଚଳରେ ଜଣେ ମହିଳା ନିଜ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଫଟୋ ଲଗାଇ ଚାରିଟି ପ୍ରତିକୃତି ତିଆରି କରିଥିଲେ l ଏବଂ ସେହି ଗୁଡିକୁ ପୋଡିଥିଲେ l ଏହି ମହିଳାଙ୍କ ନାମ ହେଉଛି ପ୍ରିୟଙ୍କା ଏବଂ ସେ ୧୪ ବର୍ଷ ପୂର୍ବରୁ ସଂଜୀବ ଦୀକ୍ଷିତ ଙ୍କୁ ବିବାହ କରିଥିଲେ l ସେ ବିବାହ ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ  ଙ୍କ ର ପୂର୍ବରୁ  ନିଜ  ଭଉଣୀ ଙ୍କ ସାଙ୍ଗ ସହିତ ଆଫେୟାର ରେ ଥିଲେ l ତେଣୁ ସଂଜୀବ ପ୍ରିୟଙ୍କା ଙ୍କୁ ଛାଡି ପୁଷ୍ପାଞ୍ଜଳି ନାମକ ଝିଅଙ୍କ ସହିତ ଲିଭ- ଇନ – ରିଲେସନ ରେ ଅଛନ୍ତି l

ଯେତେବେଳେ ପ୍ରିୟଙ୍କା ଏହି କଥା ଜାଣିବାକୁ ପାଇଥିଲେ ସେତେବେଳେ ସେ ବିରୋଧ କରିବାକୁ ଲାଗିଥିଲେ l କିନ୍ତୁ ତାଙ୍କୁ ତାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ କେହି ହେଲେ ସପୋର୍ଟ କରି ନଥିଲେ l ତେଣୁ ସେ ବିଜୟାଦଶମୀ ଦିନ ସ୍ୱାମୀଙ୍କ ଘର ସମୁଖରେ ନିଜ ଶ୍ୱଶୁର ଘର ସଦସ୍ୟଙ୍କ ପ୍ରତିକୃତି କୁ ଜାଳି ସନ୍ଦେଶ ଦେଇଥିଲେ ଯେ ସମାଜ ରୁ ରାବଣ ରୁପି ମଣିଷ ଙ୍କୁ ବହିଷ୍କାର କର l ୧୪ ବର୍ଷ ହୋଇଯାଇଥିଲେ ମଧ୍ୟ ତାଙ୍କର ବନବାସ ସମ୍ପୂର୍ଣ ହୋଇନାହିଁ l ଏବଂ ସେ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି l

Leave A Reply