Odisha news

ଚାଷୀ ଙ୍କ ପାଇଁ କାଳସାଜିଲା ଅଦିନିଆ ଲଘୁଚାପ ବର୍ଷା : ବିଲରେ ଭାସୁଛି ଧାନ କଳେଇ ଚିନ୍ତାରେ ଚାଷୀ 

0
ରଣପୁର…. ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳରେ ଗତ ଗୁରୁବାର ସନ୍ଧ୍ୟା ରୁ ପାଗ କୋହଲା ହେବା ସାଙ୍ଗ କୁ ଝିପି ଝିପି ବର୍ଷା ଆରମ୍ଭ ହୋଇ ଶୁକ୍ରବାର ସକାଳ ଠାରୁ ଦୁଇ ଦିନ ଧରି ଲଘୁଚାପ ଜନିତ  ପ୍ରବଳ ବର୍ଷା ଲାଗିରହିଥିବା ଯୋଗୁ  ବିଲ ରେ କଟା ହୋଇ ପଡ଼ିଥିବା ଧାନ କଳେଇ ବର୍ଷା ପାଣି ରେ   ଭାସୁଛି  ଯାହାକୁ ନେଇ ଚିନ୍ତା ରେ ଚାଷୀ.. ବର୍ଷ ଯାକର ପରିଶ୍ରମ ଅମଳ କୁ ନଷ୍ଟ ହେଇଯାଉଥିବାର ଦେଖି ଧର୍ଯ୍ୟ ହରାପଡିଛି ଚାଷୀ କୁଳ. ସୂଚନା ଅନୁସାରେ…ଚଳିତ ବର୍ଷ ଧାନ ଚାଷ ପାଇଁ ପାଗ ଅନୁକୂଳ ହୋଇଥିବା ବେଳେ ଚାଷୀ ବ୍ୟାଙ୍କ ଲୋନ ଓ ଧାର କରଜ କରି ଆଣି ଧାନ ଚାଷ କରିବା ସହିତ ଭଲ ଅମଳ ଵି କରିଥିଲେ  ଯାହାକୁ କାଟି ବେଙ୍ଗଳା କରି ଘରକୁ ନେବାକୁ ମଜୁରୀ  ଲଗେଇ ଧାନ କାଟି କିଏ ବିଲ ପକେଇ ଥିଲା ତ କିଏ ବିଲ ରେ କଳେଇ ବାନ୍ଧି ରଖିଥିଲା  ଏବଂ କେତକ ଜାଗାରେ ଧାନ କାଟ ନହୋଇ ଥିବା ଦେଖିବାକୁ ମିଳିଥିଲା ତେବେ ବିଲରେ କାଟି ରଖିଥିବା ଫସଲ ବେଙ୍ଗଳା ପଡିବା ପୂର୍ବରୁ    ଅଦିନିଆ ଲଘୁଚାପ ଜନିତ   ବର୍ଷା ରେ  ସବୁ ଧାନ ଫସଲ  ନଷ୍ଟ ହେବା ସହିତ କେତେକ  ବିଲ ରେ ପାଣି ଲହଡି ଭାଗୁଛି  ଯାହାକୁ ଦେଖି  ଋଣଟଙ୍କା ଶୁଝିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ ଆଉ କେତକଚାଷୀ ଙ୍କ ଧାନ  ବର୍ଷାରେ  ଭିଜି ଗଜା ହୋଇଯିବା ନେଇ ଆଶଙ୍କା ଦେଖାଦେଇଛି ଏହିଭଳି ପରିସ୍ଥିତି ରେ ରଣପୁର ବ୍ଲକ ର ପ୍ରାୟ ଅଧିକାଂଶ ପଞ୍ଚାୟତ ରେ ଅଦିନିଆ ବର୍ଷା ଚାଷୀ ଦୃଦଶା ବଢ଼ାଇ ଦେଇଛି. ତା ସାଙ୍ଗ କୁ ବ୍ୟାପକ ଅଞ୍ଚଳ ରେ ଫସଲ ନଷ୍ଟ ହୋଇଛି ଏବଂ ଡାଲି ଜାତୀୟ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି ଯାହାକୁ ନେଇ ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି ହେଉଛି

Leave A Reply