Odisha news

କନ୍ୟା ସନ୍ତାନ  ଦିବସ ଉପଲକ୍ଷେ ବେଟି ବଞ୍ଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ..

0
ରଣପୁର….ସୋମବାର ରଣପୁର ସି. ଡି. ପି ଓ କାର୍ଯ୍ୟାଳୟ ପରିସର ରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ବେଟି ବଞ୍ଚାଓ ଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ରଣପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ୟା ସନ୍ତାନ ଙ୍କ ଗୁରୁତ୍ୱ ବୁଝାଇବା ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ରଣପୁର ସିଡି ପି ଓ ଶ୍ରୀ ମତୀ ଗୀତାଞ୍ଜଳି ଦଲାଲ ଏହି କାର୍ଯ୍ୟକ୍ରମ କୁ ପରିଚାଳନା  କରି ଏହାର ମୁଖ୍ୟ ଉଦେଶ୍ୟ ଓ ଲକ୍ଷ ସମ୍ପର୍କ ରେ ଆଲୋକପାତ କରି କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ବିସି ହାଇସ୍କୁଲ ର ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନନ୍ଦ ଏବଂ ସିଡିପିଓ ଅଫିସ ର ସମସ୍ତ କର୍ମଚାରୀ ଯୋଗଦାନ କରି ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ. ପୁତ୍ର ସନ୍ତାନ ଭଳି ଝିଅ ଙ୍କୁ ପାଠ ପଢେଇବା ସମସ୍ତ ପ୍ରୋତ୍ସାହନ ଯୋଗେଇବା ଦେବା ସହିତ କନ୍ୟା ଭୃଣ ହତ୍ୟା ରୋକିବା ବାଲ୍ୟ ବିବାହ.ଲିଙ୍ଗଗତ ବୈଷ୍ୟମତା ବିଷୟ ସଚେତନ କରେଇବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ ଥିଲା ପରିଶେଷରେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସଂମ୍ମାନିତ କରାଯାଇଥିଲା ଆଶା କର୍ମୀ ମାନଙ୍କୁ ଏଥିରେ ସାମିଲ ହୋଇଥିବା ବେଳେ ଆଗକୁ ଏହିଭଳି କାର୍ଯ୍ୟକ୍ରମ କନ୍ୟା ଭୁର୍ଣ ହତ୍ୟା ରୋକିବା ରେ ସହାୟକ ହେବା ଏହାର ମୂଳଲକ୍ଷ
Nalco

Leave A Reply