ଋ।ଜନଗର ,୫/୯ : ବଉଳା କୁମ୍ଭୀର ମାନଙ୍କ ଭୂସ୍ବର୍ଗ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିଶ୍ବର ସର୍ବପ୍ରଥମ କୃତ୍ରିମ ପ୍ରଜନନ କେନ୍ଦ୍ରରୁ ଆଜି ପ୍ରଥମଦିନରେ ୨୫ କୁମ୍ଭୀର ଶାବକ ଜନ୍ମ ନେଇଛନ୍ତି । ୭୫ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଆସନ୍ତା ଦିନେ ଦୁଇଦିନ ଭିତରେ ଅନ୍ୟ ଅଣ୍ଡାଗୁଡିକରୁ କୁମ୍ଭୀର ଶାବକମାନେ ଜନ୍ମ ଗ୍ରହଣ କରିବେ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ। ଚଳିତବର୍ଷ ଭିତରକନିକାରେ ପ୍ରବାହିତ ନଦୀ, ନାଳ ମାନଙ୍କରେ ବାସକରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୧୪ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା । ସେଥତ୍ମଧ୍ୟରୁ ନଦୀ କୂଳଠାରୁ ଜୁଆର ମାଡିଯାଉଥିବା ସ୍ଥାନରେ ଥିବା ଗୋଟିଏ କୁମ୍ଭୀର ବସାରୁ ୫୪ଟି ଅଣ୍ଡା ସଂଗ୍ରହ କରାଯାଇଥିଲା । ଏହି ଅଣ୍ଡାକୁ କୃତ୍ରିମ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଛୁଆ ଫୁଟାଇବା ପାଇଁ ରଖାଯାଇଥିଲା । ସେଥମଧ୍ୟରୁ ଗୁରୁବାର ୨୫ଟି କୁମ୍ଭୀର ଶାବକ ଜନ୍ମଗ୍ରହଣ କରିଛନ୍ତି।ପ୍ରତିବର୍ଷ ବଉଳା କୁମ୍ଭୀର ପ୍ରଜନନ ଋତୁରେ ମାଆ କୁମ୍ଭୀର ଅନ୍ତସତ୍ୱା ହେବା ପରେ ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ। ନାଳ ଠୁଁ ଉଚ୍ଚା ସ୍ଥାନରେ ବସା କରିଥାଏ। ଖରଖରି ପତ୍ର ଓ କାଠି କୁଟକୁ ସଂଗ୍ରହ କରି ୨ ଫୁଟ ଉଚ୍ଚର ଗଦା କରିଥାଏ। ଗଦା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ। ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ। କନିକା ରେଞ୍ଜ ଅଂଚଳରୁ ଜୁଆର ମାଡରେ ନଷ୍ଟ ହୋଇଯାଇଥିବା ଗୋଟିଏ କୁମ୍ଭୀର ବସାରୁ ୫୪ଟି ଅଣ୍ଡା ସଂଗ୍ରହ କରାଯାଇଥିଲା । ଡାଙ୍ଗମାଳ ଠାରେ ଥିବା ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଖରଖରି ଓ ହେନ୍ତାଳ ପତ୍ର ଘୋଡାଇ ଅଣ୍ଡାଗୁଡିକୁ ରଖାଯାଇଥିଲା । ୩୨ ରୁ ୩୩ ଡିଗ୍ରୀ ତାପମାତ୍ରାରେ କୁମ୍ଭୀର ଅଣ୍ଡାଗୁଡିକୁ ପତ୍ର ଘୋଡାଇ ରଖାଯିବା ସହ ପ୍ରତି ୨ ଘଂଟାରେ ଥରେ ତାପମାତ୍ରା ମପାଯାଇଥିଲା । କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଥିବା ଅଣ୍ଡାରୁ କୁମ୍ଭୀର ଶାବକ ଜନ୍ମ ଗ୍ରହଣ କରିଛନ୍ତି । ଭିତରକନିକାକୁ ଆଜି ନୂଆ ଅତିଥତ୍ ଆସିଛନ୍ତି । ୧୯୭୫ ମସିହାରୁ ବିଶ୍ବର ସର୍ବ ପ୍ରଥମ ଏହି ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ କରାଯାଇଛି। ସେବେଠାରୁ କୃତ୍ରିମ ଉପାୟରେ ଏହି ପକ୍ରିୟା ଚାଲୁ ରହିଛି। ବନବିଭାଗ ପକ୍ଷରୁ ସତର୍କତା ଅବଲମ୍ବନକରାଯାଇଥିଲା।