Odisha news

ରାମାୟଣର ରୋଚକ କଥା : କାହିଁକି ମହାବଳି ହନୁମାନ ଭୁଲି ଯାଇଥିଲେ ନିଜର ଶକ୍ତି

0
ମହାବୀର ହନୁମାନ ଖୁବ ଶକ୍ତିଶାଳୀ ଥିଲେ, ନିଜ ଶକ୍ତି ସହିତ ତାଙ୍କୁ ବର ସ୍ୱରୂପ ମଧ୍ୟ ଅନେକ ଶକ୍ତି ପ୍ରାପ୍ତ ହୋଇଥିଲା l କିନ୍ତୁ ସେ ନିଜ ଶକ୍ତି ଭୁଲି ଗୋଟିଏ ସାଧାରଣ ବାନର ଭାବରେ ଜୀବନ ଅତିବାହିତ କରୁଥିଲେ l କେବଳ ସେ ଶରୀରରୁ ଶକ୍ତିଶାଳୀ ଥିଲେ, ଏବଂ ସେତେବେଳେ ସେ କିସ୍କିନ୍ଧା ରେ ରହୁଥିଲେ, ସେହି ସମୟରେ ସେ ରାଜ୍ୟରୁ ନିଷ୍କାସିତ ସୁଗ୍ରୀବ ଙ୍କ ସହିତ ରହୁଥିଲେ l ଶ୍ରୀ ସୀତା ହରଣ ପରେ ହନୁମାନ ଓ ପ୍ରଭୁ ଶ୍ରୀରାମ ଙ୍କର ମିଳନ ହୋଇଥିଲା, ଏବଂ ପ୍ରଭୁ ଶ୍ରୀରାମ ଙ୍କୁ ହନୁମାନ ସୁଗ୍ରୀବ ଓ ଜାମ୍ବବନ୍ତ ଙ୍କ ସହିତ ସାକ୍ଷାତ କରାଇଥିଲେ l

ମହାବଳି ହନୁମାନ କାହିଁକି ଭୁଲି ଯାଇଥିଲେ ନିଜର ବର ପାଇଥିବା ଶକ୍ତି –
ପ୍ରଭୁ ହନୁମାନ ଙ୍କୁ ପ୍ରତ୍ୟେକ ଦେବତା କିଛିନା କିଛି ଶକ୍ତି ବରଦାନ ଭାବରେ ଦେଇଥିଲେ, ଏବଂ ବିଭିନ୍ନ ଶକ୍ତିର ବରଦାନ କାରଣରୁ ହନୁମାନ ଖୁବ ଉଦ୍ଧତ ପ୍ରକୃତିର ହୋଇଯାଇଥିଲେ l ବିଶେଷ ଭାବରେ ହନୁମାନ ଛୋଟ ବେଳେ ସମସ୍ତଙ୍କୁ ହଇରାଣ ମଧ୍ୟ କରୁଥିଲେ l ଏକଦା ସେ ମୁନୀ ରୁଷି ମାନଙ୍କୁ ଖୁବ ହଇରାଣ କରୁଥିଲେ, ଏବଂ ତାଙ୍କ ଗଛ ବୃକ୍ଷ କୁ ନଷ୍ଟ କରିଏଉ ଥିଲେ l ତାଙ୍କର ଦୁଷ୍ଟାମୀ ଏଭଳି ବଢିଗଲା ଯେ ତାଙ୍କ ପିତାଙ୍କୁ ମୁନୀଋଷି ମାନେ ଅଭିଯୋଗ କରିଥିଲେ, ମାତାପିତା ମାନେ ଖୁବ ତାଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ସେ କାହା କଥା ଶୁଣି ନଥିଲେ l

ଏକଦା ଅଙ୍ଗିରା ଓ ଭୃଗୁବଂଶ ର ରୁଷି ମାନେ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ, ଏବଂ ତାଙ୍କ ଶକ୍ତି ଭୁଲି ଯାଆନ୍ତୁ ବୋଲି କହିଥିଲେ l କିନ୍ତୁ ଉପଯୁକ୍ତ ସମୟ ଆସିଲେ କେହି ଯଦି ତାଙ୍କୁ ମନେ ପକାଇଦିଏ ତାଙ୍କ ଶକ୍ତି ବିଷୟ ରେ ସେ ସବୁ ଶକ୍ତି ନିଜର ମନେ ପକାଇ ପୁନର୍ବାର ଶକ୍ତିଶାଳୀ ହୋଇଯିବେ l

ଯାମବନ୍ତ ମନେ ପକାଇଦେଲେ ତାଙ୍କ ଶକ୍ତି –
ପ୍ରଭୁ ଶ୍ରୀରାମ ବାନର ସେନାଙ୍କ ଗଠନ କରିଥିଲେ, ଏବଂ ଯେତେବେଳେ ଲଙ୍କା ଯିବା ପାଇଁ ରାମ ସେତୁ ନିର୍ମାଣ ହେଉଥିଲା ସେହି ସମୟ ରେ ପ୍ରଭୁ ଶ୍ରୀରାମ ହନୁମାନ ଙ୍କୁ ଲଙ୍କା ଯିବାର ନିର୍ଦେଶ ଦେଇଥିଲେ l ହନୁମାନ ଲଙ୍କା ଯିବା ପାଇଁ ନିଜର ଅସମର୍ଥତା ଦର୍ଶାଇ ଥିଲେ, ଏବଂ ସେ ଭୁଲି ଯାଇଥିଲେ ଯେ ତାଙ୍କୁ ଅନେକ ଗୁଡିଏ ଶକ୍ତି ବରଦାନ ଭାବରେ ମିଳିଛି l ଏବଂ ଜାମ୍ବବନ୍ତ ହନୁମାନଙ୍କୁ ତାଙ୍କର ଶକ୍ତି ମନେପକାଇ ଦେଇଥିଲେ l

ଏବଂ ଜାମ୍ବବନ୍ତ ହନୁମାନ ଙ୍କୁ ତାଙ୍କର ଗୁଣ ଗୁଡିକ ମନେପକାଇ ଦେଇଥିଲେ , ଏବଂ ହନୁମାନ ନିଜ ଶକ୍ତି ଗୁଡିକ ର ଆଭାସ ପାଇଥିଲେ ଏହାପରେ ସେ ବିରାଟ ରୂପ ଧାରଣ କରି ସମୁଦ୍ର ଲଂଘି ଯାଇଥିଲେ l

Leave A Reply