Odisha news

ବକ୍ସିପଲ୍ଲୀ ପଞ୍ଚାୟତ ରେ ଗୋପାଳପୁର ବିଜେଡି ର ଆମ ଓଡିଶା ନବୀନ ଓଡିଶା ର ସଚେତନତା କାର୍ଯ୍ୟକ୍ରମ

0
ରଙ୍ଗେଈଲୁଣ୍ଡା!!!ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବକ୍ସିପଲ୍ଲୀ ପଞ୍ଚାୟତ ରେ ବିଜେଡି ର ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ଉପକାରିତା ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ!ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ମହିଳା, ଛାତ୍ର, ଛାତ୍ରୀ, ଅଙ୍ଗନବାଡି ଓ ଏସ, ଓ, ଜି, ମା ମାନେ ଉପସ୍ଥିତ ଥିଲେ!ସ୍ଥାନୀୟ ସରପଞ୍ଚ କେ. ନରସିମୁଲୁ ଏବଂ ସମିତି ସଭ୍ୟ ଜୟସେନ ସାହୁ ଙ୍କ ନେତୃତ୍ୱ ରେ ଉକ୍ତ କାର୍ଯ୍ୟକ୍ରମ ଟି ର ଆୟୋଜନ ହୋଇଥିଲା!ସଭାସ୍ଥଳ ରେ ଜୟ ଜଗନ୍ନାଥ ଏବଂ ନବୀନ ବାବୁ ଜିନ୍ଦାବାଦ ନାରା ରେ କମ୍ପି ଉଠିବା ସହ ଛାତ୍ର, ଛାତ୍ରୀ ମାନଙ୍କ ଦେଶାତ୍ମବୋଧକ ନାଚ ରେ ଉପସ୍ଥିତ ଅତିଥି ମାନେ ମନ୍ତ୍ର ମୁଗ୍ଧ ହୋଇ ଯାଇଥିଲେ!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ବିଜେଡି ବ୍ଲକ ସଭାପତି ଶ୍ରୀ ଅଜିତ କୁମାର ଦାସ, ବ୍ଲକ ଅଧକ୍ଷା ଚିନି ଉଷାରାଣି, ଉପାଧ୍ୟାକ୍ଷା ଅନିତା ମାହାଙ୍କୁଡ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ସୁଶ୍ରୀ ରାଜେଶ୍ୱରୀ ଦୋରା, ଯୁବ ସମାଜସେବୀ ସନ୍ତୋଷ ପାତ୍ର,54ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ, ବିଜେଡି ନେତା ତଥା ସମାଜସେବୀ ରାମହରି ପାତ୍ର, ch, ବାଇରୀ ପାତ୍ର, ଙ୍କ ସହ ନିର୍ବାଚନ ମଣ୍ଡଳୀ ର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ!
Nalco

Leave A Reply