Odisha news

ରାଜନଗରରେ ୧୩ଟି କେନ୍ଦ୍ରରେ ୨୬୫୩  ପରୀକ୍ଷାର୍ଥୀ ମଧ୍ୟମାରେ ୫ ଟି କେନ୍ଦ୍ରରେ ୧୨୧ ପରୀକ୍ଷାର୍ଥୀ ।

0
ରାଜନଗର :  ଚଳିତବର୍ଷ ମାଟ୍ରିକ ପରୀକ୍ଷା ଆଜିଠୁଁ ଆରମ୍ଭ ହୋଇଛି । ରାଜନଗର ବ୍ଲକର ୧୩ଟି କେନ୍ଦ୍ରରେ ୨ହଜାର ୬୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏହି ବ୍ଲକର ରାଜନଗର, ହାତିନା ,ବଡପଲ୍ଲୀ, ବନ୍ଧପଡା, ଜଗନ୍ନାଥପୁରଶାସନ, କେରଡାଗଡ, ନାଉକୋଣା, ଗୋପାଳପୁର, ମାଣପଡା, ଚାନ୍ଦିବାଉଁଶମୂଳ, ଦିଘି, ଡାଙ୍ଗମାଳ, ବାଘମାରି ପ୍ରଭୃତି ୧୩ଟି ପରୀକ୍ଷା କେନ୍ଦ୍ରରେ  ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି । ସେହିପରି ରାଜନଗର, ବଡପଲ୍ଲୀ , ହାତିନା , ଚାନ୍ଦିବାଉଁଶମୂଳ, ଦିଘୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟମାରେ ୧୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।  ରାଜନଗର ବ୍ଲକର ୧୩ଟି କେନ୍ଦ୍ରରୁ ୨୭୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ  ୨୬୫୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୬୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ସେହିପରି ୧୩୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୨୧ ଜଣ ପରୀକ୍ଷା ଦେଉଥିବା ବେଳେ ୧୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି | ଅନ୍ୟ ପକ୍ଷରେ  ଆଜି ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଶେଷ ହୋଇଛି ।
Har Ghar Tiranga

Leave A Reply