Odisha news

ପୂର୍ବ ତଟ ରେଳପଥ ପକ୍ଷରୁ ମଧୁମେହ ସଚେତନତା ଓ ପଦଯାତ୍ରାର ଆୟୋଜନ

0

ବିଶ୍ୱ ମଧୁମେହ ଦିବସ  ପାଳନ ଅବସରରେ ମଧୁମେହର ସଚେତନତା ପାଇଁ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ଓ ଅନ୍ୟାନ ବରିଷ୍ଠ ଅଧିକାରୀ ଏବଂ ରେଳପଥ ପ୍ରମୁଖ ଚିକିତ୍ସା ନିର୍ଦେଶକ ଶ୍ରୀ ଆଶିଷ ମୁଖାର୍ଜୀଙ୍କ ନେତୃତ୍ୱରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ମାନଙ୍କ ଉପସ୍ଥିତିରେ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଏକ ଖାଦ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ | ଏହି ଅବସରରେ ଖାଦ୍ୟ ଖାଇବା ପୂର୍ବ ରକ୍ତ ନମୁନା ମଧ୍ୟ୍ୟ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରିକ୍ଷା କରାଯାଇଥିଲା |
ଏହି ଅବସରରେ ପୂର୍ବ ତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମଧୁମେହ ସଚେତନତା ପାଇଁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା |  ବହୁ ସଂଖ୍ୟା ରେ ରେଳ କର୍ମଚାରୀ ଓ ସେମାନଙ୍କର ପରିବାର ଏହି  କାର୍ଯ୍ୟକ୍ରମରୁ ମଧୁମେହ ରୋଗୀଙ୍କ ଖାଦ୍ୟ ଶୈଳୀ ବିଷୟରେ ଶିକ୍ଷା ଲାଭ କରିଥିଲେ |
ଏହା ପୂର୍ବରୁ, ସକାଳୁ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥର ଏକ ୱାକାଥନ ର ଶୁଭାରମ୍ଭ କରି ରେଳସଦନ ଠାରୁ କେନ୍ଦ୍ରୀୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଇ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ |

 

Nalco

Leave A Reply