Odisha news

ରଣପୁର ଶିଖରପୁର ଠାରେ  ବିଜେଡିର ବିଶାଳ ସମାବେଶ , ଯୋଡ଼ି ଶଙ୍ଖର ଆହ୍ୱାନ ଦେଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ

0
ରଣପୁର,  ୨୮/୦୪ : ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁରଠାରେ ରବିବାର  ବିଜୁ ଜନତା ଦଳର ବିଶାଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ବିଜେଡି ଜିଲ୍ଲା ସହ ପର୍ଯ୍ୟାବ୍ୟଖକ  ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି ସମାବେଶରେ ଉପସ୍ଥିତ ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଉପସ୍ଥାପନ କରି ଯୋଡ଼ି ଶଙ୍ଖରେ ମୋହର ମାରି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସାରା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଅନେକ ଯୋଜନା ଓ ପରିକଳ୍ପନା କରି ଆସୁଥିବା କହିଥିଲେ । ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବା ସହ ୫ଟି ନବୀନ ଗ୍ୟାରେଣ୍ଟି ଏବେ ଓଡ଼ିଶାକୁ ରୂପାନ୍ତରିତ ଓଡ଼ିଶାରେ ପରିବର୍ତ୍ତନ କରିବା ପାଇଁ କାର‌୍ୟ୍ୟ କରିବ ବୋଲି କହିଥିଲେ । ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଜଣେ ସେବାକୁ ଗୁରୁତ୍ୱ ଦେଉଥିବା ମଣିଷ । ଡେଲାଙ୍ଗ ମାଟିରେ ଜନ୍ମ ଗ୍ରହଣ କରି ସାରା ଦେଶରେ ସୁନାମ ଅର୍ଜ୍ଜନ କରିଥିବା ଜଣେ ଭଲ ମଣିଷଙ୍କୁ ଆମେ ସାଂସଦ ଭାବେ ପାଇବାକୁ ଯାଉଛେ ବୋଲି କହିଥିଲେ । ସେହିଭଳି ଭାବେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ଜଣେ ଅମାୟିକ, ନିଷ୍କପଟ ବ୍ୟକ୍ତିତ୍ୱ ବୋଲି ଉପସ୍ଥିତ ନେତାମାନେ କହିବା ସହ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତେ ଯୋଦ୍ଧା ଭଳି କାର‌୍ୟ୍ୟ କରିବା ଆବଶ୍ୟକ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର‌୍ୟ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନେତା ସନ୍ୟାସୀ ପ୍ରଧାନ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ସଂଯୁକ୍ତା ପଢ଼ିଆରୀ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ହଜାର ହଜାର ସଂଖ୍ୟକ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତ କର୍ମୀ ମାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ୧୫ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ । ଏଥି ସହିତ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
Nalco

Leave A Reply