Odisha news

ମନ୍ତ୍ରୀଡ଼ି ସିଦ୍ଧ ଭୈରବୀ ପୀଠ ନିକଟରେ ଖୁଲମ ଖୁଲ୍ଲା ମଦ ବିକ୍ରି ଅଭିଯୋଗ, ଅବକାରୀ ବିଭାଗ ଚୁପ!

0

ରଙ୍ଗେଈଲୁଣ୍ଡା!!!!!!ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ମନ୍ତ୍ରୀଡ଼ି ସ୍ଥିତ ସିଦ୍ଧ ଭୈରବୀ ପୀଠ ନିକଟରେ ଚୋରା ଦେଶୀ ଏବଂ ବିଦେଶୀ ମଦ ର ଖୁଲମ ଖୁଲ୍ଲା ବେପାର ଚାଲିଛି ଯାହାକି ଗୋଲନ୍ଥରା ଅବକାରୀ ବିଭାଗ ରେ ଜ୍ଞାତ ସାରରେ ବୋଲି ସାଧାରଣ ରେ ଅଭିଯୋଗ ହେବାରେ ଲାଗିଛି!ଶେଷରେ ମଦ ବେପାରୀ ଏବଂ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା ରେ ମା ଭୈରବୀ ବି ସୁରକ୍ଷିତ ନାହାନ୍ତି!ପ୍ରତିଦିନ ସହ ସହ ସଂଖ୍ୟା ରେ ଭକ୍ତ ଏବଂ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଥାନ୍ତି ଏବଂ ପଡୋଶୀ ଆନ୍ଦ୍ର ସମେତ ଓଡିଶା ର ପ୍ରତେକ ଜିଲ୍ଲା ରୁ ଭକ୍ତ ମାନେ ଆସିଥାନ୍ତି, ଏହା ସହ ପ୍ରତି ସଂକ୍ରାନ୍ତି ଦିନ ସାରା ଓଡିଶା ରୁ ଲକ୍ଷାଧିକ ଭକ୍ତ ଙ୍କ ଆଗମନ ହୁଏ!ମାତ୍ର ଗୋଲନ୍ଥରା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିମି ଦୂରରେ ଅବସ୍ତିତ ମା ଭୈରବୀ ଙ୍କ ମନ୍ଦିର ଅବସ୍ଥିତ ହେଲେ ବି ଯାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି!ପ୍ରତିଦିନ ସହ ସହ ସ୍କୁଲ ଛାତ୍ର, ଛାତ୍ରୀ ସ୍କୁଲ, କଲେଜ ମାନଙ୍କୁ ଯିବା ଆସିବା କରିଥାନ୍ତି, ରାସ୍ତା ରେ ମଦ୍ୟପ ମାନଙ୍କ ପାଦୁର୍ଭାବ ଦେଖି ନିଜକୁ ସୁରକ୍ଷିତ ମଣୁ ନାହାନ୍ତି!ଯଦି ଗୋଟେ ସାଧାରଣ ଲୋକଟି ଅଭିଯୋଗ କରିବାକୁ ସାହସ କରେ କୁଖ୍ୟାତ ମଦ ବେପାରୀ ମାନେ ଜୀବନରେ ମାରିବାକୁ ଧମକ ଦେବା ସହ ମାଡ ମାରିବାର ବି ନଜିର ରହିଛି!ଜନସାଧାରଣ ଗୁହାରି କରିବେ କାହାକୁ? ପ୍ରଥମେ ଗୋଲନ୍ଥରା ଅବକାରୀ ବିଭାଗ ରେ ସବୁବେଳେ ତାଲା ପଡ଼ିଥିବା ଦେଖିବାକୁ ମିଳେ, ଜଣେ ମାତ୍ର ତଳ ସ୍ତର ର ଅବକାରୀ କର୍ମଚାରୀ ଙ୍କ ବେଳେ ବେଳେ ଦେଖା ମିଳିଥାଏ, ଉପରିସ୍ଥ ଅଧିକାରୀ ଙ୍କ କଥା ପଚାରିଲେ ସବୁବେଳେ ଗୋଟିଏ କଥା ଯେ, ସାର ଅଫିସ କାର୍ଯ୍ୟ ରେ ବାହାରକୁ ଯାଇଛନ୍ତି!ଏଠାରେ ସୂଚନା ଯୋଗ୍ୟ ଯେ, ଗୋଲନ୍ଥରା ଅବକାରୀ ବିଭାଗ ଅଧୀନ ରେ ଥିବା ଅଞ୍ଚଳ ରୁ ସବୁଠୁ ଅଧିକ ମାସିକିଆ ବଟି ଯାଏ ବୋଲି ସାଧାରଣ ରେ ଚର୍ଚ୍ଚା!ଏଣୁ ଅଞ୍ଚଳ ବାସି ଙ୍କ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ତୁରନ୍ତ ଭୈରବୀ ଙ୍କ ମନ୍ଦିର ନିକଟରୁ ବେଆଇନ ମଦ ବେପାରୀ ମାନଙ୍କୁ ହଟାଯାଇ ଅଞ୍ଚଳ ରେ ଶାନ୍ତି ପ୍ରତିଷ୍ଠା କରାଯାଉ ନଚେତ ଆଗାମୀ ଦିନରେ ଏହା ଗଣ ଆନ୍ଦୋଳନ ର ରୂପ ନେଇପାରେ!

Nalco

Leave A Reply