Odisha news

ରଣପୁର ସିପିଆଇ (ଏମ୍) ର ପାଲେଷ୍ଟାଇନ ସଂହତି ଦିବସ ପାଳିତ

0
ରଣପୁର  : ସିପିଆଇ (ଏମ) ସମେତ ବାମପନ୍ଥି ଦଳ ମାନଙ୍କ ର ଆହ୍ଵାନ କ୍ରମେ ଅକ୍ଟୋବର  ୭ ତାରିଖ ଦିନ ଦେଶ ବ୍ୟାପି ପାଲେଷ୍ଟାଇନ ସଂହତି ଦିବସ ପାଳିତ  ଅବସରରେ ରଣପୁରରେ ମଧ୍ଯ ପାଳିତ ହୋଇ ଯାଇଛି। ଅପରାହ୍ନ ୬  ଟା ସମୟ ରେ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ରଣପୁର ଥାନା ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବକ୍ତା ମାନେ ଆମେରିକାର ଇଙ୍ଗିତ ରେ ଇସ୍ରାଏଲ ର ପାଲେଷ୍ଟାଇନ ଉପରେ ଆକ୍ରମଣ କୁ ତୀବ୍ର ନିନ୍ଦା କରିଥିଲେ ।ଦୀର୍ଘ ଏକ ବର୍ଷ ହେଲା ପାଲେଷ୍ଟାଇନର ଗାଜା ଉପରେ ଚାଲି ଥିବା ଅମାନୁଷିକ ନରସଂହାର ରେ ବହୁ ନୀରିହ ଶିଶୁ,ମହିଳା ଓ ନିରୀହ ସାଧାରଣ ଜନତା ମୃତ୍ଯୁ ମୁଖରେ ପଡିଥିଲା ବେଳେ ବାସ ଗୃହ,ଡାକ୍ତର ଖାନା ଓ ଶିକ୍ଷା ଅନୁଷ୍ଠାନ ଆଦି ଧ୍ବଂସ ହୋଇଛି। ପାଲେଷ୍ଟାଇନରେ ଆଜି ମାନବିକ ଅଧିକାର କ୍ଷୂର୍ଣ୍ଣ ହୋଇଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ଯେତେବେଳ ଲୋକେ ଖାଇବାକୁ ପାଉ ନାହାନ୍ତି,ଆକାଶ ଛୁଆଁ ଦର ବୃଦ୍ଧି ଘଟିଛି ଯୁଦ୍ଧ ତୁରନ୍ତ ବନ୍ଦ ହେବା ଦରକାର। ଆମେରିକାର ବିସ୍ତାର ବାଦୀ ନୀତି,ତେଲର ମାଲିକାନା ଓ ଯୁଦ୍ଧାସ୍ତ୍ର ବିକ୍ରି କରି ଲାଭ ବାନ ହେବାର ଚକ୍ରାନ୍ତ ଏଭଳି ବିପଦପୂର୍ଣ୍ଣ ପରିସ୍ଥିତି ଆଣି ଦେଇଛି।ଦ୍ବିତୀୟ ବିଶ୍ବଯୁଦ୍ଧ ର ବିଭୀଷିକା ଏବେ ବି ଲିଭି ନ ଥିଲା ବେଳେ ଏଭଳି ଯୁଦ୍ଧ ଆଉ ଏକ ବିଶ୍ବଯୁଦ୍ଧ ଆଡକୁ ବିଶ୍ବ ଯାଉ ଥିବାରୁ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ବକ୍ତା ମାନେ ନିବେଦନ କରିବା ସହ କେନ୍ଦ୍ର ମୋଦୀ ସରକାର ଙ୍କ ଆମେରିକା ପ୍ରୀତି ବନ୍ଦ କରିବାକୁ ଚେତାବନୀ ଦେବା ସହ ଜନଗଣ ଙ୍କୁ ଯୁଦ୍ଧ ନୁହେଁ ଶାନ୍ତି ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।
Nalco

Leave A Reply