ରାଜସ୍ଥାନ ଅଲବର ରେ ମନ୍ଦିର ଭାଙ୍ଗିବା ଘଟଣାକୁ ନେଇ କଂଗ୍ରେସ ର ଘୋଷଣା ” ମନ୍ଦିର ଭାଙ୍ଗିଥିବା ବ୍ୟକ୍ତିଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ”
ନୂଆଦିଲ୍ଲୀ : ରାଜସ୍ଥାନ ର ଅଲବର ରେ ୩୦୦ ବର୍ଷ ପୁରୁଣା ମନ୍ଦିର ଭଂଗାଯିବା ଯିବା ଘଟଣାକୁ ନେଇ କଂଗ୍ରେସ ସମ୍ପୂର୍ଣ ଫ୍ରଣ୍ଟଫୁଟ କୁ ଆସିଛି l କଂଗ୍ରେସ ନେତୃବୃନ୍ଦ ଙ୍କର ଗୋଟିଏ ପ୍ରତିନିଧି ମଣ୍ଡଳ ଅଲବର ଜିଲ୍ଲାର ରାଜଗଡ଼ ଗସ୍ତରେ ଯାଇଥିଲେ l କଂଗ୍ରେସ ନେତା ମାନେ ଏହି ସମୟରେ ଜନସାଧାରଣ ଙ୍କ ଆକ୍ରୋଶର ଶିକାର ହୋଇଥିଲେ l କଂଗ୍ରେସ ନେତା ଭଁବର ଜିତେନ୍ଦ୍ରସିଂ ଘୋଷଣା କରିଥିଲେ ଯେ ସେହି ସ୍ଥାନରେ ମନ୍ଦିର ପୁନରନିର୍ମାଣ ହେବ l ଏହାଛଡା ଭଁବର ଜିତେନ୍ଦ୍ର ସିଂ କହିଥିଲେ ଯେ ନଗର ପାଳିକା ଚେୟାରମ୍ୟାନ ସହିତ ମନ୍ଦିର ଭଂଗାଯିବା ଘଟଣାରେ ସେମାନଙ୍କ ବିରୁଦ୍ଧରେ ଏଫଆଇଆର ଦର୍ଜ କରାଯିବ l
ଏହା ପୂର୍ବରୁ ଘଟଣା ସ୍ଥଳରେ କଂଗ୍ରେସ ନେତାମାନେ ପହଂଚିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ଦ୍ୱାରା ନାରାବାଜି ଚାଲିଥିଲା l ଜିଲ୍ଲା ପ୍ରଶାସନ ଦ୍ୱାରା ମଧ୍ୟ ଘୋଷଣା କରାଯାଇଛି ଯେ ରାଜଗଡ଼ ରେ ଯେଉଁସବୁ ମନ୍ଦିର ଭଙ୍ଗା ଯାଇଛି ତାର ପୁନର୍ବାର ନିର୍ମାଣ କରାଯିବ l ଅନ୍ୟ ପକ୍ଷରେ AIMIM ଅଧକ୍ଷ ଅସଦୁଦିନ ଓବେଶୀ ଘଟଣାର ନିନ୍ଦା କରି କହିଛନ୍ତି ଯେ ବିଜେପି ନେତୃତ୍ୱ ଥିବା ସ୍ଥାନରେ ନଗର ପାଳିକା ବୋର୍ଡ ପକ୍ଷରୁ ମନ୍ଦିର ଭାଙ୍ଗିବା ନିର୍ଣ୍ଣୟ ନିଆଗଲା ଓ କଂଗ୍ରେସ ସରକାର ଥିବା ରାଜ୍ୟରେ ଏହାକୁ ସ୍ୱୀକାର କରାଗଲା l ତେଣୁ ଉଭୟ ଦଳ ଜନସାଧାରଣ ଙ୍କୁ କ୍ଷମା ମାଗିବା ଆବଶ୍ୟକ l ଭାଜପା ପ୍ରତିନିଧି ମଣ୍ଡଳ ଅଶୋକ ଗହଲୋତ ସରକାରଙ୍କୁ ଆଉରଙ୍ଗଜେବ ବୋଲି କହିଥିଲେ l