Odisha news

କନିକା ପ୍ରିମିୟର ଲିଗ କ୍ରିକେଟ ଉଦ୍ ଯାପିତ : ଏମପି ଗ୍ଲାଡ଼ିଏଟର କୁ ହରାଇ କନିକା ୱାରିୟର୍ସ ଚମ୍ପିୟାନ 

0
ରାଜକନିକା ତା ୧୯/୦୪ , ରାଜକନିକା ଆର ଏନ ହାଇସ୍କୁଲ ମିନି ଷ୍ଟାଡିଅମ ରେ କନିକା ୟୁଥ କ୍ଳବ ପକ୍ଷରୁ ଚାଲିଥିବା  କନିକା ପ୍ରିମିୟର ଲିଗ-୨୦୨୪ (କେପିଏଲ ସିଜିନ-୨) କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି | ଏଥିରେ କନିକା ୱାରିୟର୍ସ ଏମପି ଗ୍ଲାଡିଏଟର କୁ ସୁପର ଓଭର ବଲ ଆଉଟ  ରେ ପରାସ୍ତ କରି ଚମ୍ପିୟାନ ହୋଇଛି | କନିକା ୱାରିୟର୍ସ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୭୪ ରନ କରିଥିବାବେଳେ ଏମପି ଗ୍ଲାଡିଏଟର ସେହି ୧୦ ଓଭର ଖେଳି ୭୪  ରନ କରିବାରୁ ଖେଳଟି ଅମୀମାଂଶିତ ରହିଥିଲା | ଫଳରେ ସୁପର ଓଭର ବଲ ଆଉଟ ର ସହାୟତା ନିଆ ଯାଇ ଖେଳର ଫଳାଫଳ ନିର୍ଦ୍ଧାରଣ କରାଯାଇଥିଲା  | ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ,  ସମ୍ମାନିତ ଅତିଥି ଭାବେ ଯୁବ ନେତା ତଥା କ୍ରୀଡ଼ାବିତ୍ ପବିତ୍ର ରାଉତ, ଆଲବମ ଅଭିନେତ୍ରୀ ପ୍ରିୟମ୍ବଦା ସ୍ୱାଇଁ ଓ  ଅନୁଷ୍ଠାନ ର ସଭାପତି ଅମର ରାଉତ, ସମ୍ପାଦକ ଶରତ କୁମାର ମଲ୍ଲିକ, ଟୁର୍ଣ୍ଣାମେଣ୍ଟ ର ସଂଯୋଜକ ପ୍ରଭାସ ସେନାପତି ପ୍ରମୁଖ ଉପସ୍ଥିତ ରହି  ବିଜେତା ଦଳକୁ ୪୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳକୁ ୩୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ | ଦିବସ ବେହେରା, ମାନସ ବିଶ୍ୱାଳ ଖେଳ ପରିଚାଳନା କରିଥିବାବେଳେ ସନ୍ଦୀପ ଜେନା, କାଜଲ ଦାସ, ସୁବ୍ରତ ସୁତାର ସ୍କୋର ର କାର୍ଯ୍ୟ ସମ୍ପାଦନ କରିଥିଲେ | ଶେଖର ଦାସଙ୍କୁ ମ୍ୟାନ ଅଫ ଦି ସିରିଜ, ମଙ୍ଗଳାଶିଶ ଧଳ  ଙ୍କୁ ମ୍ୟାନ ଅଫ ଦି ମ୍ୟାଚ, ଦେବାଶିଷ ନାୟକ ଵେଷ୍ଟ ବୋଲର, ଶେଖର ଦାସ ଵେଷ୍ଟ ବ୍ୟାଟ୍ସ ମ୍ୟାନ, ଅମିତ ନାୟକ ଵେଷ୍ଟ ଉଇକେଟ କିପର ଓ ଓଡିଶା କ୍ରିକେଟ ଲାଇଭ କୁ ଵେଷ୍ଟ ୟୁଟ୍ୟୁବ ପୁରସ୍କାର ପ୍ରଦାନ କରାଯାଇଥିଲା | ପ୍ରକାଶ ସେନାପତି, ପ୍ରସନ୍ନ ଜିତ ନାୟକ, ହିମାଂଶୁ ସାମଲ, ରାଜେଶ ରାଉତ ଙ୍କ ସମେତ ୟୁଥ କ୍ଲବ ର ସମସ୍ତ ସଦସ୍ୟ  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |
Nalco

Leave A Reply