Odisha news

ନୟାଗଡ ଜିଲ୍ଲାରେ ରାଜ୍ୟ ସ୍ତରୀୟ ସଫଳତା ସର୍ବେକ୍ଷଣ

0
ରଣପୁର, ୨୨/୦୩ : ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଦିନ ନୟାଗଡ ଜିଲ୍ଲାର ୮୦ ଟି ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ସଫଳତା ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ନୟାଗଡ ଜିଲ୍ଲା ରାଜସୁନାଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା |   ଏହି ସର୍ବେକ୍ଷଣରେ ଦ୍ଵିତୀୟ, ଚତୁର୍ଥ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଥିଲା | ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତି ବ୍ଲକର ୧୦ଟି ବିଦ୍ୟାଳୟରେ କରାଯିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ନୟାଗଡ ଜିଲ୍ଲାର ୮ଟି ବ୍ଲକର ମୋଟ ୮୦ ଟି ବିଦ୍ୟାଳୟରେ ଏହି ସର୍ବେକ୍ଷଣ କରାଯାଇଛି | ଏହି କାର୍ଯ୍ୟରେ ନୟାଗଡ ଜିଲ୍ଲା ରାଜସୁନାଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଖୋର୍ଦ୍ଧା ଜିଲ୍ଲା ପାଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାଇ ଥିଲେ | ଏହା ସହିତ ଦଶପଲ୍ଲା, ଗଣିଆ, ନୂଆଗାଁ ଓ ଖଣ୍ଡପଡା ବ୍ଲକରେ ୪୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ କ୍ଷେତ୍ର ଅନୁସନ୍ଧାନନକାରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ | ନୟାଗଡ ଜିଲ୍ଲାରେ ଦ୍ଵିତୀୟ ଶ୍ରେଣୀର ୧୧୨୬ ଜଣ, ଚତୁର୍ଥ ଶ୍ରେଣୀର ୮୭୮ ଜଣ ଏବଂ ସପ୍ତମ ଶ୍ରେଣୀର ୯୩୫ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା | ୨୭୮ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନେ ଶିକ୍ଷକ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଛନ୍ତି | ଭୁବନେଶ୍ୱର ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନର ଶ୍ଵେତା ଡୋଭଲ, ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀ,  ଶିକ୍ଷକ ପ୍ରଶିକ୍ଷକ ଦୀପକ କୁମାର ପ୍ରଧାନ,ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ ନିରୀକ୍ଷକ ଭାବେ ନରସିଂହପୁର ୟୁଜିଏମଇ ବିଦ୍ୟାଳୟ, ବି.ସି. ହାଇସ୍କୁଲ, ରାଜସୁନାଖଳା ବିଦ୍ୟାଳୟରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ | ସେହିପରି ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ମଧ୍ୟ ନୟାଗଡ ଜିଲ୍ଲାର ବିଦ୍ୟାଳୟଗୁଡିକରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ | ଆସନ୍ତା ୨୦୨୪ ମସିହାରେ ନଭେମ୍ବର ମାସରେ ହେବାକୁ ଥିବା ନାସ୍ ପରୀକ୍ଷାରେ ଓଡିଶାର ପିଲାମାନେ କିପରି ଭଲ ସଫଳତା ପ୍ରଦର୍ଶନକରିବେ ସେ ନେଇ ଏହା ଏକ ସରକାରଙ୍କ ପ୍ରସ୍ତୁତି କାର୍ଯ୍ୟକ୍ରମ ଅଟେ | ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ବଟକୃଷ୍ଣ ସାହୁ, ଅନିନ୍ଦିତା ପ୍ରିୟଦର୍ଶିନୀ, ମାନସ କୁମାର ସାହୁ, ସନ୍ତୋଷ କୁମାର ମିଶ୍ରଙ୍କ ସମେତ   ସି.ଆର.ସି.ସି. ସୁଶୀଲ କୁମାର ରଣା, ସଞ୍ଜୟ କୁମାର ବରାଡ଼, ଜ୍ୟୋତି ରଞ୍ଜନ କର, ପବିତ୍ର ମୋହନ ସାମନ୍ତରାୟ, ବିଶ୍ୱ ଭୂଷଣ ବେହେରା, ଅକ୍ଷୟ ମହାପାତ୍ରଙ୍କ ସମେତ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସି.ଆର.ସି.ସି.ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |
Nalco

Leave A Reply