Odisha news

ଆଜି ହେଉଛି ରକ୍ଷାବନ୍ଧନ : ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ ଓ କେଉଁ ଜିନିଷ ଭଉଣୀ କୁ ଉପହାର ଦେବା ଶୁଭ ହୋଇଥାଏ 

0
ସବୁ ବର୍ଷ ରେ ଶ୍ରାବଣ ମାସର ପୂର୍ଣିମା ଦିନକୁ ଗହ୍ମା ପୂର୍ଣିମା କହିଥାଉ l ଯେଉଁଦିନ ଭାଇମାନଙ୍କ ହାତରେ ଭଉଣୀ ମାନେ ରାକ୍ଷୀ ବାନ୍ଧି ଥାଆନ୍ତି l କିନ୍ତୁ ଚଳିତ ଥର ରକ୍ଷା ବନ୍ଧନ ୩୦ ତାରିଖ ରେ ପଡୁଥିବା ବେଳେ ପୁର୍ଣିମା ୩୧ ତାରିଖ ରେ ପଡୁଛି l ତେଣୁ ୨ଦିନ ଧରି ରକ୍ଷାବନ୍ଧନ ର ଶୁଭ ମୁହୂର୍ତ୍ତ ରହୁଛି l ତେଣୁ ଚଳିତ ଥର ରକ୍ଷା ବନ୍ଧନ ୨ଦିନ ଧରି ପାଳିତ ହେବ l ଅଗଷ୍ଟ ୩୦ ତାରିଖ ଦିନ ରାତି ୯ ଟା ୨ ମିନିଟ ପରେ ଆରମ୍ଭ ହୋଇ ୩୧ ତାରିଖ ସକାଳ ୭ଟା ୩୦ ରାକ୍ଷୀ ବାନ୍ଧି ପାରିବେ l
– ରକ୍ଷାବନ୍ଧନ ରେ ସବୁଠୁ ଅଶୁଭ ମୁହୂର୍ତ୍ତ ଅଟେ ସକାଳ ୧୦ ଟା ୧୩ ମିନିଟ ରୁ ନେଇ ରାତି ୮ଟା ୫୭ ମିନିଟ ମଧ୍ୟରେ ରହୁଛି l
– ରକ୍ଷା ବନ୍ଧନ ସମୟରେ ଶୁଭ ସମୟ ଓ ଅଶୁଭ ସମୟକୁ ଗୁରୁତ୍ୱ ଦେବା ଜରୁରୀ ଅଟେ l ନଚେତ ଏହାଦ୍ୱାରା ଭାଇ ମାନଙ୍କ ଜୀବନ ରେ ଅନେକ ବାଧାବିଘ୍ନ ଆସିଥାଏ l
– ରାକ୍ଷୀ ବାନ୍ଧିବା ସମୟରେ ଭାଇ ର ମୁହଁ ପୂର୍ବ ଦିଗକୁ ହୋଇଥିବା ଜରୁରୀ l ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ l
– ଯେତେବେଳେ ମଧ୍ୟ ରାକ୍ଷୀ ବାନ୍ଧିବେ ଭଉଣୀ ମାନେ ନିଜ ମୁଣ୍ଡରେ ଲୁଗା ଦେଇଥିବା ଜରୁରୀ ଓ ଭାଇ ମଧ୍ୟ ନିଜ କାନ୍ଧ ରେ କିଛି ଗୋଟିଏ ପକାଇବା ଜରୁରୀ l
ଏହିଦିନ ଭାଇମାନେ କେଉଁ ଉପହାର ଭଉଣୀ କୁ ଦେବା ଜରୁରୀ –
– ରକ୍ଷାବନ୍ଧନ ର ଶୁଭ ଅବସରରେ ଭାଇମାନେ ନିଜ ଭଉଣୀ ଙ୍କୁ ସବୁଜ ରଙ୍ଗର ଚୁଡ଼ି ଉପହାର ଦେବା ଖୁବ ଶୁଭ ହୋଇଥାଏ l ଯଦି ଆପଣଙ୍କ କୁଣ୍ଡଳୀ ରେ ବୁଦ୍ଧ ଅନିଷ୍ଟ ଫଳଦାୟୀ ଅଛନ୍ତି ତେବେ ଚୁଡ଼ି ଉପହାର ଭାବରେ ଦିଆଯିବା ଶୁଭ ଅଟେ l
– ସବୁଜ ରଙ୍ଗ ବୁଧ ଗ୍ରହ ର ପ୍ରତିନିଧିତ୍ବ କରିଥାଏ l ରକ୍ଷାବନ୍ଧନ ରେ ଆପଣ ନିଜ ଭଉଣୀ କୁ ସବୁଜ ରଙ୍ଗର ପୋଷାକ ଉପହାର ଦେଇପାରିବେ l ଏହାଦ୍ୱାରା ଗ୍ରହର ସ୍ଥିତି ମଧ୍ୟ ଠିକ ରହିଥାଏ ଓ ଭାଇ ଭଉଣୀ ଙ୍କ ମଧ୍ୟରେ ସ୍ନେହ ର ସମ୍ବନ୍ଧ ମଜବୁତ ହୋଇଥାଏ l
– କୁଣ୍ଡଳୀ ରେ ବୁଧ ମଜବୁତ କରିବା ପାଇଁ ଓ ଭାଇ-ଭଉଣୀ ଙ୍କ ସମ୍ପର୍କ ମଧୁରତା ଆଣିବା ପାଇଁ ଗଛ ଉପହାର ଦେବା ଖୁବ ଶୁଭ ଅଟେ l
– ରକ୍ଷାବନ୍ଧନ ରେ ଭଗବାନ ଗଣେଶ ଙ୍କ ମୂର୍ତି ଉପହାର ଦେବା ଖୁବ ଶୁଭ ଅଟେ l ଏହିଦିନ ଗଣେଶ କୁ ଉପାସନା କରିବା ଖୁବ ଶୁଭ ଅଟେ l ଯାହାଦ୍ୱାରା ଭାଇ-ଭଉଣୀ ଙ୍କ ଉପରେ ବୁଧ ଙ୍କ କୃପା ରହିଥାଏ ଓ ଗଣେଶ ଙ୍କ କୃପା ମଧ୍ୟ ରହିଥାଏ l
Nalco

Leave A Reply