ମହାଭାରତର ସମସ୍ତ ଚରିତ୍ର ମାନଙ୍କୁ ଦୁର୍ଯ୍ୟୋଧନ କୁ ସବୁଠୁ ଅଧର୍ମୀ ଚରିତ୍ର ଭାବରେ ସମସ୍ତେ ଜାଣିଚୁ l କିନ୍ତୁ ଏତେ ପାପୀ ହୋଇ ମଧ୍ୟ କିଭଳି ଏହି ଚରିତ୍ର ଟି ମୃତ୍ୟୁ ପରେ ସ୍ଵର୍ଗରେ ପହଁଚିଲା ତାହା ଆମେ କେହି ମଧ୍ୟ ଜାଣିନାହୁଁ l
ମହାଭାରତର ମାନ୍ୟତା ଅନୁସାରେ ପଣ୍ଡୁ ପୁତ୍ର ଯୁଧିଷ୍ଠିର ସବୁଠୁ ବଡ଼ ଧର୍ମାତ୍ମା ଥିଲେ ତେଣୁ ସେ ସଶରୀରେ ସ୍ୱର୍ଗ ଗମନ କରିଥିଲେ ଏବଂ ସ୍ଵର୍ଗରେ ପହଞ୍ଚିଥିଲେ ମଧ୍ୟ l କିନ୍ତୁ ଯେତେବେଳେ ଯୁଧିଷ୍ଠିର ସ୍ଵର୍ଗରେ ପହଁଚିଲେ ସେଠାରେ ସେ ଯାଇ ଦୁର୍ଯ୍ୟୋଧନ ଙ୍କୁ ଦେଖିଲେ l ଏବଂ ସେ ନାରଦ ମୁନି ଙ୍କୁ ପଚାରିଥିଲେ ଯେ ଦୁର୍ଯ୍ୟୋଧନ କିପରି ସ୍ୱର୍ଗ ରେ ପହଁଚିଲା l ନାରଦ କହିଲେ ଯେହେତୁ ସେ ଯୁଦ୍ଧରେ ଜୀବନ ହାରି ମୃତ୍ୟୁ ବରଣ କରିଛି l ଏବଂ ଦୁର୍ଯ୍ୟୋଧନ ନିଜ କ୍ଷତ୍ରିୟ ଧର୍ମ ର ପାଳନ କରି ଜଣେ ନିପୁଣ ଯୋଦ୍ଧା ଭାବରେ ତୁମ ସହିତ ଯୁଦ୍ଧରେ ଲଢ଼ିଥିଲl , ଏହି କାରଣରୁ ସେ ସ୍ଵର୍ଗରେ ସ୍ଥାନ ପାଇଲା l
ଏବଂ ନିଜ ଜୀବନ କାଳରେ ଦୁର୍ଯ୍ୟୋଧନ ର ଲକ୍ଷ ଗୋଟିଏ ଥିଲା, ସେ ତାହାକୁ ହାସଲ କରିବା ପାଇଁ ନିଜର ସମ୍ପୂର୍ଣ ଜୀବନ ଲଗାଇଦେଲା l ଏହାଛଡା ଦୁର୍ଯ୍ୟୋଧନ କୁ ଛୋଟ ବେଳରୁ ଉଚିତ ସଂସ୍କାର ମିଳିନାହିଁ l ତେଣୁ ସେ ସତ୍ୟ ଓ ଧର୍ମର ମାର୍ଗ ରୁ ଓହରୀ ଯାଇଥିଲା l ସେ ନିଜ ଉଦେଶ୍ୟ ଓ ସଂକଳ୍ପ ରେ ସ୍ଥିର ଥିଲା l ଏହା ତାର ଗୋଟିଏ ଭଲ ଗୁଣକୁ ଦର୍ଶାଇଛି l ଏହାପରେ ଧର୍ମରାଜ ଯୁଧିଷ୍ଠିର କହିଥିଲେ ନିଜ କର୍ତବ୍ୟ , ଦାୟିତ୍ୱ ପ୍ରତି ଯେଉଁ ବ୍ୟକ୍ତି ନିଷ୍ଠାବାନ ସେ ହିଁ ସ୍ୱର୍ଗ ରେ ରହିବା ଯୋଗ୍ୟ l