ସୁନା ବେଶ ସମୟରେ ମହାପ୍ରଭୁଙ୍କ ସମ୍ମୁଖରେ ରହିବେନି ସେବାୟତ, ତିନି ରଥ ସମ୍ମୁଖରେ ଲାଗିବ ଷ୍ଟିଲ ପାଇପ : ରାମକୃଷ୍ଣ ଦାସ ମହାପାତ୍ର।
ପୁରୀ: ଭକ୍ତମାନେ ରଥାରୁଢ଼ ବିଗ୍ରହମାନଙ୍କର ଦୁର୍ଲଭ ସୁନା ବେଶ ଯେପରି ଭଲ ଭାବରେ ଦର୍ଶନ କରି ପାରିବେ ସେ ନେଇ ଦଇତାପତି ନିଯୋଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି। ସୁନା ବେଶ ଦିନ ରଥ ଉପରେ ବିଗ୍ରହ ମାନଙ୍କ ସମ୍ମୁଖରେ କୌଣସି ସେବାୟତ ଛିଡା ହୋଇ ପାରିବେ ନାହିଁ । ଭକ୍ତ ମାନେ ଯେପରି ବିଗ୍ରହମାନଙ୍କର ସୁନା ବେଶ ଭଲ ଭାବରେ ଦର୍ଶନ କରି ପାରିବେ ସେଥି ପାଇଁ ତିନି ରଥ ସମ୍ମୁଖରେ ଷ୍ଟିଲ ରେଲିଂ ଲାଗିବ। ସୁନା ବେଶରେ ଦଶରୁ ପନ୍ଦର ଲକ୍ଷ ଭକ୍ତଙ୍କ ସମାବେଶ ହେବାର ଆକଳନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସୁନା ବେଶ ଦିନ ରାତି ୧୨ ଟା ରୁ ୧ ଟା ପର୍ଯ୍ୟନ୍ତ ଚାଲିବ ବୋଲି ଦଇତା ପତି ନିଯୋଗ ପକ୍ଷରୁ ଆୟୋଜିତ ହୋଇ ଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଇତା ପତି ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି
ରଥ ଯାତ୍ରାପରି ବାହୁଡା଼ ଯାତ୍ରାରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଜିଲ୍ଲପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ହୋଇଛି | ଆସନ୍ତା ୧୦ ତାରିଖ ତିନି ରଥରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ। ସୁନାବେଶ ନିମନ୍ତେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହୋଇଛି | ସୁନାବେଶରେ ପ୍ରାୟ ଦଶରୁ ପନ୍ଦର ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଇଛି। ଏତେ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଥିବାରୁ ସୁନା ବେଶ ଦିନ ରାତି ୧୨ ଟା କିମ୍ବା ୧ ଟା ପର୍ଯ୍ୟନ୍ତ ଏହି ଦୁର୍ଲଭ ବେଶ ଭକ୍ତ ମାନେ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଇଛି | ସୁନାବେଶ ସମୟରେ ବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ | ତିନି ରଥରେ ବିରାଜମାନ ବିଗ୍ରହଙ୍କ ଉଭୟ ପାର୍ଶ୍ୱରେ ପାଇପ ଲଗାଯିବ | ଏହା ଫଳରେ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶକୁ ଅତି ସୁନ୍ଦର ଭାବେ ଦର୍ଶନ କରିପାରିବେ | ରଥ ଉପରକୁ ସେବାୟତ ମାନେ ମୋବାଇଲ ନେଉଥିଲେ ମଧ୍ୟ ସେଠାରେ କୌଣସି ଫଟ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ ନାହିଁ | ଏଥି ପାଇଁ ସମସ୍ଥ ସେବାୟତ ମାନଙ୍କୁ ଅବଗତ କରାଯାଇଛି | ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି,ଦର୍ଶନ,ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ଦଇତାପତି ନିଯୋଗ ସଭାପତି |