Odisha news

ରାମାୟଣର ରୋଚକ କଥା : କାହିଁକି ପ୍ରଭୁ ଶ୍ରୀରାମ ନିଜ ହାତରେ ଭାଙ୍ଗିଥିଲେ ରାମ ସେତୁ

0

ବାଲ୍ମୀକି ରଚିତ ରାମାୟଣ ରେ କୁହାଯାଇଛି ଯେ କିଭଳି ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଲଙ୍କା ଜୟ କରିଥିଲେ ଏବଂ ବାନର ସେନାଙ୍କ ସହିତ ମିଶି ସେତୁବନ୍ଧ ନିର୍ମାଣ କରିଥିଲେ l କିନ୍ତୁ ଏହି ବିଜୟ ପାଇଁ ତିଆରି ହୋଇଥିବା ରାମସେତୁ ବିଷୟରେ ଆଜିମଧ୍ୟ ଅନେକ କାହାଣୀ ପ୍ରଚଳିତ ହୋଇଛି l ପଦ୍ମ ପୁରାଣ ଅନୁସାରେ ଯେତେବେଳେ ପ୍ରଭୁ ଶ୍ରୀରାମ ରାଵଣଙ୍କୁ ବଧକରି , ବିଭୀଷଣ କୁ ଲଙ୍କାର ରାଜା କରିଥିଲେ l ଏବଂ ଏହାପରେ ଅଯୋଧ୍ୟା ଫେରି ଆସିଥିଲେ ଓ ଅଯୋଧ୍ୟାର ରାଜା ହୋଇଥିଲେ l

ଏକଦା ପ୍ରଭୁ ଶ୍ରୀରାମ ଙ୍କର ବିଭୀଷଣ ଙ୍କ କଥା ଖୁବ ମନେପଡ଼ିଲା l ଏହାପରେ ସେ ଭରତଙ୍କ ସହିତ କଥା ହେଲେ l ଏହାପରେ ଭରତଙ୍କ ସହିତ ପୁଷ୍ପକ ବିମାନରେ ବସି ଶ୍ରୀରାମ ଲଙ୍କା ଅଭିମୁଖେ ଚାଲି ଯାଇଥିଲେ l କିଛିଦିନ ଅଯୋଧ୍ୟାର ସମସ୍ତ ଦାୟିତ୍ୱ ଲକ୍ଷ୍ମଣ ଙ୍କ ଉପରେ ନ୍ୟସ୍ତ କରିଥିଲେ l ଲଙ୍କା ଗମନ ସମୟରେ ଶ୍ରୀରାମ ଓ ଭରତ କିସ୍କିନ୍ଧା ମଧ୍ୟ ଯାଇଥିଲେ l କିସ୍କିନ୍ଧା ରେ ସେ ସୁଗ୍ରୀବ ଓ ଅନ୍ୟ ବାନର ମାନଙ୍କ ସହିତ ସାକ୍ଷାତ କରିଥିଲେ l ଯେତେବେଳେ ସୁଗ୍ରୀବ ଜାଣିଥିଲେ କି ପ୍ରଭୁ ଶ୍ରୀରାମ ବିଭୀଷଣ ଙ୍କ ସହିତ ସାକ୍ଷାତ କରିବାକୁ ଯାଉଛନ୍ତି ସେ ମଧ୍ୟ ତାଙ୍କ ସହିତ ଯିବା ପାଇଁ ଇଛା କରିଥିଲେ l ବାଟରେ ଯିବା ସମୟରେ ପ୍ରଭୁ ଶ୍ରୀରାମ ଭରତଙ୍କୁ ସେହି ପୋଲ ଟି ଦେଖାଇଥିଲେ ଯାହା ରାମସେତୁ ଥିଲା l

ଯେତେବେଳେ ଲଙ୍କାପତି ବିଭୀଷଣ ଜାଣିଥିଲେ ପ୍ରଭୁ ଶ୍ରୀରାମ ତାଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ସେ ସମଗ୍ର ଲଙ୍କା ନଗରୀ କୁ ସଜାଇଥିଲେ l ବିଭୀଷଣ ମଧ୍ୟ ପ୍ରଭୁଙ୍କର ଭବ୍ୟ ସ୍ୱାଗତ କରିଥିଲେ l ଲଙ୍କାରେ ଯାଇ ପ୍ରଭୁ ଶ୍ରୀରାମ ଭରତ ଓ ସୁଗ୍ରୀବ ଙ୍କ ସହିତ ପହଂଚିବା ପରେ ସେଠାରେ କିଛିଦିନ ରହିଥିଲେ ଓ ଆସିବା ସମୟରେ ବିଭୀଷଣ ଙ୍କୁ ରାଜ କାର୍ଯ୍ୟ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ କହିଥିଲେ l ଯେତେବେଳେ ଶ୍ରୀରାମ ଯିବାକୁ ବାହାରିଥିଲେ ବିଭୀଷଣ ତାଙ୍କୁ ଗୋଟିଏ ଅନୁରୋଧ କରି ପଚାରିଥିଲେ ପ୍ରଭୁ ଯଦି ଏହି ସେତୁବନ୍ଧ ଯୋଗେ ମାନବ ଏଠାକୁ ଆସି ମତେ ଏଠାରେ ହଇରାଣ କରିବେ ତେବେ ମୁଁ କଣ କରିବି ? ଏହାପରେ ପ୍ରଭୁ ଶ୍ରୀରାମ ନିଜ ଭକ୍ତର ଚିନ୍ତାର କାରଣ ଜାଣିବା ପରେ ପ୍ରଭୁ ଶ୍ରୀରାମ ନିଜ ବାଣରେ ରେ ସେତୁବନ୍ଧ କୁ ୨ଖଣ୍ଡ କରିଦେଲେ l

Har Ghar Tiranga

Leave A Reply