ଭଗବାନ ରାମଙ୍କର ଲଙ୍କା ବିଜୟ ରେ ପରମଭକ୍ତ ହନୁମାନ ଙ୍କର ସବୁଠୁ ବଡ଼ ଯୋଗଦାନ ରହିଛି, ମା ସୀତାଙ୍କ ଠାବ କରିବା ହେଉ କି ଲକ୍ଷ୍ମଣ ଙ୍କ ପାଇଁ ସଞ୍ଜିବନୀ ବୁଟୀ ଆଣିବା ହେଉ ସବୁଥିରେ ହନୁମାନଙ୍କର ବଡ଼ ଯୋଗଦାନ ରହିଛି l ଜେଟୀବେଳେ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ ଓ ମା ସୀତା ଙ୍କ ସହିତ ଅଯୋଧ୍ୟା କୁ ଫେରିଲେ ରାଜ୍ୟାଭିଷେକ ପରେ ସମସ୍ତେ ହୀରା ରତ୍ନ ଆଦି ସମସ୍ତଙ୍କୁ ଉପହାର ବାବଦରେ ଦିଆଗଲା l ଏହି ସମୟ ରେ ମାତା ସୀତା ହନୁମାନ ଙ୍କୁ ୮ଟି ସିଦ୍ଧି ଓ ୯ ନିଧି ଆଶୀର୍ବାଦ ଭାବରେ ପ୍ରଦାନ କରିଥିଲେ l ଯେଉଁ କାରଣରୁ ସେ ସଂସାରର ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥିଲେ l
ମା ସୀତାଙ୍କ ନିକଟରୁ ମିଳିଥିବା ଆଶୀର୍ବାଦ କାରଣରୁ ହନୁମାନ ସବୁଦିନ ପାଇଁ ଅଯୋଧ୍ୟାରେ ହିଁ ରହିଗଲେ l କିନ୍ତୁ ପ୍ରଭୁ ଶ୍ରୀରାମ ଙ୍କ ଆସିଥିବା ବିଭୀଷଣ, ସୁଗ୍ରୀବ ଓ ବାନର ସେନା ର ମୁଖ୍ୟ ଲୋକମାନେ ନିଜର ସ୍ଥାନକୁ ଫେରି ଯାଇଥିଲେ l
କେଉଁ ୮ଟି ସିଦ୍ଧି ମା ସୀତା ହନୁମାନଙ୍କୁ ପ୍ରଦାନ କରିଥିଲେ –
୧ – ଅଣିମା – ଏହି ଶକ୍ତି କୁ ପ୍ରାପ୍ତ କରିଥିବା ସାଧକ କାହାରି ନଜର ରେ ପଡି ନଥାଏ, ସେ ଯେତେ କଠିନ ବସ୍ତୁ ହେଲେ ମଧ୍ୟ ତା ମଧ୍ୟରେ ପ୍ରବେଶ କରି ଯାଇଥାଏ l
୨ – ମହିମା – ଏହି ସିଦ୍ଧି ଦ୍ୱାରା ହନୁମାନ ନିଜକୁ ଯେତେ ଅଧିକ ଚାହିଁବେ ଭାରି ବା ଓଜନ କରିପାରୁ ଥିଲେ l
୩ – ଗରିମା – ଏହି ସିଦ୍ଧି ହନୁମାନଙ୍କୁ ସମସ୍ତ କ୍ଷେତ୍ରରେ ବିଜୟୀ କରୁଥିଲା l
୪ – ଲାଘିମା – ଏହାଦ୍ୱାରା ହନୁମାନ ନିଜକୁ ସୁକ୍ଷ୍ମ କରି ହାଲୁକା କରି ପାରୁଥିଲେ l
୫ – ପ୍ରାପ୍ତି – ଯିଏ ତାଙ୍କୁ ପୂଜା କରିବା ନିଜର ସମସ୍ତ ଈଛିତ ବସ୍ତୁ ଲାଭ କରିବ l
୬ – ପ୍ରକାମ୍ପ୍ୟ – ଏହାଦ୍ୱାରା ହନୁମାନ ପୃଥିବୀ ରୁ ନେଇ ଆକାଶ ପର୍ଯ୍ୟନ୍ତ ସବୁଠି ନିଜର ସ୍ଥିତି ଦେଖାଇ ପାରି ଥିଲେ l
୭ – ଇସିତ୍ୱ – ଏହାଦ୍ୱାରା ପ୍ରଭୁ ହନୁମାନ ସମସ୍ତ ସ୍ଥାନରେ ଶାସନ କରିବା ପାଇଁ ସମର୍ଥ ଥିଲେ l
୮ – ବଶିତ୍ୱ – ନିଜର ଏହି ଶକ୍ତି ଦ୍ୱାରା ସେ ଅନ୍ୟକୁ ନିଜର ବଶୀଭୂତ କରିପାରୁ ଥିଲେ l
୯ ନିଧି କଣ –
ପଦ୍ମ ନିଧି – ଏହାଦ୍ୱାରା ବ୍ୟକ୍ତି ସାତୁଇକ ହୋଇଥାଏ l
ମହାପଦ୍ମ ନିଧି – ଧନର ଦାନ ଧାର୍ମିକ କାର୍ଯ୍ୟ ରେ କରିଥାଏ l
ନୀଳ ନିଧି – ଏହାଦ୍ୱାରା ବ୍ୟକ୍ତି ହନୁମାନଙ୍କୁ ପୂଜା କଲେ ତାର ୩ ପିଢ଼ି ଧନୀ ହୋଇ ଥାଆନ୍ତି l
ମୁକୁନ୍ଦ ନିଧି – ଯେଉଁ ବ୍ୟକ୍ତି ହନୁମାନ ଙ୍କୁ ପୂଜା କରିଥାଏ ତାର ରଜଗୁଣ ସମ୍ପନ୍ନ ହୋଇଥାଏ l
ନନ୍ଦ ନିଧି – ନନ୍ଦ ନିଧି ଗୁଣ ବ୍ୟକ୍ତି ତାମସିକ ଗୁଣରେ ଭରପୁର ହୋଇଥାଏ l
ମକର ନିଧି – ମକର ନିଧି ର ବ୍ୟକ୍ତି ବୀର ହୋଇଥାଏ l
କଛପ ନିଧି – କଛପ ନିଧି ର ବ୍ୟକ୍ତି ତାମସିକ ଗୁଣରେ ପୁର୍ଣ ହୋଇଥାଏ ଓ ନିଜର ସମସ୍ତ ସମ୍ପତି ଭୋଗ କରିଥାଏ l
ଶଙ୍ଖ ନିଧି – ଶଙ୍ଖ ନିଧି ଗୋଟିଏ ପିଢ଼ି ପାଇଁ ହୋଇଥାଏ l
ଖର୍ବ ନିଧି – ଏହି ନିଧି ଯେଉଁ ବ୍ୟକ୍ତିଙ୍କ ନିକଟରେ ଥାଏ ସେ ମିଶ୍ରିତ ଫଳ ମିଳିଥାଏ l