Odisha news

୩ଟି ପତ୍ନୀ ଥିବା ସତ୍ୱେ ମଧ୍ୟ ମହାବୀର ହନୁମାନଙ୍କୁ କାହିଁକି କୁହାଯାଇ ଥାଏ ବାଲ ବ୍ରହ୍ମଚାରୀ

0

ବୀର ହନୁମାନ ବାଲ ବ୍ରହ୍ମଚାରୀ ଅଟନ୍ତି ବୋଲି ଆମେ ଜାଣିଛୁ , କିନ୍ତୁ ଅନେକ ପୌରାଣିକ ଗ୍ରନ୍ଥ ରେ ଏହା ଉଲେଖ ମିଳିଥାଏ ଯେ ମହାବୀର ହନୁମାନ ୩ଟି ବିବାହ କରିଥିଲେ l ମହାବୀର ହନୁମାନଙ୍କ ପ୍ରଥମ ପତ୍ନୀ ଥିଲେ ସୁବର୍ଚଳl , ଦ୍ଵିତୀୟ ପତ୍ନୀ ଥିଲେ ଅନଙ୍ଗକୁସୁମା ଓ ତୃତୀୟ ପତ୍ନୀ ଥିଲେ ରାବଣ ପୁତ୍ରୀ ସତ୍ୟବତୀ l ତେବେ କିପରି ମହାବୀର ହନୁମାନ ଥିଲେ ବ୍ରହ୍ମଚାରୀ ଆସନ୍ତୁ ଜାଣିବା ସେହି ବିଷୟ ରେ l ପୌରାଣିକ କଥା ଅନୁସାରେ ସୂର୍ଯ୍ୟ ଦେବ ହନୁମାନ ଙ୍କ ଗୁରୁ ଥିଲେ l ସୂର୍ଯ୍ୟଦେବ ହନୁମାନ ଙ୍କୁ ଅଷ୍ଟ ସିଦ୍ଧି ଜ୍ଞାନ ଦେଇଥିଲେ l କିନ୍ତୁ ନବମ ସିଦ୍ଧି ଶିକ୍ଷା ଦେବା ପାଇଁ ହନୁମାନ ବିବାହିତ ହେବା ଜରୁରୀ ଥିଲା lସେଥିପାଇଁ ସୂର୍ଯ୍ୟ ଦେବ ନିଜର ତେଜ ରୁ ଗୋଟିଏ କନ୍ୟା କୁ ପ୍ରକଟ କରିଥିଲେ l ସେହି କନ୍ୟାକୁ ହନୁମାନ ବିବାହ କରିଥିଲେ l ହନୁମାନ ବିବାହ ପରେ ମଧ୍ୟ ବ୍ରହ୍ମଚର୍ଯ୍ୟ ପାଳନ କରିଥିଲେ l ଦେବୀ ସୁବର୍ଚ୍ଚଲା ଘୋର ତପସ୍ୟା ପରେ ସୂର୍ଯ୍ୟ ଶକ୍ତି ରେ ଲୀନ ହୋଇଯାଇ ଥିଲେ l ସେହିଭଳି ହନୁମାନ ଙ୍କ ଅନ୍ୟ ବିବାହ ମଧ୍ୟ ଶିକ୍ଷା ଗ୍ରହଣ ପାଇଁ ହୋଇଥିଲା l ୩ଟି ବିବାହ ପରେ ମହାବୀର ହନୁମାନ ବ୍ରହ୍ମଚର୍ଯ୍ୟ ପାଳନ କରାଯାଇ ଥିଲା l ଏବଂ ତାଙ୍କର ୩ଟି ପତ୍ନୀ ତପସ୍ୟା କରି ବିଲୀନ ହୋଇ ଯାଇଥିଲେ l ଏହି କାରଣରୁ ମହାବୀର ହନୁମାନ ବିବାହ କରି ମଧ୍ୟ ବ୍ରହ୍ମଚାରୀ ରହିଥିଲେ l କିନ୍ତୁ ମହାବୀର ହନୁମାନ ଙ୍କ ବିବାହ ବିଷୟରେ କୌଣସି ତଥ୍ୟ ରାମାୟଣ ରେ ଉଲେଖ ନାହିଁ l କିନ୍ତୁ ମହାବୀର ହନୁମାନ ତାଙ୍କ ପତ୍ନୀ ଙ୍କ ସହିତ ତେଲେଙ୍ଗାନା ରେ ପୂଜା ପାଉଛନ୍ତି l ଏହାଛଡା ଗୋଆଲିଆର ମଧ୍ୟ ହନୁମାନ ନିଜର ୩ଟି ପତ୍ନୀ ଙ୍କ ସହିତ ସ୍ଥାପିତ ହୋଇଛନ୍ତି l ଏହାଛଡା ମହାବୀର ଙ୍କ ପୁତ୍ର ମକର ଧ୍ୱଜ ମଧ୍ୟ ଏହି ମନ୍ଦିର ରେ ପୂଜା ପାଉଛନ୍ତି l ପୌରାଣିକ ମାନ୍ୟତା ଆଧାରରେ ମହାବୀର ହନୁମାନ ବିବାହ କରିଥିଲେ ମଧ୍ୟ କଦାପି ନିଜର ବ୍ରହ୍ମଚର୍ଯ୍ୟ ହରାଇ ନଥିଲେ l

Nalco

Leave A Reply