Odisha news

ରଣପୁର ନିର୍ବାଚନୀ ମଣ୍ଡଳୀ ର ବଢୁଛି ରାଜନୈତିକି ଉଷ୍ମତା : ପ୍ରାଥୀ ଚୟନ କୁ ନେଇ ଉଭୟ ଦଳରେ ଅସନ୍ତୁଷ୍ଟ ନେତା ଓ କର୍ମୀ 

0
ରଣପୁର….. ସାରା ରାଜ୍ୟ ରେ ୨0୨୪ନିର୍ବାଚନୀ ବିଗୁଲ ବାଜି ସରିଥିବା ବେଳେ ଆସନ୍ତା  ମାସ ମେ 25 ତାରିଖ ରେ ରଣପୁର ବିଧାନ ସଭା କ୍ଷେତ୍ର ପାଇଁ  ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି . ଏଥି ପାଇଁ ହେବାକୁ ଥିବା ସମସ୍ତ ନିର୍ବାଚନୀ ରଣକ୍ଷେତ୍ର ଏକପ୍ରକାର  ପ୍ରସ୍ତୁତ ହୋଇଥିବା ସାରିଥିବା ବେଳେ.  ଏହି ନିର୍ବାଚନ ପାଇଁ ରଣପୁର ରେ ମୁଖ୍ୟ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ବିଜେଡି ଓ ବିଜେପି ତାର ପ୍ରାଥୀ  ଘୋଷଣା କରିସାରିଛି.କିନ୍ତୁ  ଉଭୟ  ଦଳ ର ପ୍ରାଥୀ ଚୟନ କୁ  ଦଳୀୟ କର୍ମୀ  ଓ ନେତା ସହଜ ରେ ଗ୍ରହଣ କରୁନଥିବା ଦେଖିବାକୁ ମିଳୁଛି ଯାହା ଫଳରେ ଉଭୟ ଦଳରେ ଦିନ କୁ ଦିନ ତୀବ୍ର    ଅସନ୍ତୁଷ୍ଟ ଦେଖା ଦେଇଛି.. ଉଭୟ ଦଳ ର କର୍ମୀ ଓ ନେତା  ଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଥିବା ବେଳେ ଦୀର୍ଘ ଦିନ ଧରି ରାଜନୈତିକ ଦୌଡରେ   ପଛରେ ପଡିଥିବା  କଂଗ୍ରେସ ଦଳ ଏବେ  ଫାଇଦା ରେ ରହିବ ବୋଲି ଏବେ ସାଧାରଣ ରେ ଆଲୋଚନା ହେଉଥିବା ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି.  ଏହି କ୍ରମ ରେ ବିଜେଡି ତରଫରୁ ଦୁଇଥର ର ବିଧାୟକ ତଥା  ପୁରୁଖା ନେତା ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ଆସ୍ଥା ପ୍ରକଟ କରୀ  ଦଳ ରିପିଟି କରି  ପ୍ରାଥୀ ଘୋଷଣା କରିଥିବା ବେଳେ ପୂବରୁ ଟିକେଟ ଦୌଡ଼  ରେ ଥିବା ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ଙ୍କୁ ଟିକେଟ ନମିଳିବାରୁ ତାଙ୍କ କର୍ମୀ ଙ୍କ ମଧ୍ୟ୍ୟରେ ଅସନ୍ତୁଷ୍ଟ ଥିବା ଜଣାପଡିଛି..ସେହିଭଳି ନୂତନ କରୀ କିଛି ଆଶାୟୀ ପ୍ରାଥୀ ବିଜୁ ଜନତା ଦଳ  ଯୁବନେତା  ଟିକେଟ ପାଇବା ନେଇ ବହୁ ସଙ୍ଗଠନ କରି ବ୍ୟର୍ଥ ହୋଇଥିବା ରୁ  ସେମାନେ ଓ ସେମାନଙ୍କ   କର୍ମୀ ଙ୍କୁ  ମଧ୍ୟ ନିରାଶ ହେବାକୁ ପଡିଛି ଯାହା ଫଳ ରେ  ତାଙ୍କ ସମର୍ଥକ ଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି… ଏବଂ ଦୁଇ ଥରର  ବିଧାୟକ ପ୍ରାଥୀ ଶ୍ରୀ ପ୍ରଧାନ ଙ୍କ ପ୍ରତି କିଛି ଜନ ଆକ୍ରୋଶ ରହିବା ସହିତ ପୂବରୁ ତାଙ୍କ କାର୍ଯ୍ୟ ଶୈଳୀ କୁ ନେଇ  କିଛି ଦଳୀୟ ନେତା ଓକର୍ମୀ   ଅସନ୍ତୁଷ୍ଟ ଥିବା ବେଳେ ରଣପୁର ଏନ. ଏସି ଅଧ୍ୟାକ୍ଷା ନିର୍ବାଚନରେ  ଟିକେଟ ବଣ୍ଟନ ରେ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ପ୍ରାଥୀ ହୋଇଥିବା ବିଜେଡି ର ପ୍ରିୟବ୍ରତ ପ୍ରହାରଜ ମାତ୍ର  ଅଳ୍ପ କିଛି ଭୋଟ ରେ ହାରି ଦଳ ରୁ ନୀଲମ୍ବନ ହୋଇଥିଲେ.ଏହି ପର୍ଯ୍ୟାୟ ରେ  ପୂର୍ଣ୍ଣରବାର ଟିକେଟ  ରିପିଟି  କରିବା ପରେ ରଣପୁର  ବିଜେଡି ରେ  ଅଡୁଆ ବଢିଛି.. ସେହି ଭଳି ବିଜେଡି ଠାରୁ  ବିଜେପି ରେ  ଅଡୁଆ ଅଙ୍କ କସା ବେଶ ଜଟିଳ ଥିବା ଜଣାପଡୁଛି.. ଗତ 2000ମସିହା ଠାରୁ 2019 ମସିହା  ପର୍ଯ୍ୟନ୍ତ ଲଗାତାର ରଣପୁର ବିଜେପି ରେ  ସଂଗଠନ କରି ବିଧାୟକ ଭାବେ ଲଢ଼ି 2004ରୁ 2009 ମସିହା ପର୍ଯ୍ୟନ୍ତ ତତ୍କାଳୀନ  ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀମତୀ  ସୁରୁମା ପାଢ଼ୀ ଙ୍କୁ ବିଜେପି  ଦଳ ତରଫରୁ ଚଳିତ ବର୍ଷ ଟିକେଟ ପ୍ରଦାନ କରାନଯାଇ ନବାଗତ ଯୁବ ନେତା ତାପସ ମାର୍ଥା ଙ୍କୁ ପ୍ରାଥୀ  ଭାବେ ଚୟନ କରାଯାଇଛି ଯାହାକୁ ନେଇ ପ୍ରାଥୀ ଘୋଷଣ ଦିନ ଠାରୁ ଆଜି ପର୍ଯ୍ୟନ୍ତ ସୁରୁମା ଙ୍କ ଶହ ସହ ସମର୍ଥକ ପ୍ରତିବାଦ କରୁଛନ୍ତି ଏବଂ ନବାଗତ  ତାପସ ଙ୍କ ଠାରୁ ସୁରୁମା ଙ୍କ ସଙ୍ଗଠନ ମଜଭୁତ ଥିବା ବେଳେ ସୁରୁମା ପ୍ରତି ଥର ବିଜେଡି କୁ କଡା ଟକ୍କର ଦେଇ ଆସୁଥିଲେ ଏବଂ ଗତ 2019ନିର୍ବାଚନ ରେ ମାତ୍ର 4000ହଜାର ଭୋଟ ରେ ବିଜେଡି ଠାରୁ ପରାଜିତ ହୋଇଥିଲେ.. ତେବେ ଦୀର୍ଘ ଦିନ ଧରି ସୁରୁମା ବିଜେପି ତରଫରୁ ପ୍ରାଥୀ ହେଉଥିବା ବେଳେ ତାଙ୍କର ମଧ୍ୟ୍ୟ କିଛି ଅସନ୍ତୁଷ୍ଟ କର୍ମୀ ଥିଲେ ଯିଏକି ସୁରୁମା ଙ୍କ ପ୍ରାଥୀ ଭାବେ ପସନ୍ଦ କରୁନଥିଲେ ଯାହାକୁ ନେଇ ବର୍ତମାନ ର ପ୍ରାଥୀ ତାପସ ମାର୍ଥା ନିର୍ବାଚନ ମୈଦାନ ରେ ପ୍ରଚାର ଆରମ୍ଭ କରିଥିବା ବେଳେ ସୁରୁମା ଙ୍କ ସହିତ ସେମାନଙ୍କ ସମର୍ଥିତ କର୍ମୀ ଙ୍କ ମଧ୍ୟରେ ଅସନ୍ତୁଷ୍ଟ ରହିଛି ଯାହା ଫଳରେ ସେମାନ ଙ୍କୁ ମନେଇବା  ନବାଗତ ତାପସ ଙ୍କୁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି.. ସେହିଭଳି ବିଜେଡି ଓ ବିଜେପି ପ୍ରାଥୀ ଚୟନ କରି ପ୍ରଚାର ଆରମ୍ଭ କରିସାରିଥିବା ବେଳେ କଂଗ୍ରସ ପ୍ରାଥୀ ଚୟନ ରେ ପଛରେ ପଡିଛି ଯାହାକୁ ନେଇ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ  ନୀରବତା ଛାଇ ଯାଇଛି.. ତେବେ କଂଗ୍ରେସ ତରଫରୁ ଦୁଇ ଜଣ ଆଶାୟୀ ଯଥା ସତ୍ୟ ବ୍ରତ ନାୟକ ଓ ବିଭୁ ପ୍ରସାଦ ମିଶ୍ର  ଥିବା ବେଳେ. ବିଭୁ ପ୍ରସାଦ କଂଗ୍ରେସ ଟିକେଟ ପାଇବା ନେଇ କଂଗ୍ରେସ ନେତା ଓ କର୍ମୀ ଙ୍କ ମଧ୍ୟରେ ଜୋରଦାର  ଚର୍ଚ୍ଚା ହେଉଛି ବିଭୁ ପ୍ରସାଦ ଦୀର୍ଘ ଦିନ ଧରି ରଣପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ପାଇଁ ପ୍ରଚାର କରିବା ସହିତ ଗାଁ କୁ ଗାଁ ବୁଲି ପୁରାତନ କଂଗ୍ରେସ କର୍ମୀ ଓ ନେତା ଙ୍କୁ ସଂଘଠିତ କରିବା ସହିତ ସଭା ସମିତି ଜାରୀ ରଖିଛନ୍ତି ତାଙ୍କର ଏଭଳି ନିଆରା ଢଙ୍ଗ ରେ ପ୍ରଚାର କାର୍ଯ୍ୟକ୍ରମ ଦେଖି କଂଗ୍ରେସ କର୍ମୀ ଙ୍କ ମନୋବଳ ବୃଦ୍ଧି ହେବା ସହିତ ଅସନ୍ତୁଷ୍ଟ ବିଜେଡି ଓ ବଜେପି କର୍ମୀ କଂଗ୍ରେସ କୁ ଫେରିବା ନେଇ ମନ ବଳେଇଲେଣି ଯାହାକୁ ନେଇ ବିଜେପି ଓ ବିଜେଡି ର ଅସନ୍ତୁଷ୍ଟ କର୍ମୀ ନିଜ ସପକ୍ଷ ରେ ଆଣି ଦୀର୍ଘ କୋଡିଏ ବର୍ଷ ଧରି ପଛରେ ପଡିଥିବା କଂଗ୍ରେସ ଚଳିତ ବର୍ଷ ବିଜେଡି ଓ ବିଜେପି କୁ କଡାଟକ୍କର ଦେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି
Nalco

Leave A Reply