ବର୍ତମାନ ସାରା ବିଶ୍ୱରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର କୁ ନେଇ ଚର୍ଚା ଚାଲିଛି l ଯାହାକି ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଗୋଟିଏ ଗୌରବ ର କଥା l ସାରା ଭାରତ ବର୍ଷର ମହାନ ସାଧୁ ସଂଥଙ୍କର ଅଯୋଧ୍ୟାରେ ସମାଗମ ହେବାକୁ ଲାଗିଲାଣି l ସମଗ୍ର ଅଯୋଧ୍ୟା ନଗରୀ ପବିତ୍ର ବାତାବରଣ ରେ ପରିପୂର୍ଣ ହୋଇ ଉଠିଛି l ଏପରି ସ୍ଥିତିରେ ଆଜି ଆସନ୍ତୁ ଜାଣିବା ଇତିହାସ ପୃଷ୍ଠାରେ କଣ ରହିଛି ରାମ ମନ୍ଦିର l
ପୂର୍ବରୁ କିପରି ଥିଲା ଅଯୋଧ୍ୟା ନଗରୀ ?
ଅଯୋଧ୍ୟା ପୂର୍ବରୁ କୋଶଳ ରାଜ୍ୟର ରାଜଧାନୀ ଥିଲା l ବାଲ୍ମିକୀ ଙ୍କ ରଚିତ ରାମାୟଣ ଅନୁସାରେ ଅଯୋଧ୍ୟା ନଗରୀ ୧୨ ଯୋଜନ ଲମ୍ବ ଓ ୩ ଯୋଜନ ଚଉଡା ଥିଲା ସରଯୁ ନଦୀ କୂଳରେ ଦଣ୍ଡାୟମାନ ହୋଇଥିବା କାରଣରୁ ଅଯୋଧ୍ୟା ନଗରୀ ଗୋଟିଏ ସମୃଦ୍ଧ ନଗରୀ ଥିଲା l ଦେବରାଜ ଇନ୍ଦ୍ର ଅମରବତୀ ଭଳି ଦଶରଥ ଙ୍କ ଅଯୋଧ୍ୟା ନଗରୀ ଶୋଭା ପାଉଥିଲା l
କିପରି ଥିଲା ଅଯୋଧ୍ୟା ର ସ୍ଥିତି –
ମାନ୍ୟତା ରହିଛି ଯେ ଭଗବାନ ଶ୍ରୀରାମ ଙ୍କ ଜଳ ସମାଧି ପରେ ଅଯୋଧ୍ୟା କିଛି ଦିନ ପାଇଁ ଉଜୁଡି ଯାଇଥିଲା l କିନ୍ତୁ ତାଙ୍କ ଜନ୍ମଭୂମି ରେ ତିଆରି ହୋଇଥିବା ମହଲ ଯେମିତି କୁ ସେମିତି ଥିଲା l ପ୍ରଭୁ ଶ୍ରୀରାମ ଙ୍କ ପୁତ୍ର କୁଷପୁନର୍ବର ଅଯୋଧ୍ୟାର ନିର୍ମାଣ କରାଇଥିଲେ l ଏହି ନିର୍ମାଣ ପରେ ସୂର୍ଯ୍ୟବଂଶ ର ୪୪ ପିଢ଼ି ରାଜା ବୃହଦ୍ ଦଳ ପର୍ଯ୍ୟନ୍ତ ଏଠାରେ ରାଜୁତି କରିଥିଲେ, ରାଜା ବୃହଦ୍ ଦଳ ଙ୍କ ମୃତ୍ୟୁ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ପୁତ୍ର ଅଭିମନ୍ୟୁ ଙ୍କ ହାତରେ ହୋଇଥିଲା l ମହାଭାରତ ଯୁଦ୍ଧ ପରେ ଅଯୋଧ୍ୟା ନଗରୀ ଉଜୁଡି ଯାଇଥିଲା, କିନ୍ତୁ ଶ୍ରୀରାମ ଙ୍କ ଜନ୍ମଭୂମୀ ର ଅସ୍ତିତ୍ବ ସେହିଭଳି ଥିଲା l
କିଏ ତିଆରି କରିଥିଲେ ଏହି ଭବ୍ୟ ମନ୍ଦିର –
ଉଲେଖ ଯୋଗ୍ୟ ଯେ ଖ୍ରୀଷ୍ଟ ପୂର୍ବ ୧୦୦ ପୂର୍ବରୁ ଉଜ୍ଜୟିନୀ ର ଚକ୍ରବର୍ତ୍ତୀ ସମ୍ରାଟ ବିକ୍ରମାଦିତ୍ୟ ଏକଦା ଭ୍ରମଣ କରି କରି ଅଯୋଧ୍ୟା ପହଂଚି ଥିଲେ l ବିକ୍ରମାଦିତ୍ୟ ଙ୍କୁ ଏହି ଭୂମି ରେ କିଛି ଚମତ୍କାର ଦେଖିବାକୁ ମିଳିଥିଲା l ଏହାପରେ ସେ ଯୋଗୀ ସନ୍ଥ ଙ୍କ ନିକଟରୁ ଜାଣିବାକୁ ପାଇଲେ ଏହା ପ୍ରଭୁ ଶ୍ରୀରାମ ଙ୍କ ଭୂମି l ସେହି ସନ୍ଥ ମାନଙ୍କ ସହିତ କଥା ହୋଇ ସମ୍ରାଟ ବିକ୍ରମାଦିତ୍ୟ ସେଠାରେ ଭବ୍ୟ ମନ୍ଦିର, କୂପ, ସରୋବର ଓ ମହଲ ନିର୍ମାଣ କଲେ l ଶାସ୍ତ୍ରର ସୂଚନା ଅନୁସାରେ ସମ୍ରାଟ ବିକ୍ରମାଦିତ୍ୟ ସେଠାରେ କସୌଟୀ ପଥର ଯୁକ୍ତ ୮୪ ଟି ସ୍ତମ୍ଭ ଉପରେ ବିଶାଳ ମନ୍ଦିର ତିଆରି କରିଥିଲେ l
କିଏ କରିଥିଲେ ଜୀର୍ଣ୍ଣଉଦ୍ଧାର ?
ବିକ୍ରମାଦିତ୍ୟ ଙ୍କ ପରେ ଅନେକ ରାଜା ମହାରାଜା ସମୟେ ସମୟେ ଏହି ମନ୍ଦିର ର ଦେଖା ଚାହାଁ କରୁଥିଲେ l ସେହି ମାନଙ୍କ ମଧ୍ୟରୁ ଶୁଂଗ ବଂଶର ପ୍ରଥମ ଶାସକ ପୁଷ୍ୟମିତ୍ର ଶୁଂଗ ମନ୍ଦିରର ଜୀର୍ଣ୍ଣଉଦ୍ଧାର କରିଥିଲେ l ପୁଷ୍ୟମିତ୍ର ଙ୍କର ଗୋଟିଏ ଶିଳା ଲେଖ ମଧ୍ୟ ଅଯୋଧ୍ୟାରୁ ଉଦ୍ଧାର ହୋଇଥିଲା l ଏହା ମଧ୍ୟ ଉଲେଖ ରହିଛି ଯେ ଗୁପ୍ତବଂଶୀ ରାଜା ଚନ୍ଦ୍ରଗୁପ୍ତ ଦ୍ଵିତୀୟ ଙ୍କ ସମୟରୁ ଓ ତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଯୋଧ୍ୟା ଗୁପ୍ତ ସାମ୍ରାଜ୍ୟ ର ରାଜଧାନୀ ଥିଲା l ‘
ମିଳିଥିବା ସୂଚନା ଆଧାରରେ ୭ମ ଶତାବ୍ଦୀ ବେଳକୁ ଚୀନ ପରିବ୍ରାଜକ ହୁଏନ ସାଙ୍ଗ ଆସିଥିଲେ l ତାଙ୍କ ଅନୁସାରେ ଏଠାରେ ୨୦ ଟି ବୌଦ୍ଧ ମନ୍ଦିର ଏଠାରେ ରହିଥିଲା ଓ ପାଖାପାଖି ୩ହଜାର ବୌଦ୍ଧ ଭିକ୍ଷୁ ମଧ୍ୟ ରହୁଥଲେ l ଏବଂ ଏଠାରେ ଗୋଟିଏ ଭବ୍ୟ ମନ୍ଦିର ଥିଲା ଯେଉଁଠିକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସୁଥିଲେ , ଏହାକୁ ରାମ ମନ୍ଦିର କୁହାଯାଉଥିଲା l
କେବେଠୁ ଆରମ୍ଭ ହେଲା ମନ୍ଦିର ର ପତନ –
ଖ୍ରୀଷ୍ଟପୂର୍ବ ୧୧ ବେଳକୁ କନୌଜ ନରେଶ ଜୟଚନ୍ଦ୍ର ଏଠାକୁ ଆସିଥିଲେ ଓ ବିକ୍ରମାଦିତ୍ୟ ଙ୍କ ଶିଳା ଲେଖ କୁ ବାହାର କରି ନିଜ ନାମରେ ଶିଳା ଲେଖ ସ୍ଥାପନା କଲେ l ପାନିପଥ ଯୁଦ୍ଧ ରେ ଜୟଚନ୍ଦ୍ର ଙ୍କ ମୃତ୍ୟୁ ହେଲା ଓ ଏହାପରେ ଭାରତବର୍ଷ ଉପରେ ଅନେକ ଆକ୍ରମଣ ବଢିଗଲା l ଆକ୍ରମଣକାରୀ କାଶୀ ମଥୁରା ସହିତ ଅଯୋଧ୍ୟାରେ ମଧ୍ୟ ଆକ୍ରମଣ କରିଥିଲେ l ଏବଂ ଅନେକ ମୂର୍ତି କୁ ଭାଙ୍ଗି ପୂଜକ ମାନଙ୍କର ହତ୍ୟା କରିଥିଲେ l କିନ୍ତୁ ୧୪ ଶତାବ୍ଦୀ ପର୍ଯ୍ୟନ୍ତ ଅଯୋଧ୍ୟା ରେ ରାମ ମନ୍ଦିର ଭାଙ୍ଗିବାରେ ସଫଳ ହୋଇପାରି ନଥିଲେ l ସମସ୍ତ ଝଡଝଞ୍ଜା କୁ ଶ୍ରୀରାମ ଙ୍କ ଭୂମି ରେ ସେହିଭଳି ଠିଆହୋଇ ରହିଥିଲା ରାମ ମନ୍ଦିର l କୁହାଯାଏ ଯେ ସିକନ୍ଦର ଲୋଡି ଙ୍କ ଶାସନ ସମୟରେ ଏଠାରେ ମନ୍ଦିର ଦଣ୍ଡାୟମାନ ରହିଥିଲା l ଅର୍ଥାତ ୧୫୨୭-୨୮ ମଧ୍ୟରେ ଅଯୋଧ୍ୟା ସ୍ଥିତ ଭବ୍ୟ ମନ୍ଦିର କୁ ଭାଙ୍ଗି ଦିଆଯାଇଥିଲା ଓ ସେଠାରେ ବାଵରୀ ଢାଞ୍ଚା ଠିଆ ହୋଇଥିଲା l କୁହାଯାଏ ଯେ ମୋଗଲ ସାମ୍ରାଜ୍ୟ ର ସଂସ୍ଥାପକ ବାବର ଙ୍କର ଜଣେ ସେନାପତି ବିହାର ଅଭିଯାନ ସମୟରେ ଅଯୋଧ୍ୟା ରେ ଶ୍ରୀରାମ ଙ୍କ ଜନ୍ମସ୍ଥାନ ରେ ସ୍ଥିତ ଭବ୍ୟ ମନ୍ଦିର କୁ ଭାଙ୍ଗି ମସଜିଦ ତିଆରି କରିଥିଲେ l ଯାହାକି ୧୯୯୨ ପର୍ଯ୍ୟନ୍ତ ଦଣ୍ଡାୟମାନ ଥିଲା l