Odisha news

ରାମାୟଣର ରୋଚକ କଥା : କାହିଁକି ମହାଦେବଙ୍କ ପ୍ରିୟ ଭକ୍ତ ନନ୍ଦୀ ଦେଇଥିଲେ ରାବଣକୁ ଅଭିଶାପ

0

ପଶୁପତି ନାଥ ମହାଦେବଙ୍କର ସମସ୍ତ ଜୀବଜନ୍ତୁ ଖୁବ ପ୍ରିୟ ଅଟନ୍ତି, ପ୍ରଭୁ ସେମାନଙ୍କ ବିଷୟରେ କୌଣସି ପ୍ରଭେଦ କରନ୍ତିନାହିଁ l ମହାଦେବ ଙ୍କ ମତରେ ଯେଉଁ ବ୍ୟକ୍ତି ନିରୀହ ଜୀବଜନ୍ତୁ ଙ୍କୁ କଷ୍ଟ ଓ ଯାତନା ଦେଇଥାଏ ସେ ନିଶ୍ଚିନ୍ତ କଷ୍ଟ ପାଇଥାଏ l ଶିବପୁରାଣ ଓ ରାମାୟଣ ର କଥା ଅନୁସାରେ ନନ୍ଦୀ କ୍ରୋଧିତ ହୋଇ ରାବଣ କୁ ଅଭିଶାପ ଦେଇଥିଲା l

ଭଗବାନ ଶିବ ଙ୍କ ପ୍ରିୟ ଭକ୍ତ ନନ୍ଦୀ –
ନନ୍ଦୀ ମହାଦେବଙ୍କ ପ୍ରିୟ ଭକ୍ତ ଅଟେ, ନନ୍ଦୀ ଗୋଟିଏ ଭୋଳା ଜୀବ ବୋଲି କୁହାଯାଇ ଥାଏ l ନିଜର ଏହି ସାଧାରଣ ବ୍ୟବହାର ଦ୍ୱାରା ନନ୍ଦୀ ମହାଦେବଙ୍କର ପ୍ରିୟ ଅଟେ l ନନ୍ଦୀ ଙ୍କ ସ୍ଵଭାଵ ଖୁବ ସାଧାରଣ ଓ ସରଳ ଅଟେ, କିନ୍ତୁ ନନ୍ଦୀଙ୍କୁ ଯଦି କୌଣସି କଥାରେ କଥାରେ କ୍ରୋଧ ଆସିଯାଇ ଥାଏ ତେବେ ନନ୍ଦୀ ଙ୍କ ରୂପ ଖୁବ ଵିକରାଳ ହୋଇଯାଇ ଥାଏ l ନନ୍ଦୀ ଙ୍କ କ୍ରୋଧ ର ପ୍ରସଙ୍ଗ ରାବଣ ସହିତ ଜଡିତ l

ମହାଦେବଙ୍କୁ ସାକ୍ଷାତ କରିବା ପାଇଁ କୈଳାଶ ଯାଇଥିଲା ରାବଣ –
ରାମାୟାର ର କଥା ଅନୁସାରେ ରାବଣ ମହାଦେବଙ୍କର ଗୋଟିଏ ବଡ଼ ଭକ୍ତ ଅଟେ, ଏକଦା ରାବଣ ମହାଦେବଙ୍କୁ ସାକ୍ଷାତ କରି କହିଥିଲା ଯେ ସୁନାର ଲଙ୍କାରେ ବାସ କରିବା ପାଇଁ l କିନ୍ତୁ ମହାଦେବ ଏହାକୁ ମନା କରିଦେଇ ଥିଲେ, ଏହାପରେ ରାବଣ ମହାଦେବଙ୍କୁ ସାକ୍ଷାତ କରିବା ପାଇଁ ଯାଇ କୈଳାସ ରେ ପହଞ୍ଚିଥିଲା l ସେହି ସମୟ ରେ ମହାଦେବ ତପସ୍ୟାରେ ଥିଲେ, ତେଣୁ ନନ୍ଦୀ ମହାଦେବଙ୍କ ନିକଟକୁ ରାବଣ କୁ ଛାଡିବାକୁ ମନା କରିଥିଲା l  କିନ୍ତୁ ଅହଂକାର କାରଣରୁ ରାବଣ ନନ୍ଦୀ ଙ୍କୁ ତାଙ୍କର ପରିଚୟ ପଚାରି ଥିଲା l ଏବଂ ନନ୍ଦୀ ନିଜକୁ ମହାଦେବଙ୍କ ପରମ ଭକ୍ତ ବୋଲି କହିଥିଲା l  ଏହାଆସୁଣୀ ରାବଣକୁ କ୍ରୋଧ ଆସିଥିଲା, କାହିଁକିନା ସେହିଁ ରାବଣର ବଡ଼ ଭକ୍ତ ଥିଲା ବୋଲି ତାର ଧାରଣା ଥିଲା l

ଏହା ଶୁଣି ରାବଣ ନନ୍ଦୀ କୁ ଦେଖି ହସିଥିଲା, କହିଲା ତମେ ଜଣେ ମନୁଷ୍ୟ ରୁପି ପଶୁ ହୋଇ କିପରି ମହାଦେବଙ୍କ ଭକ୍ତ ହୋଇପାରିବ l ତମର ଏହି କଥାକୁ ମୁଁ ବିଶ୍ୱାସ କୄରନି , ତମେ ଜାଣିନ ମୁଁ ସୁନାର ଲଙ୍କାରେ ରହୁଛି l ମହାଦେବଙ୍କ ଭକ୍ତ ବୋଲି ଏଠାକୁ ଆସିଛି ନଚେତ ଏଠାକୁ କିଏ ବା ଆସିବ l ରାବଣର କଥା ଶୁଣି ନନ୍ଦୀ ମହାରାଜ ଙ୍କୁ କ୍ରୋଧ ଅସିଜାଇ ଥିଲା ଏବଂ ସେ କହିଥିଲେ ମହାଦେବଙ୍କ ଭକ୍ତ ହେବା ପାଇଁ  ମନୁଷ୍ୟ ହେବା ଜରୁରୀ ନୁହେଁ l ତୁମ ର ଅହଂକାର ଦିନେ ନା ଦିନେ ଚୁର୍ଣ ହେବ ଏବଂ ଏହି ଅହଂକାର କୌଣସି ବାନର ହିଁ ଭାଙ୍ଗିବ l ଯେଉଁ ସୁନାର ଲଙ୍କା ପାଇଁ ତୁମେ ଗର୍ବିତ ତାହାକୁ କୌଣସି  ମାଙ୍କଡ଼ ହିଁ ଜାଳି ଦେବ l ଏବଂ ତୁମର ମୃତ୍ୟୁ ମଧ୍ୟ କୌଣସି ଶିବ ଭକ୍ତ ହାତରେ ହେବ l ‘

ଯେଉଁ କାରଣରୁ ହନୁମାନ ହିଁ ରାବଣର ସ୍ଵର୍ଣ୍ଣର ଲଙ୍କାକୁ ଭସ୍ମ କରିଦେଇ ଥିଲା l

Har Ghar Tiranga

Leave A Reply