ରାମାୟଣର ରୋଚକ କଥା : ମାତା ସୀତା କାହିଁକି ୧୪ବର୍ଷ ପର୍ଯ୍ୟନ୍ତ ଗୋଟିଏ ଶାଢ଼ୀ ପିନ୍ଧିଥିଲେ , କଣ ଥିଲା ଏହି ଦିବ୍ୟ ଶାଢ଼ୀର ମହତ୍ୱ
ବାଲ୍ମୀକି ରାମାୟଣ ଅନୁସାରେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ପର୍ଯ୍ୟନ୍ତ ବନବାସ ଯାଇଥିଲେ, ଏହି ସମୟରେ ଅର୍ଦ୍ଧାଙ୍ଗିନୀ ଭାବରେ ମାତା ସୀତା ପ୍ରଭୁ ଶ୍ରୀରାମ ଙ୍କ ସହିତ ଯାଇଥିଲେ l ଏବଂ ଏଥି ସହିତ ଲକ୍ଷ୍ମଣ ମଧ୍ୟ ମାତା ସୀତା ଓ ପ୍ରଭୁ ଶ୍ରୀରାମ ଙ୍କ ସହିତ ବନବାସ ଯିବା ପାଇଁ ସ୍ଥିର କରିଥିଲେ l ତେଣୁ ସମସ୍ତେ ରାଜପାଟ କୁ ତ୍ୟାଗ କରି ତପସ୍ୱୀ ଙ୍କ ବେଶରେ ବନ ଗମନ କରିଥିଲେ l ଏହାପରେ ଯାଇ ସେମାନେ ଚିତ୍ରକୂଟ ପର୍ବତ ରେ ରାମବନ ପହଂଚିଥିଲେ, ଏବଂ ଏହି ଚିତ୍ରକୂଟ ପର୍ବତ ରେ ଭରତ ନିଜ ସେନା ଙ୍କୁ ଧରି ବଡ଼ ଭାଇ ଶ୍ରୀରାମ ଙ୍କୁ ଫେରାଇ ନେବା ପାଇଁ ଅନୁରୋଧ କରିବା ପାଇଁ ପହଂଚି ଥିଲେ l ଏବଂ ଏହି ଚିତ୍ରକୂଟ ପର୍ବତରୁ ଭରତ ପ୍ରଭୁ ଶ୍ରୀରାମ ଙ୍କ ପାଦୁକା ନେଇ ରାଜ କାର୍ଯ୍ୟ ପାଳନ କରିଥିଲେ l
ଏହି ଚିତ୍ରକୂଟ ପର୍ବତ ନିକଟରେ ଅତ୍ରି ରୁଷି ଙ୍କ ଆଶ୍ରମ ରହିଥିଲା l ଏହି ଆଶ୍ରମ ରେ ଅତ୍ରି ମୁନୀ ଏବଂ ତାଙ୍କ ପତ୍ନୀ ଅନଶୁୟା ବାସ କରୁଥିଲେ l ଅତ୍ରି ମୁନୀ ଙ୍କର ଆଶ୍ରମ ର କିଛି ଦୂରରେ ପ୍ରଭୁ ରାମଚନ୍ଦ୍ର ମା ସୀତା ଓ ସାନଭାଇ ଲକ୍ଷ୍ମଣ ଙ୍କ ସହିତ ଆଶ୍ରମ କରି ରହିଥିଲେ l ଏହି ଶ୍ରମ ରେ ରୁଷି ମାତା ଅନୁଶୁୟା ମା ସୀତା ଙ୍କୁ ପ୍ରତିଦିନ କିଛିକିଛି ଧର୍ମ ଜ୍ଞାନ ଦେଉଥିଲେ l ସତୀ ଅନୁସୟା ଙ୍କୁ ସତୀତ୍ଵର ସର୍ବୋଚ୍ଚ ସ୍ଥାନରେ ରଖାଯାଇ ଥାଏ l ସତୀ ଅନୁଶୁୟା ଭଗବାନ ଦତ୍ତାତ୍ରୟ , ଚନ୍ଦ୍ର ଦେବ, ଏବଂ ଦୁର୍ବାସା ମୁନୀ ଙ୍କ ମାତା ଥିଲେ l ମାତା ଅନୁଶୁୟା ଶ୍ରୀରାମ, ଲକ୍ଷ୍ମଣ, ଏବଂ ମାତା ସୀତା ଙ୍କର ଅତିଥି ସତ୍କାର କରିଥିଲେ l ଏବଂ ମାତା ସୀତା ଙ୍କୁ ସ୍ୱାମୀ ଧର୍ମର ପାଳନ କରିବାକୁ ଶିକ୍ଷା ଦେଇଥିଲେ l ଏହାପରେ ମାତା ଅନୁଶୁୟା ସୀତା ଙ୍କୁ ଗୋଟିଏ ଦିବ୍ୟ ଶାଢ଼ୀ ପ୍ରଦାନ କରିଥିଲେ, ମାନ୍ୟତା ଅନୁସାରେ ମାତା ଅନୁଶୁୟା ଙ୍କୁ ଏହି ଦିବ୍ୟ ଶାଢ଼ୀ ଅଗ୍ନି ଦେବ ପ୍ରଦାନ କରିଥିଲେ ତାଙ୍କର ତପୋବଳ ରେ ପ୍ରସନ୍ନ ହୋଇ , ଯାହାକି ଗୋଟିଏ ଅମ୍ଲାନ ବସ୍ତ୍ର ଥିଲା l ଏହି ଶାଢ଼ୀ ଟି କଦାପି ଚିରିବ ନାହିଁ, କିମ୍ବା ମଳିନ ହେବ ନାହିଁ l ଏବଂ ଏହି ଶାଢ଼ୀ ରେ ଅଗ୍ନି ଦେବ ଙ୍କ ତେଜ ବିଦ୍ୟମାନ ଥିଲା l ଏବଂ ମାତା ଅନୁଶୁୟା ଙ୍କ ଦ୍ୱାରା ଦିଆଯାଇଥିବା ଶାଢ଼ୀ ଉପହାର ଭାବରେ ମା ସୀତା ବନବାସ ସମୟରେ ପରିଧାନ କରିଥିଲେ l