Odisha news

ବଜ୍ରକୋଟ ପଞ୍ଚାୟତରେ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା 

0
ରଣପୁର, ୧୪/୦୧ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ବଜ୍ରକୋଟ ପଞ୍ଚାୟତରେ ରବିବାର ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ସ୍ଥାନୀୟ ସରପଞ୍ଚ ବନିତା ବାଲିଆରସିଂହଙ୍କର ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମିତିସଭ୍ୟ ସୁଦର୍ଶନ ମାନସିଂହ, ଆଇନିଜିବି ବନମାଳୀ ମହାପାତ୍ର, ସମାଜସେବୀ ତ୍ରିନାଥ ବିଶ୍ୱାଳ,  ବିରଞ୍ଚି ପ୍ରଧାନ, ଚନ୍ଦ୍ରଭାନୁ ପରିଡା ଏବଂ ବଜ୍ରକୋଟ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର ଅଂଶ ଗ୍ରହଣ କରିଥିଲେ | ସକାଳ ୧୧ ଘଟିକା ସମୟରେ ଏହି ପରିକ୍ରମା ପ୍ରକଳ୍ପ ରଥ ଛତିପୁର ଠାରୁ ଆରମ୍ଭ ହୋଇ ବଜ୍ରକୋଟ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା | ଏଥିରର ଶହ ଶହ ସଂଖ୍ୟାରେ ଜଗନ୍ନାଥ ଶ୍ରଦ୍ଧାଳୁ, ନାମ ସଂକୀର୍ତନ ଦଳ ଅଂଶ ଗ୍ରହଣ କରିଥିଲେ | ଜୟ ଜଗନ୍ନାଥ ଧ୍ୱନିରେ ସାରା ପଞ୍ଚାୟତ ପ୍ରକମ୍ପିତ ହୋଇଥିଲା | ସାଧାରଣ ଲୋକମାନେ ଅରୁଆ ଚାଉଳ ଓ ଗୁଆ ସ୍ବେଛାକୃତ ଭାବେ ଦାନ କରିଥିଲେ | ଏକ ନିଆରା ଢଙ୍ଗରେ ଘୋଡା ରଥରେ ସୁସଜ୍ଜିତ ହୋଇ ମହାପ୍ରଭୁ ଜଗନ୍ନାଥଙ୍କୁ ପରିକ୍ରମା କରାଯାଇଥିଲା |
Har Ghar Tiranga

Leave A Reply