Odisha news

୭୭ତମ ସ୍ୱାଧୀନତା ଦିବସ ପାଳନର ପବିତ୍ର ଅବସରରେ ପୂର୍ବ ତଟ ରେଳପଥ ମହାପ୍ରବନ୍ଧକଙ୍କ ବାର୍ତ୍ତା

0

ପୂର୍ବ ତଟ ରେଳପଥ ପରିବାରର ପ୍ରିୟ ସଦସ୍ୟବୃନ୍ଦ,
ଅତ୍ୟନ୍ତ ଆନନ୍ଦର ସହ ଆଜି ଆମେମାନେ ଦେଶର ୭୭ତମ ସ୍ୱାଧୀନତା ଦିବସ ପାଳନର ପବିତ୍ର ଅବସରରେ ଏକତ୍ରିତ ହୋଇଥିବାବେଳେ ଆପଣମାନଙ୍କର ସୁଖ, ସୁସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି ।
ପୂର୍ବ ତଟ ରେଳପଥ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଯାହାକି ପ୍ରଶଂସନୀୟ । ଆମ୍ଭେମାନେ ଦୀର୍ଘ ଛଅ ବର୍ଷ ଧରି ନିରନ୍ତର ଭାବେ ଭାରତୀୟ ରେଳରେ ୧ ନମ୍ବର ମାଲ ବୋଝେଇ ଜୋନ୍ ଭାବେ ରହିଆସିଛି ଯାହା ଅତ୍ୟନ୍ତ ଗୌରବର ବିଷୟ । ୨୦୨୨-୨୩ ଆର୍ଥିକ ବର୍ଷରେ ୨୪୧.୫୦ ମେଟ୍ରିକ୍ ଟନ୍ର ସର୍ବକାଳୀନ ସର୍ବୋଚ୍ଚ ମାଲ ବୋଝେଇର ଅଭୁତପୂର୍ବ ସଫଳତା ହାସଲ ସହ ମାଲ୍ ପରିବହନ କ୍ଷେତ୍ରରେ ଆମେ ଆମର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିପାଦିତ କରିଛୁ । ଗତ ବର୍ଷ ଆମେ ୭୬.୩ ମିଲିୟନ୍ ଯାତ୍ରୀ ପରିବହନ କରିଥିଲୁ । ଏହା ବ୍ୟତୀତ, ଆମେ ୫୩.୮୬%ର ପ୍ରଶଂସନୀୟ ସଞ୍ଚାଳନ ଅନୁପାତକୁ (ଆବଣ୍ଟନ ଆଧାରରେ) ବଜାୟ ରଖି ସର୍ବୋଚ୍ଚ ଆୟକାରୀ ରେଳ ଜୋନ୍ର ମାନ୍ୟତା ପାଇଛୁ ।
ଆମର ଆର୍ଥିକ ଉପଲବ୍ଧି, ଉକ୍ରୃଷ୍ଟ ସେବା ପ୍ରଦାନ ଆମର ଅବିଶ୍ରାନ୍ତ ଉଦ୍ୟମର ପ୍ରତିଫଳନ । ଆମେ ସମସ୍ତ ଜୋନ୍ ମାନଙ୍କ ମଧ୍ୟରେ ୨୨,୬୪୨ କୋଟି ଟଙ୍କାର ସର୍ବୋଚ୍ଚ ଆୟର କିର୍ତ୍ତୀମାନ ସହ ବିଗତ ବର୍ଷ ତୁଳନାରେ ସାମଗ୍ରିକ ୮.୫୫% ଅଭିବୃଦ୍ଧିର ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିଛୁ । ବିଗତ ବର୍ଷ ତୁଳନାରେ ୫.୯୨ କୋଟି ଟଙ୍କା ଅଧିକ ଭାବେ ମୋଟ୍ ୭୫.୦୫ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରୟ ଆମର କଠିନ ପରିଶ୍ରମର ପ୍ରତ୍ୟକ୍ଷ ପ୍ରମାଣ ଅଟେ ।
ଓଡ଼ିଶାରେ ପ୍ରଥମ କରି ଚଳିତ ବର୍ଷ ମଇ ୧୮ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରୀରୁ ବନେ୍ଦ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଗଷ୍ଟ ୬ ତାରିଖରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୨୫ଟି ଷ୍ଟେସନ୍ର ପୁନର୍ବିକାଶ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏହି ଯୋଜନାରେ ମୋଟ୍ ୫୭ଟି ଷ୍ଟେସନର ପୁନର୍ବିକାଶ ସୁବିଧା ଉପଲବ୍ଧ କରାଯିବ । ପୁରୀ, ଭୁବନେଶ୍ୱର ଏବଂ କଟକ ଭଳି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ପୁନର୍ବିକାଶ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଏହି ଯୋଜନାରେ ଷ୍ଟେସନ ମାନଙ୍କର ବିକାଶ ଓ ଉନ୍ନତୀକରଣ, ଚଉଡ଼ା ଫୁଟ୍ ଓଭର ବି୍ରଜ୍ ଓ ଏସ୍କାଲେଟରର ସୁବିଧା ସହିତ ଯାତ୍ରୀମାନଙ୍କୁ ଅନ୍ୟ ସୁବିଧାମାନ ମଧ୍ୟ ଯୋଗାଇ ଦିଆଯିବ । ରୋଜଗାର ମେଳାମାନ ଆୟୋଜନ କରାଯାଇ ୩୨୫୬ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।
ଭଗବାନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ସମୟରେ ୨୨୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା । ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ବିଭିନ୍ନ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ମାନଙ୍କରେ ୧୬୫୪ଟି ଅତିରିକ୍ତ କୋଚ୍ ବିଭିନ୍ନ ଟ୍ରେନ୍ରେ ସଂଯୁକ୍ତ କରାଯାଇଥିଲା ।
ନିରବଚ୍ଛିନ୍ନ ସଞ୍ଚାଳନ ନିମନ୍ତେ ଆମେ ଆମର ସମସ୍ତ ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିଛୁ ଏବଂ ଡିଜିଟାଲ୍ ପ୍ଲାଟ୍ଫର୍ମ ଆପଣାଇଛୁ । କ୍ରୟ ଏବଂ ସ୍କ୍ରାପ୍ ବିକ୍ରୟ କାର୍ଯ୍ୟ ପାଇଁ ଆଇଆରଇପିଏସ୍ ଏବଂ ଆଇଏମ୍ଏମ୍ଏସ୍ ପ୍ଲାଟ୍ଫର୍ମ ଏବଂ ଇ-ଅଫିସ୍ର ଉପଯୋଗ ଦ୍ୱାରା ଆମର କାର୍ଯ୍ୟକାରିତା ୧୦୦% ଅନ୍ଲାଇନ୍କୁ ରୂପାନ୍ତିରତ ହୋଇଛି, ଯାହା ଆମର ଦକ୍ଷତା ଓ ଅଭିନବ ସୃଜନ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ।
ଆମର ସମସ୍ତ ପ୍ରୟାସରେ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ରହିଆସିଛି । ମୋଟ୍ ୫୭୯୪ଟି ସଫଳ ସୁରକ୍ଷା ନିରୀକ୍ଷଣ କରାଯାଇଛି, ତନ୍ମଧ୍ୟରୁ ୧୦୧୫ଟିର ତଦାରଖ ଆମ ସୁରକ୍ଷା ନିରୀକ୍ଷଣ ବିଭାଗ ଦ୍ୱାରା କରାଯାଇଛି ଯାହା ପ୍ରଶଂସାଯୋଗ୍ୟ । ସର୍ବୋଚ୍ଚ ସତର୍କତା ଅନୁସରଣରେ ଆମର କର୍ମଚାରୀମାନଙ୍କର ସଚେତନତା ଓ ସୁରକ୍ଷା ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ଉଦେ୍ଦଶ୍ୟରେ ୪୫୬ଟି ଆକସ୍ମିକ ଯାଞ୍ଚ କରାଯାଇଛି ।
ଭୁବନେଶ୍ୱର ରେଳ ଷ୍ଟେସନଠାରେ ଅତିରିକ୍ତ ୧୫୦ କେଡବ୍ଲୁ୍ୟପି ସୋଲାର ରୁଫ୍ଟପ୍ ପ୍ଲାଣ୍ଟ ସ୍ଥାପନ, ପରୀକ୍ଷଣ ଏବଂ କାର୍ଯ୍ୟକ୍ଷମ କରାଯାଇ ନିରନ୍ତର ବିକାଶ ପ୍ରତି ଆମର ପ୍ରତିବଦ୍ଧତା ଦର୍ଶାଉଛି । ହେଡ୍ ଅନ୍ ଜେନେରେସନ୍ (ଏଚ୍ଓଜି) ରେକ୍ ଅପରେସନକୁ ଆପଣେଇବା ଫଳରେ ଏପ୍ରିଲ୍ ରୁ ଜୁଲାଇ ୨୦୨୩ ମଧ୍ୟରେ ଡିଜେଲ୍ ଇନ୍ଧନ ବ୍ୟବହାରରେ ୬୦.୭୨ କୋଟି ଟଙ୍କାର ଉଲ୍ଲେଖନୀୟ ସଞ୍ଚୟ ହୋଇଛି । ଦୈନିକ ୫୦ କିଲୋଗ୍ରାମ୍ କ୍ଷମତାସମ୍ପନ୍ନ ଗୋଟିଏ ବାୟୋ-ଗ୍ୟାସ୍ ପ୍ଲାଣ୍ଟ୍ ରାୟଗଡ଼ା ରନିଂ ରୁମ୍ରେ ସ୍ଥାପନ କରାଯାଇଛି । ବିଶାଖାପାଟଣା ଷ୍ଟେସନ୍ରେ ଏକ ୧୦୦ କିଲୋଗ୍ରାମ୍ କ୍ଷମତାଯୁକ୍ତ କମ୍ପୋଷ୍ଟ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଇଛି ।
ଭିତ୍ତିଭୂମିର ବିକାଶ, ନୂତନ ଲାଇନ୍, ଦୋହରୀକରଣ, ବିଦୁ୍ୟତୀକରଣ ପ୍ରକଳ୍ପ, ଟ୍ରାକ୍ ନବୀକରଣ ଇତ୍ୟାଦି ଆମର ଦକ୍ଷତା ବୃଦ୍ଧି ପ୍ରତି ପ୍ରତିବଦ୍ଧତାର ସୂଚକ । ଆମେ ସଫଳତାର ସହ କୋଟା-ବୋଦ୍ଦାଭର (୭.୩୦ କିମି), ସମ୍ବଲପୁର ସିଟି-ମାନେଶ୍ୱର (୮.୯୦ କିମି) ଏବଂ ନୟାଗଡ଼-ପରଜନପୁର (୧୫.୪୬କିମି) ଓ ଖମ୍ବେଶ୍ୱରପଲ୍ଲି-ଝାରତରଭା (୧୧.୨୦ କିମି) ଭଳି ଅନେକ ସେକ୍ସନର ଶୁଭାରମ୍ଭ କରିଛୁ / ସିଆରଏସ୍ ଅନୁମୋଦନ ପାଇଛୁ । ଆମେ ଜୁଲାଇ ୨୦୨୩ ସୁଦ୍ଧା ନୂତନ ଲାଇନ୍ ଦୋହରୀକରଣ ଏବଂ ସାଇଡ଼ିଂକୁ ମିଶାଇ ମୋଟ୍ ୭୯ ଟ୍ରାକ୍ କିଲୋମିଟର ବିଦୁ୍ୟତୀକରଣ କରିଛୁ । ଜୁଲାଇ ୨୦୨୩ ସୁଦ୍ଧା ୧୨୦ କିମି ଥ୍ରୁ ରେଲ୍ ରିନୁ୍ୟଆଲ୍ (ଟିଆର୍ଆର୍), ୯୧.୩ କିମି. ଥ୍ରୁ ସ୍ଲୀପର ରିନୁ୍ୟଆଲ୍ (ଟିଏସ୍ଆର୍), ୬୦ଟି ପୋଲର ମରାମତି ଏବଂ ୭୮୮୧ଟି ଅଲ୍ଟ୍ରାସୋନିକ ଟେଷ୍ଟିଂ ଇତ୍ୟାଦିର କାର୍ଯ୍ୟ ସଂପାଦନ କରାଯାଇ ପାରିଛି ।
ରେଳଡବା ମରାମତି କେନ୍ଦ୍ର, ମଞ୍ଚେଶ୍ୱର ଏପି୍ରଲ ରୁ ଜୁଲାଇ ୨୦୨୩ ମଧ୍ୟରେ ୪୦୬ଟି କୋଚ୍ରେ ସଫଳତାର ସହ ସାମୟିକ ମରାମତି (ପିଓଏଚ୍) କାର୍ଯ୍ୟ ସମ୍ପନ୍ନ କରିଛି ବିଗତ ଆର୍ଥôକ ବର୍ଷ ଏହା ୩୬୯ ଥିଲା । ଗତ ଆର୍ଥôକ ବର୍ଷର ୫୫୨ଟି ତୁଳନାରେ ବଦଲାପୁଡ଼ି କର୍ମଶାଳା ଚଳିତ ବର୍ଷ ଜୁଲାଇ ସୁଦ୍ଧା ୬୩%ର ଉଲ୍ଲେଖନୀୟ ଅଭିବୃଦ୍ଧି ସହ ୮୯୮ଟି ୱାଗନ୍ରେ ପିଓଏଚ୍ କାର୍ଯ୍ୟ ସମ୍ପନ୍ନ କରିଛି ।
ସଡ଼କ ବ୍ୟବହାରକାରୀଙ୍କ ଅଧିକ ସୁରକ୍ଷା ଏବଂ ବ୍ୟବସ୍ଥାର ବିଶ୍ୱସନୀୟତାରେ ଉନ୍ନତି ପାଇଁ ସ୍ଲାଇଡିଂ ବୁମ୍ ସହିତ ୨୦ଟି ଏଲ୍.ସି. ଫାଟକ ସ୍ଥାପନା କରାଯାଇଛି । ଧାନମଣ୍ଡଳ-ବୈରୀ ଏବଂ ନୟାଗଡ଼-ପର୍ଜନପୁର ସେକ୍ସନର କ୍ଷମତା ବୃଦ୍ଧି ପାଇଁ ଇଣ୍ଟରମିଡିଏଟ୍ ବ୍ଲକ ସିଗ୍ନାଲିଂ କାର୍ଯ୍ୟକ୍ଷମ କରାଯାଇଛି । ବ୍ଲକ୍ର କାର୍ଯ୍ୟକାରିତା ପ୍ରତି ବିଶ୍ୱସନୀୟତା ବୃଦ୍ଧି କରିବା ପାଇଁ ୧୬ଟି ବ୍ଲକ୍ ସେକ୍ସନରେ ଏଚ୍ଏଏସ୍ଏସ୍ଡିଏସି କାର୍ଯ୍ୟକ୍ଷମ କରାଯାଇଛି ।
ଏହି ଅବଧି ମଧ୍ୟରେ ଅନଧିକୃତ ଭାବେ ସଂରକ୍ଷିତ ଟିକଟ ବୁକିଂରେ ସଂଶ୍ଳିଷ୍ଟ ଥିବା ୫୫ ଜଣ ଦଲାଲ୍ଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୫୯,୧୪,୭୫୫/- ଟଙ୍କା ମୂଲ୍ୟର ଟିକଟ ଜବତ କରାଯାଇଛି ଏବଂ ୬୫୮ଟି ଜାଲ୍ ଆଇଡିକୁ ନିଷ୍କ୍ରିୟ କରାଯାଇଛି । ଆରପିଏଫ୍ ଅଧିକାରୀମାନଙ୍କ ଦ୍ୱାରା ୧୨୨ଜଣ ପିଲା, ୬୭ଜଣ ପୁରୁଷ ଏବଂ ୨୭ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ସେମାନଙ୍କ ଅଭିଭାବକ/ସମ୍ପର୍କୀୟ ଓ ସିଡବ୍ଲୁ୍ୟସି ଜରିଆରେ ଏନ୍ଜିଓମାନଙ୍କୁ ହସ୍ତାନ୍ତର କରାଯାଇଛି ।
ବିଭିନ୍ନ ସ୍ଥାନରେ ୪୨ଟି ବହୁମୁଖୀ ସ୍ୱାସ୍ଥ୍ୟ ଅଭିଯାନ ଆୟୋଜିତ ହୋଇ ୨୬୪୦ ଜଣ ହିତାଧିକାରୀ/ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ମୋଟ୍ ୦୮ ଜଣ ନୂଆ ଏଚ୍ଟିଏନ୍ ମାମଲା, ୨୫ଟି ନୂଆ ଡିଏମ୍ ମାମଲା ଏବଂ ଅନ୍ୟ ରୋଗ ଚିହ୍ନଟ କରାଯାଇଛି । ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟ ସଂକ୍ରାମକ ରୋଗ ସମ୍ପର୍କରେ ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତାମୂଳକ ଶିକ୍ଷା ପ୍ରଦାନ କରାଯାଇଛି ।
ସେହିଭଳି କ୍ରୀଡ଼ା କ୍ଷେତ୍ରରେ ଭାର ଉତ୍ତୋଳିକା କୁମାରୀ ଝିଲ୍ଲି ଦଳବେହେରା ନଏଡ଼ା ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାର ଉତ୍ତୋଳନ ଚମ୍ପିୟାନ୍ସିପ୍ରେ ରୌପ୍ୟପଦକ ହାସଲ ଏବଂ ଆର୍ସିଏଫ୍, କପୁରଥାଲାଠାରେ ୮୦ତମ ସର୍ବଭାରତୀୟ ରେଳ ପୁରୁଷ ହକି ଚମ୍ପିଆନ୍ଶିପ୍ରେ ପୂର୍ବ ତଟ ରେଳପଥ ଚମ୍ପିଆନ୍ ହୋଇ ଆମକୁ ଗୌରବାନ୍ୱିତ କରିଛନ୍ତି ।
କର୍ମଚାରୀମାନଙ୍କ ମଙ୍ଗଳ ପ୍ରତି ଆମର ସାମଗ୍ରିକ ଦୃଷ୍ଟିକୋଣକୁ ଗୁରୁତ୍ୱାରୋପ କରି ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି । ନିକଟରେ ରେଳ ବିହାରଠାରେ ଫୁଲ୍ୱାରୀ ବିଦ୍ୟାଳୟର ପୁନର୍ବିକାଶ କରାଯାଇଛି ଯାହା ଆମ କର୍ମଚାରୀମାନଙ୍କ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନରେ ସହାୟକ ହେବ । ସୁସଂଗଠିତ ଶ୍ରମିକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଏବଂ କର୍ମଚାରୀଙ୍କ ହିତ ସମ୍ପର୍କରେ ଉପସ୍ଥାପନ କରିବାରେ ସହାୟକ ସିଦ୍ଧ ହୋଇଛି । ଚଳିତ ବର୍ଷ ରେଳ ବୋର୍ଡ଼ ଦ୍ୱାରା ୨୬୪ ମେଟି୍ରକ୍ ଟନ୍ର ମାଲ ବୋଝେଇ, ୧୦,୦୭୭ କୋଟି ଟଙ୍କାର ପୁଂଜିଗତ ବ୍ୟୟ ଏବଂ ୫୮୦ କିଲୋମିଟର ନୂଆ ଲାଇନ ଓ ଦୋହରୀକରଣର କଠିନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୋର ପୂର୍ଣ୍ଣ ବିଶ୍ୱାସ ଆମେ ମାନେ ପୁଣିଥରେ ଆମର ଦଳଗତ ଉଦ୍ୟମ ଓ ସଂପୂର୍ଣ୍ଣ ନିଷ୍ଠାପର କାର୍ଯ୍ୟ ବଳରେ ଏହି ଲକ୍ଷ୍ୟକୁ ଅତିକ୍ରମ କରି ନୂଆ ମାଇଲ ଖୁଣ୍ଟ ସ୍ଥାପନା କରିବାରେ ସକ୍ଷମ ହୋଇ ପାରିବା ।
ଆସନ୍ତୁ ସମସ୍ତେ ମିଶି ପୂର୍ଣ୍ଣ ସମର୍ପଣ ଓ ପ୍ରତିବଦ୍ଧତାର ସହ ପୂର୍ବ ତଟ ରେଳପଥର ପତାକାକୁ ଆହୁରି ଉଚ୍ଚକୁ ନେଇଯିବା ।
ମନୋଜ ଶର୍ମା
ମହାପ୍ରବନ୍ଧକ
ଜୟ ହିନ୍ଦ

Leave A Reply