ବର୍ଷାଋତୁ ରେ ବିଭିନ୍ନ ପ୍ରକାର ସଂକ୍ରମିତ ରୋଗର ପ୍ରକୋପ ବଢ଼ିଯାଇଥାଏ l ଖୁବ ଦ୍ରୁତ ଗତିରେ ଲୋକମାନେ ଇନଫେକ୍ସନ ଦ୍ୱାର ସଂକ୍ରମିତ ହୋଇ ଥାଆନ୍ତି l ଏପରି ସ୍ଥିତିରେ ଏହି ଋତୁ ରେ କରୋନା ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି l ଯାହା ବର୍ତମାନ ଚିନ୍ତାର କାରଣ ହୋଇଛି l ତନୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ନିଜକୁ କରୋନା ପ୍ରଭାବରୁ ଦୁରେଇ ରଖିବା ପାଇଁ କିଛିଟା ଟିପ୍ସ ନିହାତି ମାନିବା ଜରୁରୀ l
କରୋନା ସଂକ୍ରମଣ ଠାରୁ ଦୁରେଇ ରହିବାର ଉପାୟ –
– ସର୍ବ ପ୍ରଥମେ ସ୍କୁଲ୍ ଗୁଡିକ ଖୋଲିଯାଇ ଥିବା କାରଣରୁ ନିଜ ପିଲାଙ୍କୁ କୋଭିଡ ନିୟମ ମାନିବାକୁ ନିହାତି ପରାମର୍ଶ ଦିଅନ୍ତୁ l କାରଣ ଛୋଟ ପିଲାମାନେ ଖୁବ ଶୀଘ୍ର ସଂକ୍ରମିତ ହେବାର ସମ୍ଭାବନା ରହିଥାଏ l
– ନିଜ ପରିବାର ସଦସ୍ୟଙ୍କର ଜିଙ୍କ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ l ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ଏବଂ ଏଥି ସହିତ ପ୍ରତିଦିନ ରାତିରେ ହଳଦୀ ଯୁକ୍ତ ଦୁଗ୍ଧ ପିଇବାକୁ ଦିଅନ୍ତୁ l
– ସବୁବେଳେ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧି ଯାଆନ୍ତୁ ଏବଂ ଘରକୁ ଫେରିବା ପରେ ନିଜ ହାତ ନ ଧୋଇବା ପର୍ଯ୍ୟନ୍ତ ମାସ୍କ ମୁହଁରୁ କାଢନ୍ତୁ ନାହିଁ ଅର୍ଥାତ ହାତ ନଧୋଇ ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ l
– ଭିଡ଼ ସ୍ଥାନକୁ ଯିବା ଉଚିତ ନୁହେଁ l କାରଣ ବର୍ତମାନ ଜନଗହଳୀ ପୁର୍ଣ ସ୍ଥାନକୁ ଯିବା ଦ୍ୱାରା ଅଧିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି l
– ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଦିନକୁ ଥରଟିଏ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ନିହାତି ଆବଶ୍ୟକ l ଏହାଛଡା ପ୍ରତିଦିନ ହଳଦୀ ଓ ଘିଅ କୁ ଉଷୁମ କରି ପାଦ ଓ ହାତ ପାପୁଲି ରେ ମାଲିସ କରନ୍ତୁ l
– ବାହାରୁ ଆଣିଥିବା ପରିବାପତ୍ର ଗୁଡିକୁ ଧୋଇ ଫ୍ରିଜ ରେ ରଖନ୍ତୁ l ନଚେତ ଫ୍ରିଜ ରେ ଅନ୍ୟାନ୍ୟ ଜିନିଷ ମଧ୍ୟ ଭାଇରସ ଦ୍ୱାରା ପ୍ରଭାବିତ ହେବ l