Odisha news

ଆଜି ହେଉଛି ପବିତ୍ର ରାମ ନବମୀ , କଣ ରହିଛି ରାମନବମୀ ର ଇତିହାସ

0

ରାମନବମୀ ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଶୁଭ ପର୍ବ, ଯାହା ଭଗବାନ ବିଷ୍ଣୁଙ୍କ ରାମ ଅବତାର ଶ୍ରୀରାମ ଙ୍କ ଜୟନ୍ତୀ ଭାବରେ ପାଳନ କରାଯାଇ ଥାଏ l ଯାହାକି ସଦାଚାର, ଧାର୍ମିକତା ଓ ଆଦର୍ଶ ର ପ୍ରତୀକ ଅଟେ l ଏହିଦିନ ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀରାମ ଙ୍କ ଦର୍ଶନ ପାଇଁ ମନ୍ଦିର କୁ ଯାଇ ଥାଆନ୍ତି l ରାମନବମୀ ପର୍ବ କେବଳ ଭାରତରେ ନୁହେଁ, ଭାରତର ପଡୋଶୀ ରାଜ୍ୟ ନେପାଳ ଓ ବଙ୍ଗଳାଦେଶ ରେ ଥିବା ହିନ୍ଦୁ ମାନେ ମଧ୍ୟ ପାଳନ କରି ଥାଆନ୍ତି l

ରାମନବମୀ ର ଇତିହାସ –
ରାମ ନବମୀ ହିନ୍ଦୁ କ୍ୟାଲେଣ୍ଡର ର ପ୍ରଥମ ମାସ ଚୈତ୍ର ମାସରୁ ପାଳିତ ହୋଇଥାଏ l ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ ତିଥିର ଖୁବ ମହତ୍ୱ ରହିଛି l ଚଳିତ ବର୍ଷ ରାମନବମୀ ଶୁକ୍ଲପକ୍ଷ ବୁଧବାର ଦିନ ପାଳିତ ହେବାକୁ ଯାଉଛି l

ରାମନବମୀ ର ପ୍ରାଚୀନ ଇତିହାସ କେଉଁ ପୁରାଣ କାଳରୁ ରହି ଆସିଛି l ରାଜା ଦଶରଥ ସନ୍ତାନ ଲାଭ ପାଇଁ ଅସମର୍ଥ ଥିଲେ, ଏହାପରେ ରୁଷି ବଶିଷ୍ଠ ଙ୍କ ପରାମର୍ଶ କ୍ରମେ ପୁତ୍ର କାମେଷ୍ଠି ଯଜ୍ଞ ପରେ ପ୍ରଭୁ ଶ୍ରୀରାମ ଓ ତାଙ୍କର ୩ଭାଈ ଭରତ , ଲକ୍ଷ୍ମଣ, ଶତ୍ରୁଘ୍ନ ଜନ୍ମ ନେଇଥିଲେ l ପ୍ରଭୁ ଶ୍ରୀରାମ ଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଇ ଥାଏ l

– ଆଜିର ଦିନରେ ଯେଉଁ ବ୍ୟକ୍ତି ଜଳ ଦାନ ଓ ଖାଦ୍ୟ ଦାନ କରିଥାଏ, ତାର ଜୀବନ ର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l

– ରାମନବମୀ ରେ ଯଦି ଆପଣ କୌଣସି ପଥିକ କୁ ନିଜ ଘର ବାହାରେ ଆଶ୍ରୟ ଦେବେ ୭ଜନ୍ମ ର ସମସ୍ତ ପାପ ଦୂର ହୋଇଥାଏ l

– ରାମନବମୀ ଦିନ ଘରେ ଆମ୍ବ ଡାଳର ତୋରଣ ବାନ୍ଧିବା ଦ୍ୱାରା ସମୃଦ୍ଧିର ଆଗମନ ହୋଇଥାଏ l

– ଯଦି ଆଜିର ଦିନରେ ମାଟି ପାତ୍ରରେ କ୍ଷୀରି ପ୍ରସ୍ତୁତ କରି ନିଜ ଘରେ ପ୍ରସାଦ ଭାବରେ ଅର୍ପଣ କରି ଦୁଖୀ ଜନ ଙ୍କୁ ପ୍ରସାଦ ଭାବରେ ଖାଇବାକୁ ଦେବେ ତେବେ ଜୀବନ ରେ ସୁଖ ବୃଦ୍ଧି ହୋଇଥାଏ l

– ଆଜିର ଦିନରେ ନିହାତି ପ୍ରଭୁ ଶ୍ରୀରାମ ଙ୍କୁ ଗୋଲାପ ଫୁଲ ଓ ଦୁବ ଅର୍ପଣ କରନ୍ତୁ , ବୈବାହିକ ଜୀବନ ସୁଖମୟ ହେବ l

Leave A Reply