Odisha news

ଆସନ୍ତୁ ଜାଣିବା ଗୁରୁବାର ଦିନଟି କେମିତି କଟିବ

0

ମେଷ: ସଠିକ୍‌ ନିଷ୍ପତ୍ତି ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

ବୃଷ: ଯେଉଁ କାମ ହାତକୁ ନେବେ ପୂରା ମନୋଯୋଗରେ କରିବେ। ଧନଲାଭର ଯୋଗ ରହିଛି। କୌଣସି ବନ୍ଧୁ ସହିତ ମତଭେଦ ହୋଇପାର

ମିଥୁନ: ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ କଷ୍ଟ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

କର୍କଟ: ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ସି˚ହ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ଯୌଥ କାରବାରରେ ଯଥେଷ୍ଟ ଲାଭ ପାଇବେ। ଜମି କିଣିବା ଲାଗି ଦିନଟି ଶୁଭ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମ ଜୀବନ ଭଲ ରହିବ।

ତୁଳା: ମନକୁ ନୂଆ ନୂଆ ବିଚାର ଆସିବ। ଜୀବନରେ ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଚେଷ୍ଟା କରିବେ। ଛାତ୍ରମାନେ ପରୀକ୍ଷାରେ ଭଲ କରିବେ।

ବିଛା: ପ୍ରଭୁଙ୍କ ସ୍ମରଣ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଧନଲାଭ ହେବ।

ଧନୁ: ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ଅଚାନକ କୌଣସି ବନ୍ଧୁ ଆସିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍‌ ରହିବ।

ମକର: କାରବାରୀଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ଭଲଭାବେ ନିଜର କାମ ତୁଲାଇବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

କୁମ୍ଭ: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ।

ମୀନ: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ପ୍ରତିଯୋଗୀ ଛାତ୍ର ଲେଖାପଢ଼ାରେ ଅମନୋଯୋଗୀ ହେବେ।

However, one medication should not be substituted for another without the written permission of a doctor. vgrmalaysia Request an Appointment Please leave your contact details below we’lll contact you to confirm your appointment.

Leave A Reply