Odisha news

ରାମାୟଣର ରୋଚକ କଥା : କାହିଁକି ମା ସୀତା ଦେଇଥିଲେ ରାଜା ଦଶରଥ ଙ୍କୁ ଶ୍ରାଦ୍ଧ 

0
ପିତୃପକ୍ଷ ଶ୍ରାଦ୍ଧ ରେ ନିଜ ପୂର୍ବଜ ଙ୍କୁ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କରାଯାଇ ଥାଏ l ଶାସ୍ତ୍ର ଅନୁସାରେ ଯଦି ପୁଅ ମାନଙ୍କ ଦ୍ୱାରା ପିଣ୍ଡଦାନ କରାଯାଇ ଥାଏ ତେବେ ପିତୃପୁରୁଷ ଶାନ୍ତି ପାଇ ଥାଆନ୍ତି ଓ ମୋକ୍ଷ ଲାଭ କରିଥାଆନ୍ତି l ଧର୍ମ ସିନ୍ଧୁ ଗ୍ରଂଥ, ମନୁ ସ୍ମୃତି, ମାର୍କଣ୍ଡେୟ ପୁରାଣ ଓ ଗରୁଡ଼ ପୁରାଣ ଅନୁସାରେ ମହିଳାମାନେ ତର୍ପଣ ଓ ପିଣ୍ଡଦାନ କରିପାରିବେ ବୋଲି ବର୍ଣନା ରହିଛି l ବାଲ୍ମୀକି ରାମାୟଣ ରେ ଦେବୀ ସୀତାଙ୍କ ଜରିଆରେ ରାଜା ଦଶରଥ ଙ୍କ ଶ୍ରାଦ୍ଧ କର୍ମ କରାଯାଇଥିବାର ବର୍ଣନା ରହିଛି l
ମାତା ସୀତା କରିଥିଲେ ଦଶରଥ ଙ୍କ ପିଣ୍ଡଦାନ –
ବାଲ୍ମୀକି ରାମାୟଣ ର ଗୋଟିଏ ପ୍ରସଙ୍ଗ ଅନୁସାରେ ବନବାସ ସମୟରେ ଭଗବାନ ରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣ ପିତୃ ପକ୍ଷରେ ଶ୍ରାଦ୍ଧ ତର୍ପଣ କରିବାକୁ ସ୍ଥିର କରିଥିଲେ l ଏବଂ ଏହାପରେ ବ୍ରାହ୍ମଣ ତାଙ୍କୁ ଆବଶ୍ୟକୀୟ ସାମଗ୍ରୀ ଏକାଠି କରିବାକୁ ପରାମର୍ଶ ଦେଇଥିଲେ , ଏହାପରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ସେହି ସାମଗ୍ରୀ ଗୁଡିକୁ ଏକାଠି କରିବା ପାଇଁ ଚାଲି ଯାଇଥିଲେ l ଅନେକ ସମୟ ବିଳମ୍ବ ହୋଇଯିବ ପରେ ବ୍ରାହ୍ମଣ ମହାଶୟ ମାତା ସୀତା ଙ୍କୁ ପିଣ୍ଡଦାନ କରିବାର ଆଗ୍ରହ କରିଥିଲେ l
ଦେବୀ ସୀତା ମଧ୍ୟ ସମୟ ଗାଡି ଯାଉଥିବା କାରଣରୁ ଚିନ୍ତିତ ହୋଇ ଯାଇଥିଲେ l ସେହି ସମୟରେ ରାଜା ଦଶରଥ ଆବିର୍ଭାବ ହୋଇ ମାତା ସୀତା ଙ୍କୁ ପିଣ୍ଡଦାନ କରିବା ପାଇଁ କାମନା କରିଥିଲେ l ମାତା ସୀତା ସମୟର ମହତ୍ୱ କୁ ବୁଝି ନିଜ ଶ୍ୱଶୁର ଦଶରଥ ଙ୍କୁ ପିଣ୍ଡଦାନ କରିବାର ନିର୍ଣ୍ଣୟ ନେଇଥିଲେ l ମାତା ସୀତା ଫଲଗୁ ନଦୀ କୂଳରେ ବାଲୁକା ପିଣ୍ଡ କରିଥିଲେ ଓ ବଟବୃକ୍ଷ, କେତକୀ ଫୁଲ, ନଦୀ ଏବଂ ଗାଈ ଙ୍କୁ ସାକ୍ଷୀ ରଖି ସ୍ବର୍ଗୀୟ ରାଜା ଦଶରଥ ଙ୍କୁ ପିଣ୍ଡଦାନ କରିଥିଲେ l
ଏହାଦ୍ୱାରା ରାଜା ଦଶରଥ ଙ୍କ ଆତ୍ମା ଖୁବ ପ୍ରସନ୍ନ ହୋଇଥିଲା ଓ ସେ ଦେବୀ ସୀତା ଙ୍କୁ ଆଶୀର୍ବାଦ ଦେଇଥିଲେ l କିନ୍ତୁ ପ୍ରଭୁ ଶ୍ରୀରାମ ଏହାକୁ ବିଶ୍ୱାସ କରିପାରିଲେ ନାହିଁ, କାହିଁକି ନା ରାମଚନ୍ଦ୍ର ଜାଣିଥିଲେ ବିନା ପୁତ୍ର ଓ ବିନା ସାମଗ୍ରୀ ରେ ପିଣ୍ଡଦାନ ସମ୍ଭବ ନୁହେଁ l ଏହାପରେ ବଟବୃକ୍ଷ, କେତକୀ ଫୁଲ, ନଦୀ ଓ ଗାଈ ଏହାର ପ୍ରମାଣ ଦେଇଥିଲେ l

Leave A Reply