Odisha news

ବାମ୍ବଡ଼ାରେ ଆନ୍ତଃରାଜ୍ୟ ଦିବାରାତ୍ର ଭଲି ଟୁର୍ନାମେଣ୍ଟ

ରଣପୁର, 07/02 : ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ବାମ୍ବଡ଼ା ଗ୍ରାମରେ ୟୁନିକ କ୍ଲବ ଆନୁକୂଲ୍ୟରେ  ଆନ୍ତଃରାଜ୍ୟ ଦିବାରାତ୍ର ଭଲି ଟୁର୍ନାମେଣ୍ଟ ଆଜି ଅପରାହ୍ନ ଠାରୁ ଆରମ୍ଭ ହୋଇଛି l ଏହା ବିଳମ୍ବିତ ରାତିରେ ଶେଷ ହେବ l ଏଥିରେ ମୁଖ୍ୟ ଅତିଥି ଭାବେ ରାଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ l ୟୁନିକ କ୍ଲବର ଉପଦେଷ୍ଟା ତଥା ରଣପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ଇଂ ଦେବାଶିଷ ପଟ୍ଟନାୟକ, ସରପଞ୍ଚ ସୁକାନ୍ତ ସାମନ୍ତରାୟ, ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ, ଯୁବ ସମାଜସେଵୀ  ମୁସରଫ ଖାନ ରଣପୁର ର ଲିଙ୍ଗରାଜ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

ଏହି ଟୁର୍ନାମେଣ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଗ୍ରାମର ପୂର୍ବତନ ଖେଳାଳି ଶେଖ ଫଜଲ, ଗଫର ଖାନ, ଅବବୁକ ହାଲିମ ଖାନ, ଅଜିତ ଖାନ ଓ ସୌରିବନ୍ଧୁ ପ୍ରଧାନଙ୍କୁ ଉପଢୌକନ, ପୁଷ୍ପଗୁଛ ଓ ସିଲକପ ଦେଇ ସମ୍ମାନିତ କରା ଯାଇଥିଲା l ଏହି ଟୁର୍ନାମେଣ୍ଟ ଭାଇଜାକ ରେଲୱେ, ହରିୟାଣା, ଓଡିଶା ସ୍ପୋର୍ଟ୍ସ ହଷ୍ଟେଲ ଓ ରାଇଜିଙ୍ଗ କ୍ଲବ ନାମକ ଚାରୋଟି ଟିମ ମଧ୍ୟରେ ଖେଳା ଯିବ ବୋଲି  ଆୟୋଯକ ତରଫରୁ ସୂଚନା ମିଳିଛି l  ପ୍ରଥମ ରାଉଣ୍ଡରେ ଭାଇଜାକ ରେଲୱେ ଓ ରାଇଜିଙ୍ଗ କ୍ଲବ ମଧ୍ୟ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା l ପ୍ରଥମ ରାଉଣ୍ଡରେ ଭାଇଜାକ ରେଲୱେ ଟିମ ଜିତି ଥିବା ଜଣା ପଡିଛି l

Comments are closed.