ରକ୍ଷାବନ୍ଧନ ହେଉଛି ଭାଇ-ଭଉଣୀ ଙ୍କ ସ୍ନେହ ର ବନ୍ଧନ l ଏହିଦିନ ପ୍ରତ୍ୟେକ ଭଉଣୀ ତା ଭାଇକୁ ରାକ୍ଷୀ ବାନ୍ଧିଥାଏ ଓ ଜୀବନର ସମସ୍ତ କ୍ଷେତ୍ରରେ ରକ୍ଷା କରିବାର ପ୍ରତିଶୃତି ନେଇଥାଏ l କିନ୍ତୁ ଭାରତରେ ଏଭଳି କିଛି ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ରକ୍ଷାବନ୍ଧନ ମଧ୍ୟ ପାଳିତ ହୋଇ ନଥାଏ , ଏହା ପଛରେ ରହିଛି କିଛିଟା ବିଶେଷ କାରଣ l ଉତ୍ତରପ୍ରଦେଶ ର ସୁରାନା ଗାଁ ରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇନଥାଏ l ଏଠାକାର ଲୋକମାନେ ଏହିଦିନ ଟିକୁ କଳାଦିବସ ଭାବରେ ପାଳିତ କରି ଥାଆନ୍ତି l
ଅନେକ ବର୍ଷ ପୂର୍ବରୁ ସୁରାନା ରେ ରାଜସ୍ଥାନ ରୁ ରାଜା ପୃଥୀବିରାଜ ଚୌହାନ ଙ୍କ ବଂଶଜ ସୋନ ସିଂହ ଆସି ହିଣ୍ଡନ ନଦୀ କୂଳରେ ନିବାସ ସ୍ଥାନ ପ୍ରସ୍ତୁତ କରିଥିଲେ l ଏହିକଥା ଆଫଗାନ ସମ୍ରାଟ ମହମଦ ଘୋରୀ ଜାଣିପାରି ଥିଲେ l ଏହାପରେ ସେ ରକ୍ଷାବନ୍ଧନ ଦିନ ସମଗ୍ର ଗ୍ରାମ ରେ ହାତୀ ପୁରାଇ ଦେଇଥିଲେ ଓ ହାତୀ ମାନେ ଦଳି ଚକଟି ଅନେକ ଗ୍ରାମବାସୀ ଙ୍କୁ ମାରି ଦେଇଥିଲେ l ଏହିଦିନ ଠାରୁ ଉତ୍ତରପ୍ରଦେଶ ର ଗାଜିଆବାଦ ଠାରୁ ୩୦ କିଲୋମିଟର ଦୂରରେ ଥିବା ମୁରାଦନଗର ର ସୁରାନା ଗ୍ରାମର ଲୋକେ ରକ୍ଷାବନ୍ଧନ ଦିନଟିକୁ କଳାଦିବସ ଭାବରେ ପାଳିତ କରି ଥାଆନ୍ତି l
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଏହିଦିନ ଟି ସେମାନଙ୍କ ପାଇଁ ଅଭିଶପ୍ତ ଅଟେ, ତେଣୁ ଏହିଦିନ ରକ୍ଷାବନ୍ଧନ ପର୍ବ ପାଳନ କରିବା ଦ୍ୱାରା ଅନେକ ଅସୁବିଧାର ସମୁଖୀନ ମଧ୍ୟ ହେବାକୁ ପଡିଥାଏ l ଉତ୍ତରପ୍ରଦେଶ ର ଭୀକମପୁର ରେ ମଧ୍ୟ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ ନାହିଁ l କାହିଁକି ନ ଏଠାରେ ଏହି ପବିତ୍ର ଦିନରେ ଗୋଟିଏ ଭାଇ ର ହତ୍ୟା ହୋଇ ଯାଇଥିଲା l
ରାଜସ୍ଥାନ ର ପାଲି ରେ ମଧ୍ୟ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ ନାହିଁ l ଏହିଦିନ ଏଠାରେ ଲୋକେ ନିଜ ପୂର୍ବଜ ଙ୍କୁ ଶ୍ରାଦ୍ଧ ତର୍ପଣ କରି ଥାଆନ୍ତି l ଏହି ଗ୍ରାମରେ ପୂର୍ବଜ ଙ୍କ ବଳିଦାନ କାରଣରୁ ରାକ୍ଷୀ ପୂର୍ଣିମା ପାଳିତ ହୋଇ ନଥାଏ l